ଓଡିଶା

odisha

Gaming App Case: ରଣବୀରଙ୍କ ପରେ ଏହି 4 ସେଲିବ୍ରିଟିଙ୍କୁ ଇଡିର ସମନ୍‌, କପିଲ ବି ଅଛନ୍ତି ସାମିଲ

By ETV Bharat Odisha Team

Published : Oct 6, 2023, 7:43 AM IST

ମହାଦେବ ବେଟିଂ ଆପ୍ ମାମଲାରେ ଆଉ କିଛି ସେଲିବ୍ରିଟିଙ୍କୁ ଇଡି ଦ୍ୱାରା ସମନ ଜାରି କରାଯାଇଛି । ରଣବୀର କପୁରଙ୍କ ପରେ କପିଲ ଶର୍ମା, ହୁମା କୁରେଶି ଓ ହିନା ଖାନ୍‌ଙ୍କୁ ବି ଇଡିରେ ହାଜର ହେବାକୁ ସମନ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ସେଲିବ୍ରିଟିଙ୍କୁ ଇଡିର ସମନ୍‌
ସେଲିବ୍ରିଟିଙ୍କୁ ଇଡିର ସମନ୍‌

ହାଇଦ୍ରାବାଦ: ମହାଦେବ ବେଟିଂ ଆପ୍ ମାମଲାରେ ଜଣେ ପରେ ଜଣେ ସେଲିବ୍ରିଟିଙ୍କୁ ସମନ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ବର୍ତ୍ତମାନ ଏହି ମାମଲାରେ ଆଉ କିଛି ତାରକାଙ୍କ ନାମ ସାମ୍ନାକୁ ଆସିଛି । ପ୍ରଥମେ ଇଡି ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ସମନ୍‌ ଜାରି କରିଥିଲା । ବର୍ତ୍ତମାନ କପିଲ ଶର୍ମା, ହୁମା କୁରେସୀ ଓ ହିନା ଖାନ୍‌, ଶ୍ରଦ୍ଧା କପୁରଙ୍କୁ ବି ଇଡିରେ ହାଜର ହେବାକୁ ସମନ କରାଯାଇଥିବା ସୂଚନା ମିଳିଛି ।

ଅକ୍ଟୋବର 4ରେ ରଣବୀର କପୁରଙ୍କୁ ସମନ୍‌ ଜାରି କରାଯାଇଥିବା ଖବର ପ୍ରକାଶ ପାଇଥିଲା । ବର୍ତ୍ତମାନ ସୂଚନା ମିଳିଛି ଯେ ଇଡି କପିଲ ଶର୍ମା, ହୁମା କୁରେସୀ, ଶ୍ରଦ୍ଧା କପୁର ଏବଂ ହିନା ଖାନଙ୍କୁ ଡକାଇଛନ୍ତି । ଏହା ପୂର୍ବରୁ ସନ୍ନି ଲିଓନୀ, କୃଷ୍ଣା ଅଭିଷେକ, ପୁଲକିତ ସମ୍ରାଟଙ୍କ ସମେତ 14 ତାରକା ଇଡି ସ୍କାନରରେ ରହିଛନ୍ତି । ଏହି ସମସ୍ତ ତାରକା ମହାଦେବ ବେଟିଂ ଆପ୍ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରକରଙ୍କ ବିବାହରେ ଯୋଗ ଦେଇଥିଲେ । ତେବେ କପିଲ, ହୁମା, ଶ୍ରଦ୍ଧା ଏବଂ ହିନାଙ୍କ ନାମ ସେହି 14 ତାରକାଙ୍କ ମଧ୍ୟରେ ନଥିଲା । କିନ୍ତୁ ବର୍ତ୍ତମାନ ଏହି ଚାରିଜଣଙ୍କୁ ମଧ୍ୟ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଦୁଇ ସପ୍ତାହ ସମୟ ମାଗିଛନ୍ତି ରଣବୀର

ଉଲ୍ଲେଖନୀୟ ଯେ, ରଣବୀର କପୁରଙ୍କୁ 6 ଅକ୍ଟୋବରରେ ହାଜର ହେବାକୁ ଡକାଯାଇଥିଲା, ଯାହାଫଳରେ ତାଙ୍କୁ ପଚରାଉଚରା କରାଯାଇପାରିବ । ତାଙ୍କୁ ଇଡିର ରାୟପୁର ଶାଖାରେ ହାଜର ହେବାକୁ ଥିଲା । ତେବେ ସୂତ୍ର ଅନୁଯାୟୀ ରଣବୀର ଇଡିରୁ ଦୁଇ ସପ୍ତାହ ସମୟ ମାଗିଛନ୍ତି । ଏହି ସମୟରେ କପିଲ ଶର୍ମା, ହୁମା କୁରେସୀ, ଶ୍ରଦ୍ଧା କପୁର ଏବଂ ହିନା ଖାନଙ୍କ ନାମ ମଧ୍ୟ ଏହି ମାମଲା ସହ ଜଡ଼ିତ ଅଛି ।

ଏହା ମଧ୍ୟ ପଢନ୍ତୁ: Gaming App Case: ରଣବୀରଙ୍କୁ ଇଡିର ସମନ୍, ସ୍କାନରକୁ ଆସିପାରନ୍ତି ଆହୁରି ୧୫ ତାରକା

ସନ୍ନି ଲିଓନ, କୃଷ୍ଣା ଅଭିଷେକ ଏବଂ ପୁଲକିତ ସମ୍ରାଟଙ୍କ ବ୍ୟତୀତ ଇଡି ସ୍କାନରରେ ଥିବା 14 ତାରକାଙ୍କ ମଧ୍ୟରେ ବିଶାଲ ଦଦଲାନି, ଟାଇଗର ଶ୍ରଫ, ନେହା କକ୍କର, ଏଲି ଅବରାମ, ଭାରତୀ ସିଂ, ଭାଗ୍ୟଶ୍ରୀ, କୀର୍ତ୍ତୀ ଖରବନ୍ଦା ଏବଂ ନୁସରତ ଭରୁଚା ମଧ୍ୟ ଅଛନ୍ତି । ଦୁବାଇରେ ସୌରଭ ଚନ୍ଦ୍ରକାରଙ୍କ ବିବାହରେ ପାକିସ୍ତାନୀ ଗାୟକ ଆତିଫ ଅସଲମ ଏବଂ ରାହତ ଫତେହ ଅଲି ଖାନ ମଧ୍ୟ ଯୋଗ ଦେଇଥିଲେ । ମହାଦେବ ବେଟିଂ ଆପ୍ ମାମଲାରେ ଇଡି ଯାଞ୍ଚରୁ 5000 କୋଟି ଟଙ୍କା ଦୁର୍ନୀତି ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details