ହାଇଦ୍ରାବାଦ:'ଦ ଫ୍ୟାମିଲି ମ୍ୟାନ' ପରେ ବଲିଉଡ ଅଭିନେତା ମନୋଜ ବାଜପେୟୀ ୱେବସିରିଜ 'କିଲର ସୁପ୍' ସହ ଫେରିଛନ୍ତି । ଗତକାଲି ଏହି ସିରିଜ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଏଥିରେ ମନୋଜ ବାଜପେୟୀ ଡବଲ ଧମାକା କରୁଥିବା ଦେଖିବାକୁ ମିଳିଛି । ତେବେ ଅଭିନେତା ଏହି ସିରିଜରେ ଅଭିନୟ କରି ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।
ମନୋଜ ବାଜପେୟୀ କହିଛନ୍ତି, "କିଲର ସୁପ' କେବଳ ଗୋଟିଏ ଥର ଦେଖିବା ଭଳି ଫିଲ୍ମ ନୁହେଁ । ଏହି ଧାରାବାହିକରେ କରାଯାଇଥିବା ପ୍ରୟାସକୁ ପ୍ରକୃତରେ ପ୍ରଶଂସା କରିବାକୁ ହେଲେ ମୁଁ ଦର୍ଶକଙ୍କୁ ଏହାକୁ ଅତି କମରେ ତିନିଥର ଦେଖିବା ପାଇଁ ଅନୁରୋଧ କରୁଛି । ପ୍ରତ୍ୟେକ ଥର ଏହାକୁ ଦେଖିବା ପରେ ନୂଆ ଅନୁଭୂତି ମିଳିବ ।' ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଏହା ପିଆଜର ଚୋପା ଛଢାଇବା ଭଳି ଅଟେ । କାହାଣୀରେ ଅନେକ ତତ୍ତ୍ବ ରହିଛି । ତେଣୁ ଯଦି ଏହାକୁ ଆପଣ ଧ୍ୟାନର ସହ ନ ଦେଖିବେ ତେବେ ଆପଣ ଭଲରେ ବୁଝି ପାରିବେନି । ପ୍ରତ୍ୟେକ କାହାଣୀ ନିଜସ୍ବ ଚରିତ୍ର ବାଛିଥାଏ । ମୁଁ ଏହି ପ୍ରୋଜେକ୍ଟରେ କାମ କରି ନିଜକୁ ଭାଗ୍ୟବାନ ମନେ କରୁଛି ।"