ହାଇଦ୍ରାବାଦ: ଗୋଟିଏ ଦିନ ପରେ ଅର୍ଥାତ୍ ଜାନୁଆରୀ ୧୨ରେ ପରଦାକୁ ଆସିବ ମହେଶ ବାବୁଙ୍କ ଫିଲ୍ମ 'ଗୁଣ୍ଟୁର କରମ' । ଯାହାକୁ ନେଇ ସାଉଥରେ ଫ୍ୟାନ୍ସଙ୍କ ମଧ୍ୟରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ମଧ୍ୟ ଫିଲ୍ମ ରିଲିଜ ପୂର୍ବରୁ ଫ୍ୟାନ୍ସଙ୍କ ସହ ଏହାକୁ ସେଲିବ୍ରେଟ କରିଛନ୍ତି । ସେ ମହେଶ ବାବୁଙ୍କ ହୋମ ଟାଉନ ଗୁଣ୍ଟୁରରେ ପ୍ରି-ରିଲିଜ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ସେ ବେଶ ଭାବବିହ୍ବଳ ହୋଇଥିଲେ । ସୋସିଆଲ ମିଡିଆରେ ଇଭେଣ୍ଟର ଫଟୋ ସେୟାର କରି ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଇଭେଣ୍ଟରେ ମହେଶ ବାବୁ ଫ୍ୟାନ୍ସଙ୍କୁ ସମ୍ବୋଧିତ କରି କହିଥିଲେ ଯେ, 'ମକର ସଂକ୍ରାନ୍ତି ସର୍ବଦା ବିଶେଷ ପର୍ବ ମୋ ପାଇଁ । ମୋ ଠାରୁ ବି ଅଧିକ ମୋ ବାପାଙ୍କ ପାଇଁ ତା ଠାରୁ ବି ଅଧିକ ବିଶେଷ । ଯଦି ମୋ ଫିଲ୍ମ ମକର ସଂକ୍ରାନ୍ତିରେ ରିଲିଜ ହେଉଛି । ତେବେ ଏହା ବ୍ଲକବ୍ଲଷ୍ଟର ହେବା ବୋଲି ଆଶା । ଏହି ବର୍ଷ ମୋ ପାଇଁ ନୂଆ ରହିଛି । କାରଣ ମୋ ବାପା ମୋ ସହ ନାହାନ୍ତି । ସେ ମୋତେ ଫୋନ କରି ସବୁବେଳେ ମୋ ଫିଲ୍ମର ସଫଳତା ଏବଂ କଲେକ୍ସନ ବିଷୟରେ କୁହନ୍ତି । ହେଲେ ଏବେ ଆଉ ତାହା ଶୁଣିବାକୁ ମିଳିବନି । କିନ୍ତୁ ଏବେ ଆପଣମାନେ ମୋତେ ସବୁ କହିବେ । ଆପଣମାନେ ମୋର ବାପା ଏବଂ ମାଆ । ଆପଣମାନେ ମୋ ପାଇଁ ସବୁକିଛି । ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ସର୍ବଦା ମୋ ଉପରେ ଏମିତି ଥାଉ । ଧନ୍ୟବାଦ'