ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଅଭିନେତା ମନୋଜ ବାଜପେୟୀ 23 ଏପ୍ରିଲ 2022ରେ ତାଙ୍କର 53 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ମନୋଜ ବାଜପେୟୀଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ହେଉଛି । ଏହି ଭିଡିଓରେ ମନୋଜ ସମାଜରେ ସାମ୍ପ୍ରଦାୟିକ ସମନ୍ୱୟର ବାର୍ତ୍ତା ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବଂ କବିତାର ବିଷୟବସ୍ତୁ ହେଉଛି ଚଳଚ୍ଚିତ୍ର ନିର୍ମାତା ମିଲାପ ଜାବେରୀଙ୍କର । ମନୋଜ ବାଜପେୟୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ବହୁତ ପସନ୍ଦ କରାଯାଉଛି ।
ପ୍ରାୟ 2 ମିନିଟର ଏହି ଭିଡିଓରେ ମନୋଜ 'ଭଗବାନ୍ ଏବଂ ଖୁଦା' ନାମକ ଏକ କବିତା ପାଠ କରୁଥିବା ନଜର ଆସିଛନ୍ତି । ଏହି କବିତା ମାଧ୍ୟମରେ ସେ ଆଜିର ଦିନରେ ଦେଶରେ ବଢୁଥିବା ହିନ୍ଦୁ-ମୁସଲମାନ ଦୂରତାକୁ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି କବିତା ମାଧ୍ୟମରେ ସେ କହିବାକୁ ଚେଷ୍ଟା କରିଛନ୍ତି ଯେ ସମସ୍ତ ଧର୍ମ ମଧ୍ୟରେ ପାର୍ଥକ୍ୟ ହେଉଛି ଶବ୍ଦ ଯାହା ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇଛି ।
କବିତାରେ ବାଜପେୟୀ କୁହନ୍ତି, "ଭଗବାନ ଏବଂ ଖୁଦା ପରସ୍ପର ସହ କଥାବାର୍ତ୍ତା ହେଉଥିଲେ, ମନ୍ଦିର ଏବଂ ମସଜିଦ ଛକ ଠାରେ ସାକ୍ଷାତ ହୋଇଥିଲେ, ସେମାନେ ଏକତ୍ର ହାତ ଧରିଛନ୍ତି କିମ୍ବା ପ୍ରାର୍ଥନାରେ ହାତ ବଢାଇଛନ୍ତି ଏଥିରେ ମୋତେ କୌଣସି ଫରକ ପଡୁନାହିଁ । ଜାଭେରୀ ମୂଳତ 2020 ମେ ମାସରେ ଅର୍ଥାତ କୋରୋନା ମହାମାରୀ ସମୟରେ ଭିଡିଓକୁ ଅପଲୋଡ କରିଥିଲେ । କିନ୍ତୁ, ଯେଉଁ ସମୟରେ ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ନୂଆଦିଲ୍ଲୀ ଭଳି ରାଜ୍ୟରେ ସାମ୍ପ୍ରଦାୟିକ ଘଟଣା ସାମ୍ନାକୁ ଆସିଛି, ସେତେବେଳେ ଏହି କବିତା ପୁଣି ଥରେ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ସ୍ୱର ଉତ୍ତୋଳନ କରି ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ଏକ ଦୃଢ ବାର୍ତ୍ତା ଦେଉଛି ।
ଜାବେରୀ କହିଛନ୍ତି ଯେ କିଛି "ଦୁର୍ଭାଗ୍ୟଜନକ ଘଟଣା" ସାମ୍ନାକୁ ଆସିଛି, ଯେଉଁ କାରଣରୁ ଭିଡିଓଟି ପୁଣିଥରେ ସାମ୍ନାକୁ ଆସିଛି ଏବଂ ସେଥିପାଇଁ ସେ ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି । ସେ କହିଛନ୍ତି ଯେ କବିତାକୁ ପୁଣି ଥରେ ଶୁଣିବା ବହୁତ ଭଲ ଲାଗେ । ସେ କହିଛନ୍ତି ଯେ ସମ୍ପ୍ରଦାୟର ଲୋକମାନେ ପରସ୍ପର ମଧ୍ୟରେ ଶତ୍ରୁତା କିମ୍ବା ମତଭେଦ ଚାହାଁନ୍ତି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ