ହାଇଦ୍ରାବାଦ:ତ୍ରିଶା କ୍ରିଷ୍ଣନ ଏବଂ ମନସୁର ଅଲ୍ଲୀ ଖାନଙ୍କ ବିବାଦ ଘଟଣା । ମନସୁର ଅଲି ଖାନ କିଛି ଦିନ ତଳେ ଏକ ପ୍ରେସମିଟରେ ତ୍ରିଶା କ୍ରିଷ୍ଣନଙ୍କ ସହ ଦୁଷ୍କର୍ମ ସିନ୍କୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଯାହା ପରେ ତ୍ରିଶାଙ୍କ ବ୍ୟତୀତ ଅନେକ ସାଉଥ୍ ସେଲିବ୍ରିଟି ଏବଂ ସାଉଥ ଭାରତୀୟ କଳାକାର ସଂଘ (SIAA) ଘଟଣାକୁ ନେଇ ନିନ୍ଦା କରିଥିଲେ । ଏହାରି ମଧ୍ୟରେ ଏବେ ତ୍ରିଶାଙ୍କୁ ସମର୍ଥନ କରିଛନ୍ତି ସାଉଥ୍ ମୋଗାଷ୍ଟାର ଚିରଞ୍ଜୀବୀ । ସେପଟେ ଘଟଣା ନେଇ ଆଜି ନଭେମ୍ବର ୨୧ରେ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମନସୁର । ସେ ଏଥିରେ କହିଛନ୍ତି ଯେ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବେ ନାହିଁ ।
ଘଟଣା ନେଇ ନାଦିଗର ସଙ୍ଗମ(ସାଉଥ ଇଣ୍ଡିଆନ୍ ଆର୍ଟିଷ୍ଟ ଆସୋସିଏସନ୍) ଦ୍ୱାରା ମନସୁରଙ୍କୁ ସାମୟିକ ଭାବେ ନିଷେଧାଦେଶ ଜାରି କରିଥିଲେ । ଏହାକୁ ନେଇ ବର୍ତ୍ତମାନ ମନସୁର ଆଉ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ କହିଛନ୍ତି, "ମୁଁ କାହାକୁ କ୍ଷମା ମାଗିବେ ନାହିଁ । ନାଦିଗର ସଙ୍ଗମ ଭୁଲ କରିଛନ୍ତି । ଯଦି ଏପରି ସମସ୍ୟା ଅଛି, ସେମାନେ ମୋ ଠାରୁ ସ୍ପଷ୍ଟୀକରଣ ମାଗିବା ଉଚିତ ଥିଲା । ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଏ ସମ୍ପର୍କରେ ପଚାରି ନାହାଁନ୍ତି । ସେ ମୋତେ ସ୍ପଷ୍ଟୀକରଣ ମାଗି ନାହାଁନ୍ତି । ଏହିପରି ଏକ ପ୍ରସଙ୍ଗରେ ସେମାନେ ମୋତେ ଡାକିଥାନ୍ତେ କିମ୍ବା ସ୍ପଷ୍ଟୀକରଣ ମାଗି ନୋଟିସ୍ ଜାରି କରିଥାଆନ୍ତେ । ଘଟଣା ନେଇ ଯାଞ୍ଚ କରିବା ଉଚିତ୍ ଥିଲା । କିନ୍ତୁ ଏହା କଲେ ନାହିଁ ।"
ମନସୁର ଆହୁରି କହିଛନ୍ତି,"ମୋ ବିରୋଧରେ ଥିବା ବିବୃତ୍ତି ପ୍ରତ୍ୟାହାର କରିବାକୁ ମୁଁ ନାଦିଗର ସଙ୍ଗମକୁ ଚାରି ଘଣ୍ଟା ସମୟ ଦେବି । ମୁଁ କ୍ଷମା ମାଗୁଥିବା ବ୍ୟକ୍ତିଙ୍କ ପରି ଦେଖାଯାଉଛି କି ଯେ ମୁଁ କ୍ଷମା ମାଗିବି । ଗଣମାଧ୍ୟମ ମୋ ବିରୁଦ୍ଧରେ ଯାହା ଚାହାଁନ୍ତି ତାହା ଲେଖିପାରିବେ । ଲୋକମାନେ ଜାଣନ୍ତି ମୁଁ କିଏ ? ମୋ ସହ ତାମିଲ ଲୋକଙ୍କ ସମର୍ଥନ ଅଛି । ଯେତେବେଳେ ମୋତେ ଏହା ଭୁଲ ବୋଲି ଲାଗିବ । ସେତେବେଳେ ମୁଁ ଏନେଇ କ୍ଷମା ମାଗିବି । ପୂର୍ବରୁ ମଧ୍ୟ ମନସୁର ଘଟଣା ନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ, "ମୁଁ ତ୍ରିଶାଙ୍କ ପ୍ରଶଂସା କରିବା ସହ ଥଟ୍ଟାରେ ଏଭଳି ମନ୍ତବ୍ୟ ଦେଇଥିଲେ । ଅଜଥାରେ ଏହାକୁ ପ୍ରସଙ୍ଗ କରାଯାଇ ବିବାଦ ସୃଷ୍ଟି କରାଯାଉଛି । "