ଓଡିଶା

odisha

ETV Bharat / entertainment

Mann Ki Baat: କେସମୀଙ୍କ ଭାରତୀୟ ସଙ୍ଗୀତ ପ୍ରତି ଆଗ୍ରହ ଅତ୍ୟନ୍ତ ପ୍ରେରଣାଦାୟକ କହିଲେ ମୋଦି, ଜାଣନ୍ତୁ କିଏ ଏହି କଣ୍ଠଶିଳ୍ପୀ - 105ତମ ମନ୍ କି ବାତରେ କେସମୀ

105ତମ ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ କେସମୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେସମୀକୁ ନେଇ କହିଲେ ଏମିତି

German Singer Songwriter  cassmae
German Singer Songwriter cassmae

By ETV Bharat Odisha Team

Published : Sep 24, 2023, 2:13 PM IST

ହାଇଦ୍ରାବାଦ:ଦେଶର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ । ପ୍ରତି ରବିବାର ସକାଳ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରନ୍ତି ପ୍ରଧାନମନ୍ତ୍ରୀ । ତେବେ 105ତମ ଏପିସୋଡ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜିର କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ ଏବଂ ଜି20କୁ ଚର୍ଚ୍ଚା କରିଥିବା ବେଳେ ଜର୍ମାନୀ ଗାୟିକା ତଥା ଗୀତିକାର କେସମୀଙ୍କର ପ୍ରଶଂସା କରିଛନ୍ତି ।

ମନ୍‌ କି ବାତ୍‌ରେ ଜର୍ମାନୀ ଗାୟିକା: ମନ୍‌ କି ବାତ୍‌ର 105ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଜର୍ମାନ ଗାୟିକା-ଗୀତିକାର କେସମୀଙ୍କ ଗୀତକୁ ପ୍ରଶଂସା କରିଥିଲେ । କେସିମକୁ ନେଇ ମୋଦି କହିଛନ୍ତି, "ଆଜିକା ସମୟରେ 21 ବର୍ଷୀୟ କେସମୀ ଇନ୍‌ଷ୍ଟାଗ୍ରାମ୍‌ରେ ବହୁତ ଲୋକପ୍ରିୟ ଅର୍ଜନ କରିଛନ୍ତି । ଜର୍ମାନୀରେ ରହୁଥିବା କେସ୍‌ମୀ କେବେ ମଧ୍ୟ ଭାରତ ଆସି ନାହାନ୍ତି । ଯିଏ ଭାରତକୁ ଦେଖିନାହାନ୍ତି ସେ ଭାରତୀୟ ସଙ୍ଗୀତର ଜଣେ ପ୍ରଶଂସକ । ଭାରତୀୟ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଅତ୍ୟନ୍ତ ପ୍ରେରଣାଦାୟକ ।"

ଏହା ମଧ୍ୟ ପଢନ୍ତୁ: Mann Ki Baat: 'ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି ଜି 20 ସମ୍ମିଳନୀ'

ଦୃଷ୍ଟିବାଧିତ କେସମୀ:ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "କେସମୀ ଜନ୍ମରୁ ଦେଖିପାରୁ ନାହାଁନ୍ତି । କିନ୍ତୁ ଏହି କଠିନ ଆହ୍ବାନ ତାଙ୍କୁ ଅସାଧାରଣ ସଫଳତାଠାରୁ ଦୂରେଇ ପାରି ନାହିଁ । ସଙ୍ଗୀତ ଏବଂ ସୃଜନଶୀଳତା ପ୍ରତି ତାଙ୍କର ଆଗ୍ରହ ଏତେ ଥିଲା ଯେ, ସେ ପିଲାଦିନରୁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ 3 ବର୍ଷ ବୟସରେ ଆଫ୍ରିକୀୟ ଡ୍ରମିଂ ଆରମ୍ଭ କରିଥିଲେ । ସେ ମାତ୍ର 5-6 ବର୍ଷ ପୂର୍ବେ ଭାରତୀୟ ସଙ୍ଗୀତ ସହିତ ପରିଚିତ ହୋଇଥିଲେ ଏବଂ ଭାରତୀୟ ସଙ୍ଗୀତ ତାଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରିଥିଲା ।

କେସମୀଙ୍କ ମୁଖରେ ଅନେକ ଭାରତୀୟ ଭାଷା:କେସମୀକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ସେ ତାବଲା ବଜାଇବା ମଧ୍ୟ ଶିଖିଛନ୍ତି । ସବୁଠାରୁ ପ୍ରେରଣାଦାୟକ କଥା ହେଉଛି ସେ ଅନେକ ଭାରତୀୟ ଭାଷାକୁ ମୁଖସ୍ତ କରିଛନ୍ତି। ସଂସ୍କୃତ, ହିନ୍ଦୀ, ମାଲାୟାଲମ୍, ତାମିଲ, କନ୍ନଡ଼, ବଙ୍ଗାଳୀ, ଉର୍ଦ୍ଦୁ ଭାଷାରେ ସେ ନିଜର କଣ୍ଠଦାନ କରିଛନ୍ତି । ଅନ୍ୟମାନଙ୍କ ପାଇଁ ଏତେ ଭାଷା କହିବା ଯେତିକି କଷ୍ଟକର, କେସମୀ ପାଇଁ ଏହା ସବୁ ସହଜ ଅଟେ । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ପ୍ରତି ଜର୍ମାନୀର ଗାୟିକା କେସମୀଙ୍କ ଉତ୍ସାହକୁ ମୁଁ ହୃଦୟରୁ ପ୍ରଶଂସା କରେ ।"

ଶିବ ପଞ୍ଚାକ୍ଷର ଗାଇଛନ୍ତି କେସମୀ:ଜର୍ମାନୀ ବାସିନ୍ଦା କେସମୀ ଶିବ ପଞ୍ଚାକ୍ଷର ଗାଇଛନ୍ତି । ଯାହାକି ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ସେ ଗାଇଥିବା ଗୀତକୁ ଅଧିକରୁ ଅଧିକ ସେୟାର କରୁଛନ୍ତି ୟୁଜର୍ସ । ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ସେ ସଂସ୍କୃତ ଶ୍ଲୋକକୁ ଅତି ସୁନ୍ଦର ଭାବେ ଉଚ୍ଚାରଣ କରିଛନ୍ତି । ଯାହା ଭାରତୀୟଙ୍କୁ ଅଧିକ ପ୍ରଭାବିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details