ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ନିକଟରେ ମନ୍ଦିରା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସୁଇମିଂ ପୁଲ୍ରେ ନଜର ଆସିଥିଲେ । ଯେଉଁଥିରେ ମନ୍ଦିରାଙ୍କ ସହ ତାଙ୍କର ଜଣେ ପୁରୁଷ ବନ୍ଧୁ ମଧ୍ୟ ନଜର ଆସିଛନ୍ତି । ଫଟୋରେ, ମନ୍ଦିରା ବିକିନିରେ ନଜର ଆସିଛନ୍ତି । ଏବେ ମନ୍ଦିରାଙ୍କର ଏହି ଫଟୋ ଦେଖି ଟ୍ରୋଲରମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଉଲ୍ଲେଖନୀଯ ଯେ, ମନ୍ଦିରାଙ୍କ ସ୍ୱାମୀ ରାଜ କୌଶଲଙ୍କ ଗତ ବର୍ଷ ଦେହାନ୍ତ ହୋଇଛି । ରାଜଙ୍କର ହଠାତ୍ ଦେହାନ୍ତ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏଥି ସହିତ, ବର୍ତ୍ତମାନ ମନ୍ଦିର ପୁଣିଥରେ ନିଜ ଜୀବନକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି।
ପୁରୁଷ ବନ୍ଧୁଙ୍କ ସହ ମନ୍ଦିରା
ନିକଟରେ ମନ୍ଦିରା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ମନ୍ଦିରା ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ''ଜନ୍ମଦିନର ଶୁଭେଚ୍ଛା। ଏହି ଫଟୋ ବହୁତ କିଛି କହୁଛି, କାହିଁକି ନା ତୁମେ ମୁଁ କେତେ ଗୁରୁତ୍ବପୂର୍ଣ୍ଣ… ଆମେ କେତେ ଦିନରୁ ପରସ୍ପରକୁ ଜାଣିଛୁ, ଆମ ବନ୍ଧନ କ'ଣ ଏବଂ ମୁଁ ତୁମ ଉପରେ କେତେ ବିଶ୍ବାସ କରୁଛି। ତୁମକୁ ବହୁତ ଖୁସି, ଭଲ ପାଇବା , ପ୍ରେମ ସହ ବହୁତ ସଫଳତା ମିଳୁ । 17 ବର୍ଷ ବୟସରୁ ତୁମେ ମୋର ବନ୍ଧୁ ଅଟ । ଲଭ ୟୁ… ''
ୟୁଜର୍ସ କଲେ ମନ୍ଦିରାଙ୍କୁ ଟ୍ରୋଲ
ତେବେ ଏହି ଫଟୋ ସେୟାର କରିବା ବେଳେ ୟୁଜର୍ସମାନେ ଏହାକୁ ଦେଖି ଖୁବ୍ ଟ୍ରୋଲ୍ କରିଥିଲେ । ନାନା କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏହି ଫଟୋ ତୁମର ବିଶ୍ୱସ୍ଥତା ଏବଂ ସ୍ୱଚ୍ଛତାକୁ ଭାଙ୍ଗୁଛି । ଅନ୍ୟ ଜଣେ ୟୁଜର କହିଛନ୍ତି, ଇଏ କଣ ତୁମର ନୂଆ ସ୍ୱାମୀ ? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା, ପୁଣି ଇଏ କିଏ ?" ବର୍ତ୍ତମାନ ଏହି ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।