ଓଡିଶା

odisha

ETV Bharat / entertainment

Mahesh Bhatt @74: ବିବାହ ପରେ ପଡିଥିଲେ ପରବୀନଙ୍କ ପ୍ରେମରେ, ପତ୍ନୀ ଓ ପିଲାଙ୍କୁ ପର କରିଥିଲେ

ଆଜି ମହେଶ ଭଟ୍ଟଙ୍କ 74ତମ ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ମହେଶ ଭଟ୍ଟ ଏବଂ ପରବୀନ ବାବିଙ୍କ ପ୍ରେମ କାହାଣୀ ସମ୍ପର୍କରେ (Mahesh Bhatt Love Story)। ଅଧିକ ପଢନ୍ତୁ

By

Published : Sep 20, 2022, 11:58 AM IST

ବିବାହିତ ହୋଇବି ପଡିଥିଲେ ପରବୀନ୍ ବାବିଙ୍କ ପ୍ରେମରେ, ଛାଡିଥିଲେ ପତ୍ନୀ ଓ ପିଲାଙ୍କୁ
ବିବାହିତ ହୋଇବି ପଡିଥିଲେ ପରବୀନ୍ ବାବିଙ୍କ ପ୍ରେମରେ, ଛାଡିଥିଲେ ପତ୍ନୀ ଓ ପିଲାଙ୍କୁ

ହାଇଦ୍ରାବାଦ:ମହେଶ ଭଟ୍ଟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ । ମହେଶ ଭଟ୍ଟ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏପର୍ଯ୍ୟନ୍ତ 'ଅର୍ଥ', 'ଆଶିକୀ', 'ସାରଂଶ' ଭଳି ଏକାଧିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ନିର୍ଦ୍ଦେଶକ 1970 ମସିହାରେ ଡକ୍ୟୁମେଣ୍ଟାରୀ 'ସଙ୍କଟ' ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । କିନ୍ତୁ, ଚଳଚ୍ଚିତ୍ର ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିଛି ତାଙ୍କ ବ୍ୟକ୍ତିଗତ ଜୀବନ । ଏକ ସମୟ ଥିଲା ଯେତେବେଳେ ମହେଶ ଭଟ୍ଟ ଭେଟେରାନ ସିନେ ଅଭିନେତ୍ରୀ ପରବୀନ ବାବିଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଜୋର ହେଉଥିଲା । ଆଜି ମହେଶ ଭଟ୍ଟଙ୍କ ଜନ୍ମଦିନ । ଆସନ୍ତୁ ଜାଣିବା ମହେଶ ଭଟ୍ଟ ଏବଂ ପରବୀନ ବାବିଙ୍କ ପ୍ରେମ କାହାଣୀ ସମ୍ପର୍କରେ...

ପରିବାରକୁ ଛାଡି ପରବୀନଙ୍କ ସହ ରହୁଥିଲେ

ମହେଶ ଭଟ୍ଟ ପରବୀନ ବାବିଙ୍କ ପ୍ରେମରେ ପଡ଼ିବା ପୂର୍ବରୁ ଲୋରିଏନ୍ ବ୍ରାଇଟ୍‌ଙ୍କୁ (Lorraine Bright) ଭଲ ପାଉଥିଲେ । ଲୋରେନ୍ ମହେଶ ଭଟ୍ଟଙ୍କ ଜୀବନରେ ତାଙ୍କ ଜୀବନ ସାଥୀ ଭାବରେ ଆସିଥିଲେ । ପରେ ଉଭୟ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଥିଲେ । ଜୀବନ ଏବଂ ପରିବାର ଦୁହେଁ ଖୁସିରେ ଚାଲିଥିଲା, ହେଲେ ହଠାତ୍ ମହେଶ ଭଟ୍ଟ ପରବୀନ ବାବିଙ୍କୁ ହୃଦୟ ଦେଇବସିଲେ । ସେ ସମୟରେ ପରବୀନ ବାବି ଏକ ବଡ ଷ୍ଟାର ଥିଲେ । ମହେଶ ଭଟ୍ଟ ପରବୀନ ବାବିଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ଛାଡି ପରବୀନଙ୍କ ସହ ଲିଭ୍ ଇନରେ ରହିବାକୁ ଲାଗିଲେ । ମହେଶ ଭଟ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ, ପରବୀନ ବାବିଙ୍କ ସହ ତାଙ୍କର ସମ୍ପର୍କ 1977 ମସିହାରେ ଆରମ୍ଭ ହୋଇଥିଲା ।
ଏହି ରୋଗର ଶିକାର ହୋଇଥିଲେ ପରବୀନ

ମହେଶ ଭଟ୍ଟଙ୍କ ସହ ରୋମାନ୍ସ କରିବା ସମୟରେ ପରବୀଙ୍କ ମାନସିକ ରୋଗ ଆରମ୍ଭ ହୋଇଯାଇଥିଲା, ଯାହାକୁ ମହେଶ ଭଟ୍ଟ ତାଙ୍କର ଅନେକ ସାକ୍ଷାତକାରରେ ଏହାକୁ ପାରାନୋଇଡ ସ୍କିଜୋଫ୍ରେନିଆ (Paranoid schizophrenia) ବୋଲି କହିଛନ୍ତି । ମହେଶ ଭଟ୍ଟ ପ୍ରାୟତଃ ତାଙ୍କ ଏବଂ ପରବୀନ ବାବିଙ୍କ ସମ୍ପର୍କ ବିଷୟରେ ଆଲୋଚନା କରନ୍ତି । ଏକ ସାକ୍ଷାତକାରରେ ମହେଶ ଭଟ୍ଟ ତାଙ୍କ ଏବଂ ପରବୀନଙ୍କ ସମ୍ପର୍କ ବିଷୟରେ ଅନେକ ରହସ୍ୟ ଖୋଲିଥିଲେ । ଏହାସହିତ ତାଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ମହେଶ ଭଟ୍ଟ କହିଥିଲେ, 'ଦିନେ ମୁଁ ଘରକୁ ଫେରିବା ପରେ ଦେଖିଲି ପରବୀନ ଘରର ଏକ କୋଣରେ ଫିଲ୍ମ ପୋଷାକ ପିନ୍ଧି ହାତରେ ଛୁରୀ ଧରି ବସିଛନ୍ତି । ମୋତେ ଦେଖି ପରବୀନ ଚୁପ୍ ରହିବାକୁ ଇଶାରା କଲେ । କବାଟ ବନ୍ଦ କରିଦିଅ କେହି ଆମକୁ ମାରିଦେବେ ବୋଲି କହୁଥିଲେ । ଏହି ଘଟଣା ପରେ ପରବୀନ ବାରମ୍ବାର ଏପରି କାର୍ଯ୍ୟ କରିବା ଆରମ୍ଭ କରିଦେଲେ ।

ମହେଶ ଭଟ୍ଟଙ୍କ ଉପରେ ଲାଗିଥିଲା ଅଭିଯୋଗ

ମହେଶ ଭଟ ଭଲ ଡାକ୍ତରଙ୍କ ପାଖରେ ତାଙ୍କର ଚିକିତ୍ସା କରିବା ଆରମ୍ଭ କରିଥିଲେ । ସମସ୍ତ ଚିକିତ୍ସା ସତ୍ତ୍ବେ ପରବୀନଙ୍କ ରୋଗ ଠିକ୍‌ ହେଉନଥିଲା । ପରବୀନଙ୍କ ଅବସ୍ଥା ଦେଖି ତାଙ୍କୁ ଏକ କୋଠରୀରେ ବନ୍ଦ କରି ରଖାଯାଉଥିଲା । ତାଙ୍କୁ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ନଜରରୁ ଦୂରରେ ରଖିବାକୁ ପଡ଼ିଲା । ଏହି ସମୟ ମଧ୍ୟରେ ମହେଶ ଭଟ୍ଟଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଆସିଥିଲା । ଲୋକମାନେ କହିଥିଲେ ଯେ, ମହେଶ ପରବୀନ ବ୍ୟବହାର କରିଥିଲେ । ତାଙ୍କ ଫାଇଦା ପାଇଁ ପରବୀନଙ୍କ ଷ୍ଟାରଡମ୍ ଏବଂ ସ୍ଥିତିକୁ ବ୍ୟବହାର କରିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କୁ ସୁସ୍ଥ ହେବାକୁ ଦେବାକୁ ଚାହୁଁନାହାଁନ୍ତି ।

ଥରେ ମହେଶ ରାତି ଅଧରେ ପରବୀନଙ୍କ ଘରୁ ବାହାରିଗଲେ । ପରବୀନ ଚାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେ ଅଧା ପୋଷାକ ପିନ୍ଧି ରାସ୍ତାରେ ଦୌଡୁଥିଲେ, ତଥାପି ମହେଶ ଅଟକି ନଥିଲେ । ବରଂ ମହେଶ ତାଙ୍କ ଘର ଓ ଜୀବନରୁ ଦୂରେଇଗଲେ । ହେଲେ ହଠାତ୍ ପରବୀନ୍‌ଙ୍କ ଦେହାନ୍ତ ହୋଇଥିଲା । ଏହିପରି, ଏକ ଫିଲ୍ମର ସେଟରୁ ଆରମ୍ଭ ହୋଇଥିବା ଦୁହିଁଙ୍କ ସମ୍ପର୍କ ଏକ ଚଳଚ୍ଚିତ୍ର କାହାଣୀ ପରି ଶେଷ ହୋଇଗଲା । ଏହାପରେ ମହେଶ ଭଟ୍ଟଙ୍କ ଜୀବନରେ ସୋନି ରାଜଦାନ ଆସିଥିଲେ । ଏକ ଫିଲ୍ମ ସୁଟିଂ ସେଟରେ ଦୁହିଁଙ୍କର ଭେଟ ହୋଇଥିଲା । ଏହାପରେ ଦୁହେଁ ବିବାହ କରିଥିଲେ । ତାଙ୍କର ମଧ୍ୟ ଦୁଇଜଣ ସନ୍ତାନ ଅଛନ୍ତି । ଆଲିଆ ଭଟ୍ଟ ଏବଂ ସାହିନ୍ ଭଟ୍ଟ । ପ୍ରଫେସନାଲ ଲାଇଫଠାରୁ ଆରମ୍ଭ କରି ପର୍ସନାଲ ଲାଇଫ ପର୍ଯ୍ୟନ୍ତ, ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ ।

ABOUT THE AUTHOR

...view details