ଓଡିଶା

odisha

IPL Final: CSK ବିଜୟରେ ବଲିଉଡରୁ ଟଲିଉଡ ସବୁଠି ଉତ୍ସାହ, ସେଲିବ୍ରିଟି ଜଣାଇଲେ ଶୁଭେଚ୍ଛା

By

Published : May 30, 2023, 4:24 PM IST

ଆଇପିଏଲ୍ 2023 ଟ୍ରଫି ଉଠାଇବା ପରେ ସମଗ୍ର ଦେଶ ମହେନ୍ଦ୍ର ସିଂ ଧୋନିଙ୍କ ଦଳର ବିଜୟ ସେଲିବ୍ରେସନ କରୁଛି । ବଲିଉଡରୁ ଆରମ୍ଭ କରି ଟଲିଉଡ ତାରକା ମାନେ ମଧ୍ୟ ମାହିଙ୍କ ଟିମ୍‌ର ଦମଦାର ପ୍ରଦର୍ଶନ ଦେଖି ବେଶ ଉତ୍ସାହିତ ହୋଇଛନ୍ତି । ଅଧିକ ପଢନ୍ତୁ

CSKର ବିଜୟରେ ବଲିଉଡରୁ ଟଲିଉଡ ସବୁଠି ଉତ୍ସାହ
CSKର ବିଜୟରେ ବଲିଉଡରୁ ଟଲିଉଡ ସବୁଠି ଉତ୍ସାହ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 (ଆଇପିଏଲ୍ 2023) ଟ୍ରଫି ହାତେଇଛି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ । ଫାଇନାଲ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି ବିଜୟ ହାସଲ କରିଛି । ତେବେ ଧୋନିଙ୍କ ଟିମ୍‌ର ବିଜୟକୁ ସାରା ଦେଶରେ ସେଲିବ୍ରେସନ କରାଯାଉଛି । ଶିଶୁ ହେଉ କି ବୃଦ୍ଧ ସମସ୍ତେ ଧୋନିଙ୍କ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ଏଥିରୁ ବାଦ୍‌ ପଡ଼ି ନାହାନ୍ତି ସିନେ ତାରକାମାନେ । ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ ସମସ୍ତ ତାରକା ମାହିଙ୍କ ବିଜୟରେ ବେଶ ଉତ୍ସାହିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଟିମ୍‌ର ଫଟୋ ସେୟାର କରି ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡ୍‌ରୁ ସାଉଥ ସିନେମା ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟକୁ ଜୋରଦାର ସେଲିବ୍ରେସନ କରାଯାଇଛି । ଧୋନିଙ୍କ ବିଜୟରେ ପୂର୍ବରୁ ବଲିଉଡ ତାରକା ସାରା ଅଲି ଖାନ ଏବଂ ବିକି କୌଶଲ ଷ୍ଟାଡିୟମରେ ଟିମ୍‌ ବିଜୟ ସେଲିବ୍ରସନ କରିଥିବା ବେଳେ ଏବେ ବଲିଉଡ ଅଭିନେତା ରଣଭୀର ସିଂ, ଅଭିଷେକ ବଚ୍ଚନ, ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ, ଭିଗାନ ଶିବନ, ସୋଫି ଚୌଧୁରୀଙ୍କ ସହ ଅନେକ ତାରକା ମଧ୍ୟ ସେଲିବ୍ରେସନ କରିଛନ୍ତି ।

ଟ୍ବିଟରରେ ରଣଭୀର ସିଂ ଫଟୋ ସେୟାର କରି ବିଜୟ ପାଇଁ CSKକୁ ଅଭିନନ୍ଦନ ଜଣାଇଛନ୍ତି। ଏବଂ କ୍ୟାପସନରେ ଲେଖିଛନ୍ତି- 'ରବିନ୍ଦ୍ର ସିଂ ଜାଡେଜା, ହେ ଭଗବାନ। ହ୍ୱାଟ୍‌ ଏ ଫାଇନାଲ୍‌ !!! ହ୍ୱାଟ୍‌ ଏ ଫାଇନାଲ୍ !!!' ଏହା ବ୍ୟତୀତ ରଣଭୀର ରନର୍ ଅପ୍ ଦଳ ଗୁଜୁରାଟ ଟାଇଟନ୍ସକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, 'ହାର୍ଦ୍ଦିକଙ୍କ ନେତୃତ୍ୱ, ଏହି ଟିମ୍‌ର ସଂଗ୍ରାମ ଏବଂ ଶକ୍ତି ଗୁଜୁରାଟ ଟାଇଟାନ୍ସ ପରାଜିତ କିନ୍ତୁ ସମସ୍ତ ଉପାୟରେ ବୀରତ୍ୱ ହାସଲ କରିଛି ।'

ସେହିପରି ଅଭିଷେକ ବଚ୍ଚନ ଉଭୟ ସିଏସକେ ଏବଂ ଗୁଜୁରାଟ ଟାଇଟାନ୍ସକୁ ପ୍ରଶଂସା କରିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି ଯେ ଚେନ୍ନାଇ ସୁପରକିଙ୍ଗ୍ସକୁ ଅଭିନନ୍ଦନ, କି ଫାଇନାଲ୍ !!! ଗୁଜୁରାଟ ଟାଇଟାନ୍ସ ଟିମ୍‌କୁ ମଧ୍ୟ ଭଲ ଖେଳିଛି । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଉପରେ କାର୍ତ୍ତିକ ଆର୍ଯ୍ୟନ୍ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ଲେଖିଛନ୍ତି ଯେ ରୋମାଞ୍ଚକର ବିଜୟ ।

ସୂଚନା ଥାଉ କି, ଇଣ୍ଡିଆନ ପ୍ରିମିୟର ଲିଗ୍‌ର 16ତମ ସଂସ୍କରଣରେ ପଞ୍ଚମ ଥର ଆଇପିଏଲ ଟ୍ରଫି ହାସଲ କରି ଇତିହାସ ରଚିଛି ସିଏସକେ । ବର୍ଷା ବାଧକ ରୋମାଞ୍ଚକ ମୁକାବିଲାରେ ବାଜି ମାରି ନେଇଛି ଚେନ୍ନାଇ ସୁପର କିଙ୍ଗସ । ଏହି ଫାଇନାଲ ମୁକାବିଲାରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି CSKକୁ 20 ଓଭରରେ 214 ରନର ଲକ୍ଷ୍ୟ ଦେଇଥିଲା । ପରେ 5 ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ସୁପର କିଙ୍ଗସ୍‌ । ରବିନ୍ଦ୍ର ଜାଡେଜା ଛକା ଓ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ ।

ABOUT THE AUTHOR

...view details