ହାଇଦ୍ରାବାଦ: ଚନ୍ଦ୍ରରେ ପାଦ ଥାପିଲା ଭାରତ । ଏହା କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି । ଅନେକ ଦେଶ ଯାହା କରିପାରିନଥିଲେ, ଭାରତ କମ୍ ବଜେଟରେ ଏବଂ କମ୍ ସମୟ ମଧ୍ୟରେ କରିଛି । ଏହି ସଫଳତା ପାଇଁ ସିନେ ତାରକାମାନେ ମଧ୍ୟ ଖୁସି ମନାଇଛନ୍ତି ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି । ଇସ୍ରୋର ସଫଳତା ପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ଆଗକୁ ଆସିଛନ୍ତି । ‘ମିଶନ୍ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ୍ ଶକ୍ତି କହିଛନ୍ତି ଯେ ଚନ୍ଦ୍ରଯାନ ୩ ର ସଫଳତାକୁ ସେ ବଡ଼ ପରଦାରେ ଦେଖାଇବେ ।
ଏକ ୱେବସାଇଟ୍ ସହିତ କଥାବାର୍ତ୍ତା କରି ଜଗନ୍ ଶକ୍ତି କହିଛନ୍ତି ଯେ, ସେ ଏହି ସୁଯୋଗକୁ ହାତ ଛଡା କରିବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଚନ୍ଦ୍ରଯାନ 3 ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମରେ ସେ କେବଳ ମିଶନ ମଙ୍ଗଲରେ କାମ କରୁଥିବା ଟିମ୍କୁ ନେବାକୁ ଚାହୁଁଛନ୍ତି । ସେ କହିଛନ୍ତି ମୁଁ ମିଶନ ମଙ୍ଗଲ ଟିମ୍ ସହିତ ଚନ୍ଦ୍ରଯାନ 3 ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବି । ତେବେ ଫିଲ୍ମରେ ଅକ୍ଷୟ କୁମାର କାମ କରିବା ବିଷୟରେ ସେ କିଛି ସ୍ପଷ୍ଟ କରି ନାହାଁନ୍ତି ।
ଏହା ମଧ୍ୟ ପଢନ୍ତୁ: Chandrayaan-3: ଇସ୍ରୋ ମୁନ ମିଶନର ପରଦା ପଛର ହିରୋ, ଏମାନଙ୍କର ରହିଥିଲା ଉଲ୍ଲେଖନୀୟ ଅବଦାନ
ମିଶନ୍ ମଙ୍ଗଲରେ କିଏ ଥିଲେ ?
ଜଗନ୍ ଶକ୍ତି 2019 ରେ ଅକ୍ଷୟ କୁମାର, ବିଦ୍ୟା ବାଲାନ୍, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କିର୍ତ୍ତୀ କୁଲ୍ହାଡୀ, ନୀତି ମେନନ୍ ଏବଂ ଶର୍ମାନ ଯୋଶୀଙ୍କ ଭଳି କଳାକାରଙ୍କ ସହ ମିଶନ୍ ମଙ୍ଗଲ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ସଫଳ ହୋଇଥିଲା ଏବଂ ସାରା ବିଶ୍ୱରେ ପ୍ରାୟ 290 କୋଟି ଟଙ୍କା ବ୍ୟବସାୟ କରିଥିଲା । ପୂର୍ବ ଚଳଚ୍ଚିତ୍ରର ଅନୁଭୂତି କୁହନ୍ତୁ କିମ୍ବା ଚନ୍ଦ୍ରଯାନ 3 ର କ୍ରେଜ୍ କୁହନ୍ତୁ, ଜଗନ୍ ଶକ୍ତି ଏହି ବଡ ଇଭେଣ୍ଟରେ ଫିଲ୍ମ ତିଆରି କରିବାକୁ ହାତଛଡା କରିବାକୁ ଚାହୁଁନାହାଁନ୍ତି ।
ଜଗନ୍ ଶକ୍ତି କହିଛନ୍ତି ଯେ, ତାଙ୍କ ବଡ଼ ଭଉଣୀ ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ । ସେ କହିଛନ୍ତି ଯେ ସେ ତାଙ୍କ ଭଉଣୀଙ୍କଠାରୁ ଚନ୍ଦ୍ରଯାନ 3 ବିଷୟରେ ସୂଚନା ନେଉଛନ୍ତି ଏବଂ ଏହି ମିଶନର ସଫଳତା ପରେ ସେ ଏକ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ ମିଶନ ମଙ୍ଗଲ ନିର୍ମାଣ ଆରମ୍ଭ ହୋଇଥିଲା, ଜଗନ୍ ଶକ୍ତି ଇସ୍ରୋର ବୈଜ୍ଞାନିକଙ୍କଠାରୁ ସାହାଯ୍ୟ ନେଇଥିଲେ । ଏହି ଚଳଚ୍ଚିତ୍ରରେ ଅକ୍ଷୟ ମୁଖ୍ୟ ଭୂମିକାରେ ଥିଲେ ଏବଂ ବିଦ୍ୟା ବାଲାନଙ୍କ ସମେତ ଅନ୍ୟ ଅଭିନେତ୍ରୀମାନେ ତାଙ୍କୁ ସମର୍ଥନ କରିଥିଲେ।