ମୁମ୍ବାଇ: ଅଭିନେତ୍ରୀ ମହିମା ଚୌଧୁରୀଙ୍କ ବିଷୟରେ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯିଏ ନିଜର ସୌନ୍ଦର୍ଯ୍ୟ ଏବଂ ଦମଦାର ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଜି ଏହି ଅଭିନେତ୍ରୀ ବ୍ରେଷ୍ଟ କ୍ୟାନସର ସହିତ ସଂଘର୍ଷ କରୁଛନ୍ତି । ଏକ ଭିଡିଓ ସେୟାର କରି ବଲିଉଡ ଅଭିନେତା ଅନୁପମ ଖେର ଖୁଲାସା କରିଛନ୍ତି ଯେ ମହିମା ଚୌଧୁରୀଙ୍କୁ କର୍କଟ ରୋଗ ହୋଇଛି ।
ଅନୁପମ ଖେର ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ୭ ମିନିଟ୍ର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ନିଜେ ମହିମା ଅଛନ୍ତି । ଏଥିରେ ସେ କ୍ୟାପସନରେ ଲେଖିଛନ୍ତି- 'ମୁଁ ଏକ ମାସ ପୂର୍ବରୁ ମହିମା ଚୌଧୁରୀଙ୍କୁ ଫୋନ କରିଥିଲି । ମୁଁ ସେତେବେଳେ ଆମେରିକାରେ ଥିଲି । ମୋତେ ତାଙ୍କ ସହିତ ଏକ ଫିଲ୍ମ ବିଷୟରେ କଥା ହେବାର ଥିଲା । ଆମେ ଏକ ଭଲ ବାର୍ତ୍ତାଳାପ କରୁଥିଲୁ । ଶେଷରେ ଜାଣିବାକୁ ପାଇଲି ଯେ ମହିମା ବ୍ରେଷ୍ଟ କ୍ୟାନସର ସହିତ ଲଢୁଛନ୍ତି । ତେବେ ଖୁସିର କଥା ଯେ, ମହିମା ଏଥିରୁ ପୁରା ସୁସ୍ଥ ହୋଇଯାଇଛନ୍ତି ।
ଏହି ଭିଡିଓରେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି । ଅନୁପମ ତାଙ୍କୁ ମଝିରେ ମଝିରେ କିଛି ପ୍ରଶ୍ନ କରୁଛନ୍ତି। ଆଉ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ମହିମା ତାଙ୍କର ପୂରା ସଂଘର୍ଷର କାହାଣୀ କହିଛନ୍ତି। ଅନୁପମ ଏହି ଭିଡିଓର ଶୀର୍ଷକର ନାଁ ରଖିଛନ୍ତି ମହିମା ଚୌଧୁରୀଙ୍କ ସାହାସ ଓ କ୍ୟାନସର ।