ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ପରେ ଏବେ ସେମାନଙ୍କ ବିବାହ ଆଲବମକୁ ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ବିବାହର ଅନେକ ଫଟୋ ସାମ୍ନାକୁ ଆସୁଛି । ଯେଉଁଥିରେ ଭଟ୍ଟ ଏବଂ କପୁର ପରିବାର ମଧ୍ୟରେ ଏକ ଖାସ୍ ବନ୍ଧନ ଦେଖିବାକୁ ମିଳିଛି। ବିଶେଷକରି ଆଲିଆ ଏବଂ ରଣବୀର ପରସ୍ପରର ପରିବାର ପ୍ରତି ଥିବା ଭଲପାଇବା ବିଷୟରେ ଆଲୋଚନା ହେଉଛି । ପରିବାର ସହିତ ଆଲିଆ-ରଣବୀର ବିବାହ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ସମୟରେ ରଣବୀର କପୁରଙ୍କ ଶ୍ୱଶୁର ଅର୍ଥାତ୍ ମହେଶ ଭଟ୍ଟଙ୍କ ଫଟୋ ମଧ୍ୟ ଚର୍ଚ୍ଚାରେ ସ୍ଥାନ ପାଇଛନ୍ତି।
ମହେଶ ଭଟ୍ଟଙ୍କ ବଡ଼ ଝିଅ ପୂଜା ଭଟ୍ଟ ରଣବୀରଙ୍କ ଏହି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଶ୍ୱଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ଖାସ୍ ବନ୍ଧନ ଦେଖିବାକୁ ମିଳିଛି। ଫଟୋରେ ମହେଶ ଭଟ୍ଟ ରଣବୀର କପୁରଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଶ୍ୱଶୁର ଏବଂ ଜ୍ୱାଇଁଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।