ଓଡିଶା

odisha

By

Published : Jun 1, 2023, 2:16 PM IST

ETV Bharat / entertainment

Guntur Kaaram Teaser: 'ଗୁଣ୍ଟୁର କରମ'ର ଟିଜର ରିଲିଜ କରି ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମହେଶ ବାବୁ

ବାପାଙ୍କୁ ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଲେ ସାଉଥ ସୁପଟଷ୍ଟାର ମହେଶ ବାବୁ। ଗୁଣ୍ଟୁର କରମର ଟିଜର ରିଲିଜ। ଅଧିକ ପଢନ୍ତୁ

Guntur Kaaram Teaser
Guntur Kaaram Teaser

ମୁମ୍ବାଇ:ଜନ୍ମବାର୍ଷିକୀରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟିଜର ରିଲିଜ କଲେ ସାଉଥ ସୁପରଷ୍ଟାର ମହେଶ ବାବୁ । ଆଗାମୀ ଚଳଚ୍ଚିତ୍ର 'ଗୁଣ୍ଟୁର କରମ'ର ଟିଜର ରିଲିଜ କରିଛନ୍ତି । ତାଙ୍କ ପିତା କୃଷ୍ଣଙ୍କ 80 ତମ ଜନ୍ମବାର୍ଷିକୀରେ ଏହାର ଟାଇଟେଲ ଏବଂ ଟିଜର ରିଲିଜ କରିଛନ୍ତି । ମହେଶ ବାବୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟର ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, 'ଆଜି ଆହୁରି ସ୍ୱତନ୍ତ୍ର ଦିନ ଅଟେ! ଏହା ତୁମ ପାଇଁ ନାନ୍ନା । ଟିଜର ସେୟାର କରି ସେ ଲେଖିଛନ୍ତି, 'ଅତ୍ୟଧିକ ଜ୍ୱଳନ୍ତଶୀଳ #Gunturkaaram

ଏକ ବାଡି ଧରି ନଜର ଆସିଲେ ମହେଶ ବାବୁ: ଚଳଚ୍ଚିତ୍ର ନିର୍ମାତାଙ୍କର ଏହି ପ୍ରୋଜେକ୍ଟକୁ ଏକ ସ୍ୱତନ୍ତ୍ର ନାମ SSMB29 ଦିଆଯାଇଥିଲା । ତେବେ ଏହାରି ଭିତରେ ଦର୍ଶକଙ୍କ ପାଇଁ ଏହି ଚଳଚ୍ଚିତ୍ରର ଟାଇଟଲ୍ ମଧ୍ୟ ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରଟି ଜାନୁଆରୀ 13, 2024ରେ ପ୍ରେକ୍ଷାଳୟକୁ ଆସିବ । ଟିଜରରେ ମହେଶ ବାବୁଙ୍କ ହାତରେ ବାଡ଼ି ଧରି କାର୍ଯ୍ୟ କରୁଥିବା ନଜର ଆସିଛନ୍ତି । ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ଟିଜର ଶେଷରେ କିମ୍ବଦନ୍ତୀ ଅଭିନେତା କ୍ରିଷ୍ଣାଙ୍କୁ ଶ୍ରଦ୍ଧାଞ୍ଜଳି: ଘାଟମେନେ କ୍ରିଷ୍ଣା ଜଣେ ଭେଟେରାନ ଅଭିନେତା ଥିଲେ । ଯିଏକି ଶିବ ରାମ କୃଷ୍ଣମୂର୍ତ୍ତି ଭାବରେ ଜଣାଶୁଣା ଥିଲେ। ସେ ତାଙ୍କ କ୍ୟାରିୟରରେ ପ୍ରାୟ 350 ଚଳଚ୍ଚିତ୍ର କରିଛନ୍ତି, ଜଣେ ଅଭିନେତା ବ୍ୟତୀତ ସେ ଜଣେ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ ଥିଲେ । 2009ରେ ତାଙ୍କୁ ଭାରତ ସରକାର ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ । ତେବେ ସ୍ୱାସ୍ଥ୍ୟ ସମସ୍ୟା ହେତୁ ସେ 15 ନଭେମ୍ବର 2022ରେ ହାଇଦ୍ରାବାଦରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଏହା ମଧ୍ୟ ପଢନ୍ତୁ: Krishna Birth Anniversary: ବାପାଙ୍କ ଜନ୍ମବାର୍ଷିକୀରେ SSMB 28ର ପୋଷ୍ଟର ସେୟାର କଲେ ମହେଶ ବାବୁ

ପ୍ରକାଶଥାଉ କି, ଗତକାଲି ବାପାଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇଥିଲେ ମହେଶ ବାବୁ ସେ ଲେଖିଥିଲେ, "ମୁଁ ମୋର ପିତାଙ୍କ ସବୁଠାରୁ ବଡ ପ୍ରଶଂସକ । ନନ୍ନା ଗାରୁ(ବାପା) ଜଣେ ସାହସୀ ବ୍ୟକ୍ତି ଥିଲେ । ଯିଏ ହଲିଉଡ ଭଳି ଏହି ତେଲୁଗୁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ଏହା ବ୍ଲକବଷ୍ଟର ହୋଇଥିଲା । 22 ବର୍ଷ ପୂର୍ବେ ୱିଥ ହର୍ସେସ, ବନ୍ଧୁକ ଯୁଦ୍ଧ, ବିଶାଳ ସେଟିଂସମୂହ, ସୁନ୍ଦର ସ୍ଥାନ, ବିରାଟ କାଷ୍ଟ, କାଓବୟ ଗେଟଅପ୍, ଏବଂ ଅତ୍ୟଧିକ ବଜେଟରେ ନିର୍ମିତ ନାନ୍ନାଙ୍କ ଏହି ଚଳଚ୍ଚିତ୍ର କେବଳ ତେଲୁଗୁ ଦର୍ଶକଙ୍କ ପାଇଁ ନୁହେଁ ବରଂ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ବଙ୍ଗାଳୀ ଭଳି ସମସ୍ତ ଭାଷାରେ 50ଟି ଦେଶରେ ପ୍ରଦର୍ଶିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details