ଓଡିଶା

odisha

ETV Bharat / entertainment

କ୍ରିତି ସାନନ ହେବେ ମୀନା କୁମାରୀ, ବାୟୋପିକର ନିର୍ଦ୍ଦେଶନା ଦେବେ ମନୀଷ ମାଲହୋତ୍ରା ! - ମନୀଷ ମଲହୋତ୍ରା

ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ ହିନ୍ଦୀ ସିନେମାର ସୁନ୍ଦର ଅଭିନେତ୍ରୀ ମୀନା କୁମାରୀଙ୍କ ବାୟୋପିକରେ ଅଭିନୟ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ବନ୍ଧୁ ତଥା ଜଣାଶୁଣା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ । ଅଧିକ ପଢନ୍ତୁ

କ୍ରିତି ସାନନ ହେବେ ମୀନା କୁମାରୀ, ବାୟୋପିକର ନିର୍ଦ୍ଦେଶନା ଦେବେ ମନୀଷ ମଲହୋତ୍ରା!
କ୍ରିତି ସାନନ ହେବେ ମୀନା କୁମାରୀ, ବାୟୋପିକର ନିର୍ଦ୍ଦେଶନା ଦେବେ ମନୀଷ ମଲହୋତ୍ରା!

By

Published : Jul 14, 2023, 4:28 PM IST

ମୁମ୍ବାଇ: ହିନ୍ଦୀ ସିନେମାର ଭେଟେରାନ ତଥା ସୁନ୍ଦର ଅଭିନେତ୍ରୀ ମୀନା କୁମାରୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମୀନା କୁମାରୀ ସେହି ସମୟରେ ନିଜ ଲୁକ୍‌ ଏବଂ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ଦିୱାନା କରିଥିଲେ । ବର୍ତ୍ତମାନ ହିନ୍ଦୀ ସିନେମାର ଆଇକନିକ୍ ଗୀତ 'ଚଲତେ-ଚଲତେ' (ପାକିଜା) ଫେମ ଅଭିନେତ୍ରୀ ମୀନା କୁମାରୀଙ୍କ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି। ବଲିଉଡ 'ପରମ ସୁନ୍ଦରୀ' କ୍ରିତି ସାନନ ଏହି ବାୟୋପିକରେ ମୀନା କୁମାରୀ ଭୂମିକାରେ ନଜର ଆସିବେ । ବଲିଉଡ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ମୀନା କୁମାରୀଙ୍କ ବାୟୋପିକ୍ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ।

ରିପୋର୍ଟ ଅନୁସାରେ, ହିନ୍ଦୀ ସିନେମାର ବର୍ଷିୟାନ ଅଭିନେତ୍ରୀ ମୀନା କୁମାରୀଙ୍କ ବାୟୋପିକ ଉପରେ କାମ ଆରମ୍ଭ ହୋଇଛି । ଫିଲ୍ମର ସ୍କ୍ରିପ୍ଟିଂ ଚାଲିଛି ଏବଂ ପରେ ଫିଲ୍ମର କାଷ୍ଟିଂ ଉପରେ କାମ ଆରମ୍ଭ ହେବ । ଏଥି ସହିତ, ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ଏହି ଚଳଚ୍ଚିତ୍ର ସହ ବି-ଟାଉନରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବେ । ଏହି ଚଳଚ୍ଚିତ୍ରର ନିର୍ମାତା ଟି-ସିରିଜ୍ ମାଲିକ ଭୂଷଣ କୁମାର ହେବେ ବୋଲି ଜଣାପଡିଛି ।

ସୂଚନା ଥାଉ କି, ହିନ୍ଦୀ ସିନେମାରେ ସୁପରଷ୍ଟାର ଦିଲ୍ଲୀପ କୁମାରଙ୍କ ପରି ମୀନା କୁମାରୀଙ୍କୁ ମଧ୍ୟ ଏକ ଟ୍ୟାଗ୍ ମିଳିଛି । ଦିଲ୍ଲୀପ କୁମାରଙ୍କୁ 'ଟ୍ରାଜେଡି କିଙ୍ଗ୍‌' କୁହାଯାଉଥିବା ବେଳେ ମୀନା କୁମାରୀଙ୍କୁ 'ଟ୍ରାଜେଡି କୁଇନ୍‌' ଭାବରେ ବିବେଚନା କରାଯାଉଥିଲା । କୁହାଯାଏ ଯେ ଘରର ସମସ୍ୟା କାରଣରୁ ପାଠ ପଢ଼ି ପାରିନଥିବା ମୀନା କୁମାରୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ହିନ୍ଦୀ ସିନେମାରେ ଯୋଗଦେବାକୁ ପଡ଼ିଥିଲା । ମୀନା 1 ଅଗଷ୍ଟ 1933ରେ ମୁମ୍ବାଇର ଦାଦରରେ ଜନ୍ମଗ୍ରହଣ କରିଥିଲେ ଏବଂ ମାତ୍ର 39 ବର୍ଷ ବୟସରେ ଲିଭର ଫେଲ ଯୋଗୁଁ 31 ମାର୍ଚ୍ଚ 1972ରେ ମୃତ୍ୟୁବରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରଡ୍ୟୁସର ହେବେ କ୍ରିତି, ଘୋଷଣା କଲେ ପ୍ରଡକ୍ସନ ହାଉସର ନାଁ

1952 ମସିହାରେ ମୀନା କୁମାରୀ ତାଙ୍କ ପରିବାର ସଦସ୍ୟଙ୍କଠାରୁ ଲୁଚି ହିନ୍ଦୀ ସିନେମାର ପ୍ରସିଦ୍ଧ ସ୍କ୍ରିନ୍ ରାଇଟର୍ ତଥା ନିର୍ଦ୍ଦେଶକ କମଲ ଅମ୍ରୋହିଙ୍କୁ ବିବାହ କରିଥିଲେ । କୁହାଯାଏ ଯେ ବିବାହ ପରେ ମୀନା କୁମାରୀଙ୍କୁ ତାଙ୍କ ସ୍ୱାମୀ ବହୁତ ନିର୍ଯାତନା ଦେଇଥିଲେ । ସ୍ୱାମୀଙ୍କ ସହ ଝଗଡ଼ା ପରେ ମୀନା କୁମାରୀ ଅସୁସ୍ଥ ହୋଇପଡିଥିଲେ ଏବଂ ସେ ମଦ୍ୟପାନ କରିବାକୁ ଲାଗିଥିଲେ । ଅତ୍ୟଧିକ ମଦ୍ୟପାନ ହେତୁ ତାଙ୍କୁ ଲିଭର ସିରୋସିସ୍ ନାମକ ଏକ ରୋଗ ହୋଇଥିଲା । ବିଦେଶରେ ଚିକିତ୍ସିତ ହେବା ପରେ ମଧ୍ୟ ସେ ସୁସ୍ଥ ହୋଇପାରିଲେ ନାହିଁ । ଶେଷରେ ଆଖି ବୁଜିଥିଲେ ।

ABOUT THE AUTHOR

...view details