ଓଡିଶା

odisha

ETV Bharat / entertainment

ମନୋଜ ବାଜପେୟୀଙ୍କ ମାଆ ଗୀତା ଦେବୀଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ଅଭିନେତା ମନୋଜ ବାଜପେୟୀଙ୍କ ମାଆ ଗୀତା ଦେବୀଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଅଧିକ ପଢନ୍ତୁ

ମନୋଜ ବାଜପେୟୀଙ୍କ ମାଆ ଗୀତା ଦେବୀଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
ମନୋଜ ବାଜପେୟୀଙ୍କ ମାଆ ଗୀତା ଦେବୀଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

By

Published : Dec 8, 2022, 4:07 PM IST

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ମନୋଜ ବାଜପେୟୀଙ୍କ ମାଆ ଗୀତା ଦେବୀଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୀତା ଦେବୀ ଦୀର୍ଘ ଦିନ ଧରି ବୟସାଧିକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ, ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ, କିନ୍ତୁ ଆଜି ସକାଳେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଫଳରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ତାଙ୍କ ମାତାଙ୍କ ମୃତ୍ୟୁ ପରେ ମନୋଜ ବାଜପେୟୀ ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଅଭିନେତା ତାଙ୍କ ପରିବାରର ଯତ୍ନ ନେଉଛନ୍ତି । ଉଲ୍ଲେଖନୀୟ ଯେ, ଗତ ଏକ ସପ୍ତାହ ଧରି ଗୀତା ଦେବୀ ଦିଲ୍ଲୀର ପୁଷ୍ପାଞ୍ଜଳି ମେଡିକାଲ ସେଣ୍ଟର ଏବଂ ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ପରେ ମନୋଜ ବାଜପେୟୀ ମଧ୍ୟ ତାଙ୍କ ବ୍ୟସ୍ତବହୁଳ ସମୟରୁ ସମୟ ବାହାର କରିବା ପରେ ତାଙ୍କ ମାଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ।

ମନୋଜ ବାଜପେୟୀଙ୍କ ମା’ଙ୍କ ଦେହାନ୍ତ ବିଷୟରେ ଅଶୋକ ପଣ୍ଡିତ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି- 'ମନୋଜ ବାଜପେୟୀ, ଆପଣଙ୍କ ଆଦରଣୀୟ ମାଆଙ୍କ ଦୁଃଖଦ ମୃତ୍ୟୁରେ ଆପଣଙ୍କ ଏବଂ ଆପଣଙ୍କ ପରିବାରକୁ ହୃଦୟରୁ ସମବେଦନା । 3 ଅକ୍ଟୋବର 2021ରେ ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତଙ୍କ ଅସୁସ୍ଥତା ହେତୁ 83 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ପିତାମାତା ଚାଲିଯିବା ପରେ ମନୋଜ ଏକାକୀ ହୋଇଯାଇଛନ୍ତି । ସେ ତାଙ୍କ ପିତାମାତାଙ୍କ ହୃଦୟର ଅତି ନିକଟତର ଥିଲେ । ଅନେକ ଥର ତାଙ୍କୁ ମଧ୍ୟ ତାଙ୍କ ମା’ଙ୍କ କଥା ପୁନରାବୃତ୍ତି କରୁଥିବା ଦେଖିବାକୁ ମିଳିଛି।

ଏହା ବି ପଢନ୍ତୁ:ସୁଶାନ୍ତ ରାଜପୁତଙ୍କୁ ଭୁଲିଗଲେ ରିୟା, ଏହି ବିଜନେସମ୍ୟାନଙ୍କୁ ଦେଲେ ହୃଦୟ !

'ବନ୍ଦା'ରେ ମନୋଜ

ଡିସେମ୍ବର 7 ରେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବନ୍ଦା' (Bandaa) ରୁ ତାଙ୍କର ପ୍ରଥମ ଲୁକ୍ ସାମ୍ନାକୁ ଆସିଥିଲା । ଏହି ଚଳଚ୍ଚିତ୍ରରେ ସେ ଜଣେ ଓକିଲ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି, ଯିଏ ସର୍ବଦା ସତ୍ୟ ପାଇଁ ଲଢନ୍ତି । ମନୋଜ ବାଜପେୟୀ ପ୍ରଥମ ଥର ପାଇଁ ଏଭଳି ଚରିତ୍ର ଗ୍ରହଣ କରିଛନ୍ତି ।

ABOUT THE AUTHOR

...view details