ହାଇଦ୍ରାବାଦ: ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଥ୍ୟାଙ୍କ୍ ଗଡ୍' (Thank God)ର ପ୍ରଥମ ଗୀତ ଶୁକ୍ରବାର (ସେପ୍ଟେମ୍ବର 16)ରେ ମୁକ୍ତିଲାଭ କରିଛି । ଏହି ଗୀତରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ନୋରା ଫତେହିଙ୍କ ମଧ୍ୟରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳୁଛି । ଗୀତ 'ମାନିକେ' (Manike) ହେଉଛି ଶ୍ରୀଲଙ୍କା ଗାୟିକା ୟୋହାନିଙ୍କ ଲୋକପ୍ରିୟ ଗୀତ 'ମାନିକେ ମାଗେ ହିତେ'ର ହିନ୍ଦୀ ସଂସ୍କରଣ ।
ୟୋହାନି ଏହି ଗୀତ ରଚନା କରିଛନ୍ତି । ଏହି ଗୀତରେ ସିଦ୍ଧାର୍ଥ ଏବଂ ନୋରା ଫତେହିଙ୍କ କେମେଷ୍ଟ୍ରି ଏହି ଗୀତରେ ଖୁବ୍ ଜବରଦସ୍ତ ରହିଛି । ଏହି ଗୀତରେ ନୋରା ଫତେହି ପୁଣି ଥରେ ତାଙ୍କର ଜଲଓ୍ବା ଦେଖାଇଛନ୍ତି । ଗୀତରେ ନୋରା ବହୁତ ବୋଲ୍ଡ ଦେଖାଯାଉଥିବାବେଳେ ସିଦ୍ଧାର୍ଥ ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି । ଗତକାଲି ଏହାର ଟିଜର ସିଦ୍ଧାର୍ଥ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଥିଲେ । ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, 'In this game of life, will Ayan fall for Vasana/Lust ' ।