ହାଇଦ୍ରାବାଦ: ପାକ୍ ସାଂସଦ ତଥା ଜଣାଶୁଣା ଟିଭି ହୋଷ୍ଟ ଆମିର ଲିଆକତ୍ ହୁସେନଙ୍କ ଦେହାନ୍ତ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଆମିର ଲିଆକତ୍ ହୁସେନ୍ଙ୍କ ମୃତଦେହ କରାଚିସ୍ଥିତ ତାଙ୍କ ଘରୁ ମିଳିଛି। ମୃତ୍ୟୁ ବେଳକୁ ଆମିର ଲିଆକତ୍ ହୁସେନ୍ଙ୍କୁ 49 ବର୍ଷ ବୟସ ହୋଇଥିଲା। ତୃତୀୟ ବିବାହ ଏବଂ ଛାଡପତ୍ର ପରେ ଆମିର ଅଧିକ ଚର୍ଚ୍ଚାକୁ ଆସିଥିଲେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି 'ପାକିସ୍ତାନ ତେହେରିକ-ଇ-ଇନସାଫ' (ପିଟିଆଇ)ର ସାଂସଦ ଆମିର ଲିଆକତ୍ ହୁସେନ୍ ପାକିସ୍ତାନରେ ଶାହବାଜ ସରିଫ ସରକାର ଗଠନ ପରେ ପିଟିଆଇ ନେତାଙ୍କଠାରୁ ଦୂରେଇ ଯାଇଥିଲେ।
ଡାକ୍ତରଖାନା ଯିବାକୁ କରିଥିଲେ ମନା
ଜିଓ ନ୍ୟୁଜ୍ ଅନୁଯାୟୀ, ଆମିରଙ୍କୁ ଘରୁ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତା’ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଗତ ରାତିରୁ ଆମିରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା, କିନ୍ତୁ ସେ ରାତିରେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଗଣମାଧ୍ୟମ ଅନୁଯାୟୀ କର୍ମଚାରୀ ଜାଭେଦ୍ କହିଛନ୍ତି ଯେ, ସକାଳେ ଆମିରଙ୍କ ରୁମ୍ରୁ ପାଟିତୁଣ୍ଡର ଶବ୍ଦ ଶୁଣିବାକୁ ମିଳିଥିଲା। ଯେତେବେଳେ ଆମିରଙ୍କଠାରୁ କୌଣସି ପ୍ରତିକ୍ରିୟା ନମିଳିଲା, ସମସ୍ତ କର୍ମଚାରୀ କବାଟ ଭାଙ୍ଗି ଭିତରକୁ ଯାଇଥିଲେ।
ତୃତୀୟ ପତ୍ନୀ ଲିକ୍ କରିଥିଲେ ଆପତ୍ତିଜନକ ଭିଡିଓ