ହାଇଦ୍ରାବାଦ:ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ବିବାହ ଋତୁ ଚାଲିଛି । ନିକଟରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହିପରି ଡିସେମ୍ବର ୨୪ରେ ବଲିଉଡ ଅଭିନେତା ତଥା ନିର୍ମାତା ଅରବାଜ ଖାନ ୨ୟ ବିବାହ କରିଛନ୍ତି । ସେ ତାଙ୍କ ଗାର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହକୁ ଏବେ ୫ ଦିନ ପୁରିଥିବା ବେଳେ ବର୍ତ୍ତମାନ ଅରବାଜଙ୍କ ପୂର୍ବତନ ପତ୍ନୀ ମଲାଇକା ଆରୋରା ନିଜ ବିବାହକୁ ନେଇ ଘୋଷଣା କରିଛନ୍ତି । ବିବାହକୁ ନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି 'ଯିଏ ବି ଆସୁ ମୁଁ ବିବାହ କରିବାକୁ ପ୍ରସ୍ତୁତ' ।
ଡ୍ୟାନ୍ସ ରିଆଲିଟି ଶୋ' 'ଝଲକ ଦିଖଲା ଜା'ର ମଞ୍ଚରେ ମଲାଇକା ଆରୋରା ତାଙ୍କ ଦ୍ବିତୀୟ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଶୋ'ରେ ଲୋକପ୍ରିୟ କୋରିଓଗ୍ରାଫର ଏବଂ ଫିଲ୍ମ ନିର୍ଦ୍ଦେଶକ ଫରାହା ଖାନ ତାଙ୍କୁ ଯେତେବେଳେ ବିବାହ ନେଇ ପଚାରିଥିଲେ, ୨୦୨୪ରେ ସିଙ୍ଗଲ କମ ପେରେଣ୍ଟରେ ଡବଲ ପେରେଣ୍ଟ କମ ଆକ୍ଟର ହେବାକୁ ଚାହୁଁଛନ୍ତି କି ? ସେତେବେଳେ ଏହି ପ୍ରଶ୍ନ ମଲାଇକା ବୁଝି ପାରିନଥିଲେ । ପରେ ଶୋ'ର ହୋଷ୍ଟ ଗୌହର ଖାନ ମଲାଇକାଙ୍କୁ ଏହା ବୁଝାଇ କହିଥିଲେ ଯେ, ତୁମେ କ'ଣ ବିବାହ କରିବ କି ?
ଏହାର ଉତ୍ତରରେ ମଲାଇକା କହିଛନ୍ତି ଯେ, ଯଦି କିଏ ଅଛି, ତାହା ହେଲେ ୧୦୦ ପ୍ରତିଶତ କରିବି । ଫରାହ ଖାନ ତା'ପରେ କୁହନ୍ତି କିଏ ଅଛି କ'ଣ ବହୁତ ଜଣ ଅଛନ୍ତି । ମଲାଇକା ପୁଣି କୁହନ୍ତି କିଏ ବିବାହ ପାଇଁ ପଚାରେ ତ ମୁଁ ବିବାହ କରିବାକୁ ପ୍ରସ୍ତୁତ । ପୁଣି ଫରାହ କୁହନ୍ତି ଯଦି କେହି ବି କୁହନ୍ତି ତାହାହେଲେ ତୁମେ ବିବାହ କରିଦେବ । ମଲାଇକା କୁହନ୍ତି ହଁ ଯିଏ ବି ପଚାରେ ମୁଁ ବିବାହ କରିବାକୁ ପ୍ରସ୍ତୁତ ।