ଓଡିଶା

odisha

ସାହିଦଙ୍କ ନୂଆ ଲୁକ୍ ଦେଖି ରହିପାରିଲେନି ମୀରା ରାଜପୁତ, କରିଦେଲେ ଏମିତି କମେଣ୍ଟ

By ETV Bharat Odisha Team

Published : Oct 7, 2023, 4:47 PM IST

ସାହିଦ କପୁର ନିକଟରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଅଭିନେତାଙ୍କ ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଦିଓ୍ୱାନା ହୋଇଯାଇଛନ୍ତି । ଏଥିସହ ତାଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । ଅଧିକ ପଢନ୍ତୁ

ସାହିଦ କପୁର
ସାହିଦ କପୁର

ମୁମ୍ବାଇ: ଅଭିନେତା ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ବି-ଟାଉନର ଅନ୍ୟତମ ଚର୍ଚ୍ଚିତ ଦମ୍ପତି । ଏହି ଦମ୍ପତି ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ସେମାନଙ୍କ ରୋମାଣ୍ଟିକ୍‌ ଫଟୋ ସେୟାର କରି ଚର୍ଚ୍ଚାରେ ରୁହନ୍ତି । ଯଦିଓ ସାହିଦଙ୍କୁ ସୋସିଆଲ୍‌ ମିଡିଆରେ ସେତେଟା ଦେଖିବାକୁ ମିଳେନାହିଁ, ମାତ୍ର ମୀରା ଏହି ଦିଗରେ ଖୁବ୍‌ ସକ୍ରିୟ । ସେ ନିୟମିତ ଭାବେ ସୋସିଆଲ୍‌ ମିଡିଆରେ କିଛି ନା କିଛି ପୋଷ୍ଟ କରି ଚାଲିଥାନ୍ତି ।

ସାହିଦଙ୍କ ଫଟୋରେ ମୀରାଙ୍କ କମେଣ୍ଟ

ବେଳେବେଳେ ସାହିଦ କପୁର ଏବଂ ମୀରା ରାଜପୁତ ପରସ୍ପର ପାଇଁ ପ୍ରେମ ଭରା ଫଟୋ ଏବଂ ପୋଷ୍ଟ ସହିତ ସେମାନଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରନ୍ତି । କେବଳ ଏତିକି ନୁହେଁ, ସେମାନେ ପରସ୍ପରର ପୋଷ୍ଟରେ ସୁନ୍ଦର ରୋମାଣ୍ଟିକ୍ କମେଣ୍ଟ ମଧ୍ୟ ଦିଅନ୍ତି । ନିକଟରେ ସାହିଦ କପୁର ଶାନଦାର ଫଟୋର ଏକ ସେଟ୍ ସେୟାର କରିଥିଲେ ଯେଉଁଥିରେ ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଥିଲେ । ତାଙ୍କ ପୋଷ୍ଟରେ ମୀରା ରାଜପୁତଙ୍କ କମେଣ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କଳା ପୋଷାକରେ ସାହିଦ କପୁରଙ୍କ ନୂଆ ଫଟୋ ଉପରେ ମୀରା ରାଜପୁତ ଏକ ଚମତ୍କାର କମେଣ୍ଟ ଦେଇଛନ୍ତି । କିଛି ଘଣ୍ଟା ପୂର୍ବରୁ ସାହିଦ କପୁର ତାଙ୍କର ବହୁତ ହଟ୍‌ ଫଟୋ ସେୟାର କରିଛନ୍ତି । ସେ ମ୍ୟାଚିଂ ପ୍ୟାଣ୍ଟ ସହିତ କଳା କୋଟ ପିନ୍ଧିଥିଲେ ଏବଂ ତାଙ୍କ ହାତରେ ଏକ ମ୍ୟାଚିଂ ବ୍ଲେଜର ଧରିଥିବାର ଦେଖାଯାଇଥିଲା । ସେ ତାଙ୍କର ନୂଆ ହେୟାର ଷ୍ଟାଇଲ ଦେଖାଇଥିଲେ ଏବଂ କିଛି ଫଟୋରେ ଗାଢ ରଙ୍ଗର ଚଷମା ପିନ୍ଧିଥିଲେ । ଫଟୋ ସେୟାର କରିବାବେଳେ ସାହିଦ୍ ଲେଖିଛନ୍ତି, କାଲା ସା’ କାଲା । ଫଟୋ ଗୁଡ଼ିକୁ ଦେଖି କେବଳ ତାଙ୍କ ପ୍ରଶଂସକଙ୍କୁ ଦିଓ୍ୱାନା ହୋଇନଥିଲେ, ବରଂ ତାଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ତାଙ୍କର ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିନଥିଲେ। ସେ ଏହି ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି, "Can you not look this hot…" ଇଶାନ ଖଟ୍ଟର ମଧ୍ୟ କମେଣ୍ଟରେ ଫାୟାର ଇମୋଜି ଦେଇଛନ୍ତି । ମୀରା ରାଜପୁତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସାହିଦଙ୍କ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘‘ମୋର ଜୀବନରେ ଏହି ପୁଅ ଦରକାର ।’’

ଏହା ମଧ୍ୟ ପଢନ୍ତୁ: କିଆରାଙ୍କ ସହ 'ଜୁମ୍ମା ଚୁମ୍ମା'ରେ ନାଚିଲେ ସାହିଦ କପୁର, ଭିଡିଓ ଭାଇରାଲ

ଏହି ସମୟରେ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ସାହିଦ କପୁର କହିଛନ୍ତି ଯେ ଅର୍ଜୁନ ରେଡ୍ଡୀ ଦେଖିବା ପରେ ସେ ଏହାକୁ ବହୁତ ପସନ୍ଦ କରିଥିଲେ। ତାଙ୍କର ପ୍ରଥମ ପ୍ରତିକ୍ରିୟା ଥିଲା ଯେ, ସେ କବୀର ସିଂ କରିବେ ନାହିଁ । କାରଣ ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡା ଅର୍ଜୁନ ରେଡ୍ଡୀରେ ଏତେ ଭଲ କାମ କରିସାରିଛନ୍ତି । ସେ କହିଥିଲେ, "ମୁଁ ଅନେକ ଚଳଚ୍ଚିତ୍ରରେ କାମ କରିସାରିଛି । ସେ ଏହି ଚରିତ୍ରକୁ କିପରି ଉପସ୍ଥାପନ କରିଛନ୍ତି, ମୁଁ ଜାଣେ ନାହିଁ ମୁଁ ଏହା କରିବି କି ନାହିଁ କାରଣ ଲୋକମାନେ ମୋତେ ପୂର୍ବରୁ ଦେଖିସାରିଛନ୍ତି।"

ABOUT THE AUTHOR

...view details