ହାଇଦ୍ରାବାଦ: ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି । ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀଙ୍କ (Jeetendra Shastri Death) ଦେହାନ୍ତ ହୋଇଛି । ଜିତୁ ଭାଇ ନାମରେ ଜଣାଶୁଣା ଜିତେନ୍ଦ୍ର ଶାସ୍ତ୍ରୀ ଅନେକ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ ସହିତ ଏକ ଭିନ୍ନ ଛାପ ଛାଡିଥିଲେ । ସେ ଛୋଟ ଛୋଟ ଚରିତ୍ରକୁ ମଧ୍ୟ ଜୀବନ୍ତ କରିଦେଉଥିଲେ । ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ 'ବ୍ଲାକ୍ ଫ୍ରାଇଡେ' ଠାରୁ ଆରମ୍ଭ କରି 'ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍', 'ମିର୍ଜାପୁର' ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ଜଣାଶୁଣା । ତାଙ୍କ ସହ-ତାରକାମାନେ ଅଭିନେତାଙ୍କ ବିଯୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ଥିଏଟର ଜଗତରେ ମଧ୍ୟ ପ୍ରସିଦ୍ଧ ଥିଲେ ଜିତେନ୍ଦ୍ର
ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ କେବଳ ଚଳଚ୍ଚିତ୍ର ପରଦାରେ ନୁହେଁ, ଥିଏଟର ଜଗତରେ ମଧ୍ୟ ପ୍ରସିଦ୍ଧ ଥିଲେ । ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଅଭିନୟ ଦକ୍ଷତା ଶିଖିଲେ । ଜିତେନ୍ଦ୍ର ଶାସ୍ତ୍ରୀ 'ଲଜ୍ଜା', 'ଦୌଡ', 'ଚରସ', 'ବ୍ଲାକ୍ ଫ୍ରାଇଡେ' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । 2019ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍' ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ସେ ନେପାଳରେ ବସିଥିବା ଜଣେ ସୂଚନାଦାତା ଭୂମିକାରେ ଅଭିନୟ କରିଥିଲେ, ଯିଏ କି ଜଣେ କୁଖ୍ୟାତ ଆତଙ୍କବାଦୀଙ୍କୁ ଧରିବାରେ ସାହାଯ୍ୟ କରିଥିଲେ ।