ହାଇଦ୍ରାବାଦ:୭୨ତମ ମିସ୍ ୟୁନିଭର୍ସ ନଭେମ୍ବର ୧୮ରେ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅଲ ସାଲ୍ବାଡୋରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ନ୍ୟାସନାଲ କଷ୍ଟ୍ୟୁମ ଶୋ' ୧୬ ନଭେମ୍ବର ଦିନ ରାତି ୯ ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ଭାରତକୁ ପ୍ରତିନିଧିତ୍ବ କରିଥିବା ଶ୍ବେତା ଶାରଦା ଜାତୀୟ ପୋଷାକ ଶୋ'ରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ରାମ୍ପ ୱାର୍କରେ 'armoured goddess' (ଗଡେସ) ଲୁକରେ ନଜର ଆସିଛନ୍ତି । ଯାହାର ଭିଡିଓ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।
ନିଧି ୟଶାଙ୍କ ଦ୍ୱାରା ଡିଜାଇନ ହୋଇଥିବା ଏହି ଗଡେସ ପୋଷାକରେ ନଜର ଆସିଛନ୍ତି ଶ୍ବେତା ଶାରଦା । ଶ୍ବେତା ମୁଣ୍ଡରେ ଏକ ଗୋଲ୍ଡେନ ରଙ୍ଗର ମୁକୁଟ ପିନ୍ଧିଛନ୍ତି । ଯାହା ପଦ୍ମର ପ୍ରଭାବମଣ୍ଡଳ ଅଟେ । ସେହିପରି ସେ ପିନ୍ଧିଥିବା ଆଉଟଫିଟ ଭାରତର ଜାତୀୟ ପକ୍ଷୀ ମୟୂରର ଅଟେ । ଗୋଲ୍ଡେନ ମୟୂରକୁ ହାତରେ ପ୍ରସ୍ତୁତ କରାଯାଇଛି । ଏହି ପୋଷାକ ମାଧ୍ୟମରେ ଚ୍ୟାଲେଞ୍ଜ ଏବଂ ମଜବୁତ ହୋଇ ଉଦୀୟମାନ ହେବାର ପ୍ରତୀକକୁ ଦର୍ଶାଯାଇଛି । ଏହା ବିବିଧତା, ଅଖଣ୍ଡତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ । ଯାହା ଏକ ଦେବୀଙ୍କ ରୂପରେ ସମର୍ପିତ କରାଯାଇଛି ।
ଶ୍ବେତା ଶାରଦା କ୍ୟାରିଅର