ଓଡିଶା

odisha

ETV Bharat / entertainment

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ମନସୁରଙ୍କ ବିରୋଧରେ ମାମଲା ରୁଜୁ - ତ୍ରିଶାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ମନସୁର

ମନସୁର ଅଲ୍ଲୀ ଖାନ ଏବଂ ତ୍ରିଶା କ୍ରିଷ୍ଣନଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନିକଟରେ ଅଭିନେତା ତ୍ରିଶା କ୍ରିଷ୍ଣନଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ଏବେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଅଭିନେତା । ଚେନ୍ନାଇର ଥାଉଜେଣ୍ଡ ଲାଇଟ୍ ପୋଲିସ୍ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ମନସୁରଙ୍କ ବିରୋଧରେ ମାମଲା ରୁଜୁ କଲା ଚେନ୍ନାଇ ପୋଲିସ
ତ୍ରିଶା-ମନସୁର ଅଲ୍ଲୀ ଖାନ ବିବାଦ: ମନସୁରଙ୍କ ବିରୋଧରେ ମାମଲା ରୁଜୁ କଲା ଚେନ୍ନାଇ ପୋଲିସ

By ETV Bharat Odisha Team

Published : Nov 22, 2023, 4:06 PM IST

ଚେନ୍ନାଇ:ତ୍ରିଶା କ୍ରିଷ୍ଣନ ଏବଂ ମନସୁର ଅଲ୍ଲୀ ଖାନଙ୍କ ବିବାଦ ଘଟଣା । ତ୍ରିଶା କ୍ରିଷ୍ଣନଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ମନସୁର ଅଲ୍ଲୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହା ପରେ ଅଭିନେତା ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ କଡା ସମାଲୋଚନାର ସମ୍ମୁଖୀନ ପରେ ଏବେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଅଭିନେତା । ଏହି ଭାଇରାଲ ଭିଡିଓ ନେଇ ବର୍ତ୍ତମାନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଚେନ୍ନାଇ ନଗର ପୋଲିସ ।

ସୂଚନା ଅନୁସାରେ, ଘଟଣା ନେଇ ପୂର୍ବରୁ ଜାତୀୟ ମହିଳା ଆୟୋଗ(NCW) ହସ୍ତକ୍ଷେପ କରିଥିଲେ । ଚେନ୍ନାଇ ପୋଲିସକୁ ଅଭିନେତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶନାମା ଅନୁଯାୟୀ ଚେନ୍ନାଇର ଥାଉଜେଣ୍ଡ ପୋଲିସ୍ ଷ୍ଟେସନରେ ଧାରା ୩୫୪ A ଏବଂ ୫୦୯ B ଅନୁଯାୟୀ ମନସୁର ଅଲ୍ଲୀ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ମନସୁର ଅଲି ଖାନଙ୍କ ବିବାଦୀୟ ମନ୍ତବ୍ୟ କ’ଣ ଥିଲା ?

ତ୍ରିଶା କ୍ରିଷ୍ଣନଙ୍କ ବିଷୟରେ ମନସୁର ଅଲ୍ଲୀ ଖାନ କହିଥିଲେ ଯେ, "ଯେତେବେଳେ ମୁଁ ଶୁଣିଲି ଯେ ମୁଁ ତ୍ରିଶାଙ୍କ ସହ ଅଭିନୟ କରୁଛି, ସେତେବେଳେ ମୁଁ ଭାବିଲି ଯେ ଫିଲ୍ମରେ ଏକ ବେଡରୁମ ସିନ ବି ରହିବ । ମୁଁ ଭାବିଲି ଯେ ମୁଁ ତାଙ୍କୁ ସେହିଭଳି ବେଡରୁମକୁ ନେଇପାରିବି । ଯେପରି ମୁଁ ମୋର ପୂର୍ବ ଚଳଚ୍ଚିତ୍ରରେ ଅନ୍ୟ ଅଭିନେତ୍ରୀମାନଙ୍କ ସହ କରୁଥିଲି । ମୁଁ ଅନେକ ଚଳଚ୍ଚିତ୍ରରେ ଏଭଳି ଅନେକ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ କିଛି ନୂଆ ନୁହେଁ, କିନ୍ତୁ ହେଲେ ନିର୍ଦ୍ଦେଶକ ମୋତେ ଏହି ଭୂମିକା ନଦେଇ ଖଳନାୟକର ଭୂମିକା ଦେଲେ ।"

ଏହା ମଧ୍ୟ ପଢନ୍ତୁ:ତ୍ରିଶାଙ୍କୁ ସମର୍ଥନ କଲେ ଚିରଞ୍ଜୀବୀ, କ୍ଷମା ମାଗିବାକୁ ମନା କଲେ ମନସୁର

ଏହାର ଭିଡିଓ ଭାଇରାଲ ପରେ ତ୍ରିଶା ଏହାକୁ ନେଇ ଦୃଢ ନିନ୍ଦା କରିଥିଲେ । ପରେ ଲିଓ ନିର୍ଦ୍ଦେଶକ ଲୋକେଶ କନଗରାଜ, ଚିରଞ୍ଜୀବୀଙ୍କ ପରି ଅନେକ ସାଉଥ୍‌ ସେଲିବ୍ରିଟି ଏବଂ ସାଉଥ ଭାରତୀୟ କଳାକାର ସଂଘ (SIAA) ଘଟଣାକୁ ନେଇ ନିନ୍ଦା କରିଥିଲେ । ଏପରିକି ଜାତୀୟ ମହିଳା ଆୟୋଗ(NCW) ହସ୍ତକ୍ଷେପ କରିଥିଲେ । ପରେ ଏହାକୁ ନେଇ ମନସୁର ସ୍ପଷ୍ଟୀକରଣ ଦେଇ କହିଥିଲେ, "ମୁଁ ତ୍ରିଶାଙ୍କ ପ୍ରଶଂସା କରିବା ସହ ଥଟ୍ଟାରେ ଏଭଳି ମନ୍ତବ୍ୟ ଦେଇଥିଲେ । ଅଜଥାରେ ଏହାକୁ ପ୍ରସଙ୍ଗ କରାଯାଇ ବିବାଦ ସୃଷ୍ଟି କରାଯାଉଛି । ଏଥିସହ ସେ ଗତକାଲି ଏକ ପ୍ରେସମିଟରେ ନିଜର ଭୁଲ ନଥିବା ଦର୍ଶାଇ ଘଟଣା ନେଇ କାହାକୁ କ୍ଷମା ମାଗିବାକୁ ମଧ୍ୟ ମନା କରିଥିଲେ ।

ABOUT THE AUTHOR

...view details