ହାଇଦ୍ରାବାଦ: ଗତ କିଛି ଦିନ ହେବ ବଲିଉଡରେ ସମ୍ପର୍କର ଖୁସିର ଲହରି ଚାଲିଛି । ସେଲିବ୍ରିଟିମାନ ସେମାନଙ୍କ ଚଳଚ୍ଚିତ୍ର ଅପେକ୍ଷା ରିଲେସନସିପ୍, ଆଫାୟର୍ସ, ମ୍ୟାରେଜ୍ ଏବଂ ପରେ ପ୍ରେଗ୍ନେସିକୁ ନେଇ ଅଧିକ ଚର୍ଚ୍ଚାରେ ଆସୁଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ବିବାହକୁ । କାରଣ ଏହି ଦମ୍ପତି ବର୍ତ୍ତମାନ ଖୋଲାଖୋଲି ଭାବେ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ଗତକାଲି ରାତିରେ ଏହି ଦମ୍ପତିଙ୍କୁ Most Stylish Awards 2022 ଇଭେଣ୍ଟରେ ଦେଖିବାକୁ ମିଳିଥିଲା ଯେଉଁଠାରେ ସେମାନେ ଏକାଠି ଫଟୋସୁଟ୍ କରୁଥିବା ଦେଖାଯାଇଥିଲା ।
ଏହି ଇଭେଣ୍ଟରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କୁ ସି-ଗ୍ରୀନ୍ ରଙ୍ଗର ମ୍ୟାଚିଂ ପୋଷାକ ପିନ୍ଧିଥିଲେ, ଯେଉଁଥିରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ମଲାଇକା ଏହି ଇଭେଣ୍ଟର କିଛି ଝଲକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଦମ୍ପତିଙ୍କ କେମେଷ୍ଟ୍ରି ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋ ସହିତ ମଲାଇକା ଆରୋରା ଫାୟାର ଇମୋଜି ସେୟାର କରିଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କ ପ୍ରଶଂସକମାନେ ଏହି ଫଟୋଗୁଡ଼ିକରେ ପ୍ରେମ ବର୍ଷା କରୁଛନ୍ତି ।