ଓଡିଶା

odisha

ETV Bharat / entertainment

ଫ୍ୟାନ୍ସଙ୍କ ମନ ଜିତିଲେ ମହେଶ ବାବୁଙ୍କ ଝିଅ ସୀତାରା, ପ୍ରଥମ ରୋଜଗାରକୁ ଏମିତି କଲେ ଖର୍ଚ୍ଚ - Sitara Ghattamaneni

ମହେଶ ବାବୁଙ୍କ ପରି ତାଙ୍କର 11 ବର୍ଷର ଝିଅ ମଧ୍ୟ ଇଣ୍ଡଷ୍ଟ୍ରିରେ ପାଦ ଦେଉଛନ୍ତି । ନିକଟରେ ସେ ଏକ ବିଜ୍ଞାପନ ପାଇଁ ସୁଟ୍ କରିଥିଲେ । ଏହି ବିଜ୍ଞାପନ ପାଇଁ ସୀତାରା ବହୁତ ଭଲ ଫି' ପାଇଥିଲେ । ତେବେ ସୀତାରା ବର୍ତ୍ତମାନ ତାଙ୍କ ପ୍ରଥମ ରୋଜଗାରକୁ ନେଇ ଉତ୍ତମ କାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

ଫ୍ୟାନ୍ସଙ୍କ ମନ ଜିତିଲେ ମହେଶ ବାବୁଙ୍କ ଝିଅ ସୀତାରା, ପ୍ରଥମ ରୋଜଗାରକୁ ଏମିତି କଲେ ଖର୍ଚ୍ଚ
ଫ୍ୟାନ୍ସଙ୍କ ମନ ଜିତିଲେ ମହେଶ ବାବୁଙ୍କ ଝିଅ ସୀତାରା, ପ୍ରଥମ ରୋଜଗାରକୁ ଏମିତି କଲେ ଖର୍ଚ୍ଚ

By

Published : Jul 16, 2023, 5:49 PM IST

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁଙ୍କ ପରି ତାଙ୍କର 11 ବର୍ଷର ଝିଅ ମଧ୍ୟ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ନିକଟରେ ସେ ଏକ ବିଜ୍ଞାପନ ପାଇଁ ସୁଟ୍ କରିଥିଲେ। ଏହି ବିଜ୍ଞାପନ ପାଇଁ ସୀତାରାଙ୍କୁ ବହୁତ ଭଲ ଫି ପ୍ରଦାନ କରାଯାଇଥିଲା, ଏହା ତାଙ୍କ ପ୍ରଥମ ରୋଜଗାର ହୋଇଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ସେ ଏକ ମହତ କାର୍ଯ୍ୟ କରିଛନ୍ତି । ସୂଚନା ଥାଉ କି ସୀତାରାଙ୍କ ଏହି ବିଜ୍ଞାପନ ନ୍ୟୁୟର୍କର ସବୁଠାରୁ ପ୍ରସିଦ୍ଧ ସ୍ଥାନ ଟାଇମ୍ସ ସ୍କ୍ୱାୟାର ବିଲବୋର୍ଡରେ ପ୍ରଦର୍ଶିତ ହୋଇଥିଲା ।

ମହେଶ ବାବୁ ଏବଂ ନମ୍ରତାଙ୍କ ଝିଅ ସୀତାରା ଘାଟମନେନି ନିକଟରେ ଏକ ଜୁଏଲାରୀ ବ୍ରାଣ୍ଡ ପାଇଁ 'ରାଜକୁମାରୀ' ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଥିଲେ । ଖବର ଅନୁଯାୟୀ, ମହେଶ ବାବୁଙ୍କ 11 ବର୍ଷର ଝିଅ ସୀତାରା ପ୍ରଥମ ଫି' ପ୍ରାୟ 1 କୋଟି ଟଙ୍କା ଥିଲା । ସେ PMJ ଜୁଏର୍ଲ୍ସର ମଡେଲ ହୋଇଛନ୍ତି ଏବଂ ଏହା ଟାଇମ୍ ସ୍କ୍ୱାୟାର ବିଲବୋର୍ଡରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ତେବେ ବର୍ତ୍ତମାନ ସୀତାରା ପାଇଥିବା ତାଙ୍କ ପ୍ରଥମ ରୋଜଗାରକୁ ଏକ ଚାରିଟେବୁଲ ଟ୍ରଷ୍ଟକୁ ଦାନ କରିଛନ୍ତି । ସୀତାରାଙ୍କ ଏଭଳି ମହତ କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଟାଇମ୍ସ ସ୍କ୍ୱାୟାର ବିଲବୋର୍ଡରେ ନଜର ଆସିଲେ ମହେଶ ବାବୁଙ୍କ ଝିଅ ସୀତାରା, ଏହା କହିଲେ ଅଭିନେତା

ସୂଚନା ଥାଉ କି, ସୀତାରା ତାଙ୍କ ମା' ନମ୍ରତାଙ୍କ ସହ ହାଇଦ୍ରାବାଦର ଏକ ପାଞ୍ଚ ତାରକା ହୋଟେଲରେ ତାଙ୍କ ନାମରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ସେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ଏବଂ ଅଭିନୟ କରିବାକୁ ଉତ୍ସାହିତ ଅଟନ୍ତି । ସେ ଏହି ଆତ୍ମବିଶ୍ୱାସ ତାଙ୍କ ମା'ଙ୍କଠାରୁ ପାଇଛନ୍ତି । ତେବେ ମହେଶ ବାବୁ ଏବଂ ନମ୍ରତା ଶିରୋଡକର ତାଙ୍କ ଝିଅର ଏହି ସଫଳତା ପାଇଁ ବହୁତ ଖୁସି ଅଛନ୍ତି ।

ଟାଇମ୍ସ ସ୍କ୍ୱାୟାର ବିଲବୋର୍ଡରେ ସୀତାରାଙ୍କ ଚିତ୍ର ପ୍ରଦର୍ଶିତ ପରେ ନମ୍ରତା ଏହାକୁ ସେୟାର କରି ଲେଖିଥିଲେ, ''ମୁଁ ତୁମ ପାଇଁ କେତେ ଗର୍ବିତ, ମୋ ପାଖରେ ପ୍ରକାଶ କରିବାକୁ ଶଦ୍ଦ ନାହିଁ । ନିଜ ସ୍ୱପ୍ନକୁ ସାକାର କରିବା ଏହା ସବୁଠାରୁ ସୁନ୍ଦର ଅନୁଭବ । ମୋର ସୁପରଷ୍ଟାର, ଏଭଳି ସଫଳତାର ସହ ଆଗକୁ ବଢିଚାଲ ।'' ସେପଟେ ମହେଶ ବାବୁ ମଧ୍ୟ ପୋଷ୍ଟ ସେୟାର କରି ଲେଖିଥିଲେ, ''ତୁମର ଏହି ସଫଳତା ଆମେ ଗର୍ବିତ । ଏଭଳି ଆଗକୁ ବଢିଚାଲ।''

ABOUT THE AUTHOR

...view details