ଓଡିଶା

odisha

ETV Bharat / entertainment

'ମନ କି ବାତ'ରେ ଓସ୍କାର ବିଜେତାଙ୍କ ପ୍ରଶଂସା କଲେ ମୋଦୀ

Modi Praise India's twin Oscar Wins in Mann Ki Baat: ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ଶେଷ ଏପିସୋଡ ବହୁତ ସାନଦାର ରହିଥିଲା । ସେ ତାଙ୍କ ଲାଟେଷ୍ଟ ଏପିସୋଡରେ ୨୦୨୩ ଭାରତର ଓସ୍କାର ବିଜୟକୁ ନେଇ ଖୁବ ପ୍ରଶଂସା କରିଥିଲେ । ଅଧିକ ପଢ଼ନ୍ତୁ

'ମନ କି ବାତ'ରେ ଓସ୍କାର ବିଜେତାଙ୍କ ପ୍ରଶଂସା କଲେ ମୋଦୀ
'ମନ କି ବାତ'ରେ ଓସ୍କାର ବିଜେତାଙ୍କ ପ୍ରଶଂସା କଲେ ମୋଦୀ

By ETV Bharat Odisha Team

Published : Dec 31, 2023, 5:59 PM IST

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌' ଚଳିତ ବର୍ଷର ଶେଷ ଏପିସୋଡ୍‌ ରହିଥିଲା । ପିଏମ୍‌ ଏହି ସମୟରେ ଲୋକଙ୍କୁ ସମ୍ବୋଧନ କରିବା ସହ 2023ରେ ଭାରତର ଉପଲବ୍ଧି ସମ୍ପର୍କରେ ଏବଂ ଫିଟନେସ୍ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ମନୋରଞ୍ଜନ କ୍ଷେତ୍ରରେ ଭାରତର ଓସ୍କାର ବିଜୟକୁ ମନେ ପକାଇ ଖୁବ ପ୍ରଶଂସା କରିଛନ୍ତି ମୋଦି ।

୨୦୨୩ରେ ଭାରତର ଓସ୍କାର ନେଇ ମୋଦୀ ପ୍ରଶଂସା କରି କହିଛନ୍ତି, "ବନ୍ଧୁ ଗଣ । ଯେତେବେଳେ ନାଟୁ-ନାଟୁକୁ ଓସ୍କାର ମିଳିଲା । ସେତେବେଳେ ପୁରା ଦେଶ ଖୁସିରେ ଝୁମିଥିଲା । ଏଥିସହ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌'କୁ ଶୁଣି ମଧ୍ୟ ସାରା ଦେଶବାସୀ ବେଶ ଖୁସି ହୋଇଥିଲେ । ଏମାନଙ୍କ ମାଧ୍ୟମରେ ସାରା ଦୁନିଆ ଭାରତର ରଚନାତ୍ମକତା ଦେଖିଲା ଏବଂ ପର୍ଯ୍ୟାବରଣ ସହ ଆମର ସମ୍ବନ୍ଧକୁ ବୁଝିଲା ।"

ମାର୍ଚ୍ଚ ୧୩, ୨୦୨୩ ଥିଲା ଭାରତ ପାଇଁ ଗୌରବର ଦିନ । ଏହି ଦିନ ଚଳିତ ବର୍ଷର ୯୫ତମ ଓସ୍କାର ପୁରସ୍କାର ସମାରୋହରେ, ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ଲକବଷ୍ଟର ଫିଲ୍ମ RRRର ସୁପରହିଟ୍ ଗୀତ ନାଟୁନାଟୁ ଏବଂ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌' ଓସ୍କାର ପୁରସ୍କାର ଜିତି ଦେଶବାସୀଙ୍କୁ ଗର୍ବିତ କରିଥିଲେ । ଓସ୍କାର ପୁରସ୍କାର ପାଇଁ 3ଟି କାଟାଗୋରୀରେ ଭାରତୀୟ ଚଳଚ୍ଚିତ୍ର ତଥା ଗୀତ ନୋମିନେଟ୍‌ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ଗୀତ ଓ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ରକୁ ଓସ୍କାର ପୁରସ୍କାର ମିଳିଥିଲା ।

ସୂଚନା ଥାଉ କି, ଏସ୍ ରାଜାମୌଲି ଏବଂ ରାମ ଚରଣ-ଜୁନିଅର ଏନଟିଆର୍‌ଙ୍କ ଅଭିନୀତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଫିଲ୍ମ 'ଆରଆରଆର' ବେଶ୍‌ ସଫଳତା ହାସଲ କରିଥିବା ବେଳେ ନାଟୁନାଟୁ ଗୀତ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ବ୍ୟତୀତ ରାମ ଚରଣ ଏବଂ ଆଲିଆ ଭଟ୍ଟ, ଶ୍ରୀୟା ସରନ, ଅଜୟ ଦେବଗନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ତେବେ RRR ହେଉଛି ଏକମାତ୍ର ଭାରତୀୟ ଚଳଚ୍ଚିତ୍ର, ଯାହା 7ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛି । ଏହି ଫିଲ୍ମ ଗତ ବର୍ଷ 2022 ମାର୍ଚ୍ଚ 25ରେ ରିଲିଜ କରିଥିବା ବେଳେ ସାରା ବିଶ୍ୱରେ 1200 କୋଟିରୁ ଅଧିକ ରୋଜଗାର କରି ରେକର୍ଡ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ:ଓସ୍କାରରେ ଆୱାର୍ଡ ହାତେଇଲା ଭାରତୀୟ ସିନେମା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନାଟୁ-ନାଟୁ ଗୀତରେ ଏମ.ଏମ କିରାବାନୀ ସଙ୍ଗୀତ ରଚନା କରିଥିବା ବେଳେ ଗୀତକୁ ଚନ୍ଦ୍ରବୋସ ଲେଖିଛନ୍ତି । କାଳ ଭୈରବ ଏବଂ ରାହୁଲ ଏଥିରେ କଣ୍ଠଦାନ କରିଥିଲେ । ତେବେ ଏହି ଗୀତ ଆଜି ବି ଟ୍ରେଣ୍ଡିଂ କରୁଛି । ସେହିପରି କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌'। ଯାହା ୩୯ ମିନିଟର ତାମିଲ ଭାଷାରେ ନିର୍ମିତ ଫିଲ୍ମ । ଶିଶୁ ହାତୀ ଓ ଦମ୍ପତ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ଫିଲ୍ମ କାହାଣୀର ପ୍ରସ୍ତୁତି ହୋଇଥିଲା । ତେବେ ଉଭୟ ଫିଲ୍ମର ଏହି ଐତିହାସିକ ବିଜୟ ପାଇଁ ସାରା ଦେଶ ଗୌରବାନ୍ବିତ କରିପାରିଛି ।

ABOUT THE AUTHOR

...view details