ହାଇଦ୍ରାବାଦ: ଅଡୁଆରେ ବ୍ରହ୍ମାଣ୍ଡ ସୁନ୍ଦରୀ । ମିସ୍ ୟୁନିଭର୍ସ 2021 ହରନାଜ କୌର ସାନ୍ଧୁ ଆଇନର ଫାଶରେ ଛନ୍ଧି ହୋଇଛନ୍ତି । ବଲିଉଡ ଅଭିନେତ୍ରୀ ଉପାସନା ସିଂହ ମିସ୍ ୟୁନିଭର୍ସଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଛନ୍ତି । ଉପସାନା ହରନାଜଙ୍କୁ ତାଙ୍କ ପ୍ରଡକ୍ସନ୍ ଫିଲ୍ମ ସମ୍ପର୍କରେ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି । ଏନେଇ ଉପାସନା ଚଣ୍ଡିଗଡ଼ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଚୁକ୍ତିନାମା ଉଲ୍ଲଘଂନ ଅଭିଯୋଗରେ ହରନାଜଙ୍କୁ କ୍ଷତିପୂରଣ ମଧ୍ୟ ମଗାଯାଇଛି ।
ଉପସନା ଅଭିଯୋଗରେ କହିଛନ୍ତି ଯେ, ‘‘ହରନାଜ ତାଙ୍କ ଫିଲ୍ମ 'ବାଇ ଜୀ କୁଟାଙ୍ଗେ'ରେ ଅଭିନୟ କରିଛନ୍ତି ଏବଂ ସେ ଏହା କରିବେ ବୋଲି କଣ୍ଟ୍ରାକ୍ଟ ସାଇନ୍ କରିଥିଲେ କି ସେ ଫିଲ୍ମ ପାଇଁ ପ୍ରମୋସନ୍ କରିବେ । ହରନାଜ ଉପସାନା ସିଂଙ୍କ ଫିଲ୍ମ 'ୟାରା ଦିୟା ପୁ ବାରା'ରେ ମଧ୍ୟ କାମ କରିଥିଲେ । ହରନାଜ ଉପସନାଙ୍କ ଫିଲ୍ମ ସନ୍ତୋଷ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓ LLP ସହିତ କଣ୍ଟ୍ରାକ୍ଟ ସାଇନ୍ କରି ପ୍ରତିଶୃତି ଦେଇଥିଲେ କି, ସେ ଫିଲ୍ମ ପାଇଁ ପ୍ରମୋସନ୍ କରିବେ।’’ ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉନାହାନ୍ତି ।
ଉପସାନା କହିଛନ୍ତି ଯେ, ‘‘ହରନାଜ କୌରଙ୍କ ଏହି ଚଳଚ୍ଚିତ୍ର ସେତେବେଳେ କରିଥିଲେ, ଯେତେବେଳେ ସେ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିନଥିଲେ । ଉପସାନା ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ହରନାଜ କାରଣରୁ ସେ ବହୁତ କ୍ଷତି ସହିଛନ୍ତି ।’’ ବାଇ ଜୀ କୁଟାନେଜ୍ ଚଳଚ୍ଚିତ୍ରରେ ଦେବ ଖରୋଦ ଏବଂ ଗୁରୁପ୍ରୀତ ଘୁଗି ମଧ୍ୟ ଅଭିନୟ କରିଛନ୍ତି ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ସ୍ମିପ୍ କାଙ୍ଗ ।