ଓଡିଶା

odisha

ETV Bharat / entertainment

ଝିଅ ମାଲତୀକୁ ଛାଡି ଏକାଠି ସମୟ ଅତିବାହିତ କଲେ ପ୍ରିୟଙ୍କା-ନିକ୍‌ - ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସଙ୍କ ଭିଡିଓ

ସେଲିବ୍ରିଟି ଦମ୍ପତି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ପିତାମାତା ଦାୟିତ୍ବରୁ ବିରତି ନେଇ ଉଭୟ ଏକାଠି ସମୟକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ । ଦେଖନ୍ତୁ

ପିତାମାତା ଦାୟିତ୍ବରୁ ବିରତି ନେଇ ଆଉଟିଂକୁ ଉପଭୋଗ କରୁଛନ୍ତି  ପ୍ରିୟଙ୍କା ଏବଂ ନିକ
ପିତାମାତା ଦାୟିତ୍ବରୁ ବିରତି ନେଇ ଆଉଟିଂକୁ ଉପଭୋଗ କରୁଛନ୍ତି ପ୍ରିୟଙ୍କା ଏବଂ ନିକ

By

Published : Mar 26, 2023, 3:17 PM IST

ହାଇଦ୍ରାବାଦ: ନିଜ କାମ ଏବଂ ନିଜ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଲୋକପ୍ରିୟ ଦମ୍ପତି ତଥା ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ ଜୋନ୍ସ । ସୋସିଆଲ ମିଡିଆରେ ଏହି ଦମ୍ପତି ଖୁବ ଆକ୍ଟିଭ ଥିବା ମଧ୍ୟ ନଜର ଆସିଥାନ୍ତି । ନିଜ ପରିବାରର ଫଟୋ ସେୟାର କରିଥାନ୍ତି ଉଭୟ । ଏହାରି ମଧ୍ୟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ପ୍ରିୟଙ୍କା ଚୋପ୍ରା। ପିତାମାତା ଦାୟିତ୍ବରୁ ବିରତି ନେଇ ଉଭୟ କପଲ ଏକାଠି ସମୟ ଅତିବାହିତ କରୁଥିବା ନଜର ଆସିଛନ୍ତି ।

ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ଆମେରିକୀୟ ଗାୟକ ନିକ ଜୋନ୍ସଙ୍କ ପିତାମାତାଙ୍କ କର୍ତ୍ତବ୍ୟରୁ କିଛି ସମୟ ବିରତି ନେଇ ଶନିବାର ବିଳମ୍ବିତ ରାତିରେ ଏକତ୍ର ସମୟ ଉପଭୋଗ କରୁଥିବାର ନଜର ଆସିଥିଲେ । ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ଝିଅ ମାଲତୀ ମ୍ୟାରି ବିନା ଏହି କପଲ ଶନିବାର ରାତିକୁ ଏକାଠି ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓର ଏକ କ୍ଲବର ଭଳି ମନେହେଉଥିବା ବେଳେ ଏକ ଖାଇବା ଟେବୁଲ ସହ ପ୍ରିୟଙ୍କା ଏବଂ ନିକ ନଜର ଆସିଛନ୍ତି । ଏବଂ ପଛପଟୁ ମ୍ୟୁଜିକରେ ନିକ ମୁଣ୍ଡ ହଲାଇ ନାଚୁଥିବାର ନଜର ଆସୁଥିବା ବେଳେ ପ୍ରିୟଙ୍କା ଏହି ସେଲଫି ଭିଡିଓ ସୁଟ କରୁଥିବାର ନଜର ଆସିଛନ୍ତି । ଏଥିସହ ସେ ଏହି ଭିଡିଓ ସୁଟ କରି ହସୁଥିବାର ମଧ୍ୟ ନଜର ଆସିଛନ୍ତି ।

ତେବେ ଏହି ଭିଡିଓ ପୋଷ୍ଟ ପରେ ଫ୍ୟାନ୍ସ ଏବଂ ସମ୍ପର୍କୀୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିକଙ୍କ ଭାଇ କେଭିନ ଜୋନ୍ସ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ମୁଁ ଏହା ଅନୁଭବ କରିଛି । ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ଏହି ଶବ୍ଦ ଛୋଟ ମାଲତୀ ମ୍ୟାରିଙ୍କୁ ଭୟଭୀତ କରିପାରେ।

ତେବେ ପ୍ରିୟଙ୍କାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମ ସିଟାଡେଲରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । ସର୍ବଭାରତୀୟ ସିରିଜର ପ୍ରଥମ ସିଜନରେ 6ଟି ଏପିସୋଡ୍ ରହିଛି । ଯେଉଁଥିରେ ଏପ୍ରିଲ୍ 28 ରେ ପ୍ରାଇମ୍ ଭିଡିଓରେ ଦୁଇଟି ଏପିସୋଡ୍ ରିଲିଜ୍ ହୋଇଛି । ଏବଂ ତା ପରଠାରୁ ଗୋଟିଏ ଏପିସୋଡ୍ ମେ 26 ପର୍ଯ୍ୟନ୍ତ ସାପ୍ତାହିକ ରିଲିଜ୍ ହେବ । ରୁସୋ ବ୍ରଦର୍ସଙ୍କ AGBO ଏବଂ ଶୋ’ରନର୍ ଡେଭିଡ୍ ୱିଲ୍ ଏହି ସିରିଜ୍ ପ୍ରସ୍ତୁତ କରିଥିବା ବେଳେ ଏଥିରେ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ବ୍ୟତୀତ ଷ୍ଟାନଲେ ଟୁଚି ଏବଂ ଲେସଲି ମାନଭିଲ୍ ମୁକ୍ୟ ଭୂମିକାରେ ନଜର ଆସିବେ। ତେବେ ଏହି ଫିଲ୍ମ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ସିଟାଡେଲ୍ ରିଲିଜ ହେବାକୁ ଯାଉଛି।

ABOUT THE AUTHOR

...view details