ଓଡିଶା

odisha

ETV Bharat / entertainment

IFFI Goa: ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ଉଦଯାପିତ - ଫିଲ୍ମ ଫେଷ୍ଟିଭାଲ୍‌ରେ ଅଭିନେତା ସମ୍ମାନିତ

ଗୋଆରେ ଆୟୋଜିତ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ଉଦଯାପିତ ହୋଇଛି । ଏହି ଅବସରରେ ଅନେକ ବଲିଉଡ, ଟଲିଉଡ ଅଭିନେତା ତଥା ଫିଲ୍ମକୁ ସମ୍ମାନିତ କରାଯାଇଛି । ଅଧିକ ପଢ଼ନ୍ତୁ

IFFI Goa: ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ଉଦଯାପିତ
IFFI Goa: ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ଉଦଯାପିତ

By

Published : Nov 28, 2022, 10:55 PM IST

ପାନାଜୀ:ଗୋଆରେ ଆୟୋଜିତ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ଉଦଯାପିତ ହୋଇଛି । ଏହି ଅବସରରେ ଅନେକ ବଲିଉଡ, ଟଲିଉଡ ଅଭିନେତା ତଥା ଫିଲ୍ମକୁ ସମ୍ମାନିତ କରାଯାଇଛି । ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ସହ ଅନେକ ବଲିଉଡ ଅଭିନେତା ତଥା ଅଭିନେତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।

ଏହି ଅବସରରେ ଅକ୍ଷୟ କୁମାର କହିଛନ୍ତି, "ଫିଲ୍ମ ନିର୍ମାଣ କ୍ଷେତ୍ରରେ ଭାରତ ସୁପର ପାୱାର ହେବାକୁ ଯାଉଛି । କାରଣ ଅଧିକାଂଶ ଫିଲ୍ମ ଭାରତରେ ହିଁ ନିର୍ମିତ ହେଉଛି । ଏଠାରେ ଫିଲ୍ମ ଏକାଧିକ ଭାଷାରେ ପ୍ରସ୍ତୁତ ହୋଇଛି ।"

ଆଜି ଉତ୍ସବରେ ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଛି । ଏହାଛଡ଼ା ମେଗାଷ୍ଟାର୍‌ ଚିରଞ୍ଜିବୀଙ୍କୁ ମଧ୍ୟ ଏହି ଉତ୍ସବରରେ ସମ୍ମାନିତ କରାଯାଇଛି । ଏହାଛଡ଼ା ଅକ୍ଷୟ କୁମାର, ଆୟୁଶମାନ ଖୁରାନା, ମାନୁଷୀ ଚିଲ୍ଲାର, ଈଶା ଗୁପ୍ତା, ଆନନ୍ଦ ରାଏ ପ୍ରମୁଖଙ୍କୁ ଏଠାରେ ସମ୍ମାନିତ କରାଯାଇଛି ।

୫୩ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଇରାନୀ ୱେବ୍‌ ସିରିଜ୍‌ ଫୌଦାର ଚତୁର୍ଥ ସିଜିନର୍‌ ପ୍ରିମିୟର ହୋଇଛି । ଏହାକୁ ନେଇ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର 'ଫୌଦା' ସିରିଜର ପ୍ରଶଂସା କରିଛନ୍ତି । ଭାରତ ଉପରେ ଏହି ସିରିଜ୍‌ର ପ୍ରଭାବ ପଡ଼ିଥିବା କଥା କହିଛନ୍ତି ଅନୁରାଗ ଠାକୁର ।

ABOUT THE AUTHOR

...view details