ଓଡିଶା

odisha

ETV Bharat / entertainment

Om My God 2: ମହାକାଳେଶ୍ୱର ମନ୍ଦିର ପୂଜକଙ୍କ ଚେତାବନୀ, ବିବାଦ ହେଲେ ବିରୋଧ ପାଇଁ ପ୍ରସ୍ତୁତ ରୁହ - Mahakal Temple Priest Warns Om My God 2 Director

ରିଲିଜ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ଓ ମାଇ ଗଡ 2 । ଫିଲ୍ମକୁ ସେନ୍ସର ବୋର୍ଡ ସାର୍ଟିଫିକେଟ ଦେଇନଥିବା ବେଳେ ବର୍ତ୍ତମାନ ମହାକାଳେଶ୍ୱର ମନ୍ଦିରର ପୂଜାରୀ ଫିଲ୍ମକୁ ନେଇ ନିର୍ଦ୍ଦେଶକଙ୍କୁ କଡା ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

Om My God 2 ଫିଲ୍ମକୁ ନେଇ ମହାକାଲେଶ୍ୱର ମନ୍ଦିର ପୂଜକଙ୍କ ଚେତାବନୀ
Om My God 2 ଫିଲ୍ମକୁ ନେଇ ମହାକାଲେଶ୍ୱର ମନ୍ଦିର ପୂଜକଙ୍କ ଚେତାବନୀ

By

Published : Jul 19, 2023, 7:53 AM IST

Om My God 2 ଫିଲ୍ମକୁ ନେଇ ମହାକାଲେଶ୍ୱର ମନ୍ଦିର ପୂଜକଙ୍କ ଚେତାବନୀ

ଭୋପାଳ: ଅକ୍ଷୟ କୁମାରଙ୍କ ନୂଆ ଚଳଚ୍ଚିତ୍ର ଓ ମାଇ ଗଡ 2 ଅଗଷ୍ଟ 11ରେ ରିଲିଜ କରିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଫିଲ୍ମରେ ବିବାଦରେ ଛନ୍ଦି ହୋଇଛି । ସେନ୍ସର ବୋର୍ଡ ମଧ୍ୟ ଫିଲ୍ମ ରିଲିଜ ନେଇ ଏପର୍ଯ୍ୟନ୍ତ କୌଣସି ସାର୍ଟିଫିକେଟ ଦେଇନାହିଁ । ତେବେ ଫିଲ୍ମକୁ ସାର୍ଟିଫିକେଟ ମିଳିନଥିବା ନେଇ ବର୍ତ୍ତମାନ ମହାକାଲେଶ୍ୱର ମନ୍ଦିରର ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ଫିଲ୍ମରେ ଯଦି ବିବାଦୀୟ ସଂଳାପ ବା ଦୃଶ୍ୟ କିଛି ଥାଏ । ତେବେ ତାହାରୁ ତୁରନ୍ତ ବଦଳାଇବା ଉଚିତ, ନଚେତ୍ ବିରୋଧର ମୁକାବିଲା କରିବାକୁ ପ୍ରସ୍ତୁତ ରୁହ ।’

ଗତ ବର୍ଷ ଉଜୈନ ମହାକାଳେଶ୍ୱର ମନ୍ଦିରରେ 'ଓ ମାଇ ଗଡ 2' ଫିଲ୍ମର ସୁଟିଂ କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଯାଏଁ ଏହି ଚଳଚ୍ଚିତ୍ର ସୁଟିଂ କରାଯାଇଥିଲା । ଯେତେବେଳେ ଏହା ମହାକାଳେଶ୍ୱର ମନ୍ଦିର ପରିସରରେ ଚାଲିଥିଲା, ମହାକାଳେଶ୍ୱର ମନ୍ଦିର ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ 51 ହଜାର ଟଙ୍କା ରସିଦ କଟା ହୋଇଥିଲା । ଏହି ସମୟରେ ଏହି ଫିଲ୍ମର ସେଟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଏହା ଜଣାପଡିଛି ଯେ, ସେନ୍ସର ବୋର୍ଡ ଫିଲ୍ମକୁ ସାର୍ଟିଫିକେଟ ଦେଇନାହିଁ । ଫିଲ୍ମ ରିଲିଜ ହେଲେ ବିବାଦ ସୃଷ୍ଟି ଆଶଙ୍କା ନେଇ ସେନ୍ସର ବୋର୍ଡ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଯେଉଁ ଢଙ୍ଗରେ ସେନ୍ସର ବୋର୍ଡ ଏହାକୁ ମନା କରିଛି ତାକୁ ନେଇ ବର୍ତ୍ତମାନ ମହାକାଳେଶ୍ୱର ମନ୍ଦିରର ପୁରୋହିତମାନେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ସୋସିଆଲ ମିଡିଆ ମାଧ୍ୟମରେ ଏହା ଜାଣିବାକୁ ପାଇଲୁ ଯେ ସେନ୍ସର ବୋର୍ଡ ଦ୍ୱାରା ଫିଲ୍ମକୁ ଅନୁମତି ମନା କରାଯାଇଛି । ଆମେ ଫିଲ୍ମ ନିର୍ଦ୍ଦେଶକଙ୍କୁ ଅନୁରୋଧ କରୁଛୁ ଯେ ଯଦି ଏଥିରେ କୌଣସି ପ୍ରକାରର ଆପତ୍ତିଜନକ ଦୃଶ୍ୟ ବା ସଂଳାପ ଥାଏ, ତେବେ ତୁରନ୍ତ ଏହାକୁ ହଟାନ୍ତୁ, ନଚେତ୍ ଦୃଢ ବିରୋଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ।’

ଏହା ମଧ୍ୟ ପଢନ୍ତୁ: ଅକ୍ଷୟ କୁମାରଙ୍କ ଫିଲ୍ମ `OMG 2' କୁ ନେଇ ଦ୍ବନ୍ଦ୍ବ, ରିଲିଜ୍‌ ହେବ ତ ଫିଲ୍ମ ?

ସୂଚନା ଥାଉ କି, ଫିଲ୍ମ ଓ ମାଇ ଗଜ 2ରେ ଅକ୍ଷୟ କୁମାର ମହାଦେବଙ୍କ ଭୂମିକାରେ ନଜର ଆସିବେ । ତାଙ୍କ ଭକ୍ତ ଭାବେ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ମିଳିବ । ତେବେ ଫିଲ୍ମ ରିଲିଜ ନ ହେବା ଆଗରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମକୁ ସେନ୍ସର ବୋର୍ଡ ସାର୍ଟିଫିକେଟ ଦେଇନଥିବା ବେଳେ ଇନ୍ଦୋର ସମେତ ଅନେକ ସ୍ଥାନରେ ଫିଲ୍ମକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଛି । ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ମନ୍ଦିରର ପୁରୋହିତମାନେ ମଧ୍ୟ କଡା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ହିନ୍ଦୁ ସନାତନ ଧର୍ମର ଦେବା ଦେବତାମାନଙ୍କ ସହ କୌଣସି ପ୍ରକାରର ଅପବ୍ୟବହାର ହୁଏ, ତେବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ରର ନାୟକ ବିରୋଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବା ଉଚିତ୍ ।

ABOUT THE AUTHOR

...view details