ଓଡିଶା

odisha

By

Published : Jun 5, 2023, 1:36 PM IST

ETV Bharat / entertainment

ସରିଲା ପଶାପାଲି ଖେଳ, ମହାଭାରତର 'ଶକୁନି ମାମା' ଗୁଫି ପୈନ୍ତାଲଙ୍କ ଦେହାନ୍ତ

ଦୁନିଆକୁ ଅଲବିଦା କହିଛନ୍ତି ଭେଟେରାନ ଅଭିନେତା ଗୁଫି ପୈନ୍ତାଲ । ଗତ ୧୦ ଦିନ ଧରି ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଜି ଜୀବନଯୁଦ୍ଧରେ ହାରିଛନ୍ତି ଅଭିନେତା । ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

78 ବର୍ଷ ବୟସରେ ମହାଭାରତର 'ଶକୁନି ମାମା' ଗୁଫି ପୈଣ୍ଟାଲଙ୍କ ନିଧନ
78 ବର୍ଷ ବୟସରେ ମହାଭାରତର 'ଶକୁନି ମାମା' ଗୁଫି ପୈଣ୍ଟାଲଙ୍କ ନିଧନ

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଝଟକା । ଅଭିନେତ୍ରୀ ସୁଲୋଚନା ଲତକରଙ୍କ ଦେହାନ୍ତ ଖବର ମନରୁ ନଲିଭୁଣୁ ପୁଣି ଏଣ୍ଟରଟେନମେଣ୍ଟ ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି । ମହାଭାରତରେ 'ଶକୁନି ମାମା'ର ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଗୁଫି ପୈନ୍ତାଲଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ଡାକ୍ତରଖାନାରେ ଗୁଫିଙ୍କର ଦେହାନ୍ତ ହୋଇଛି । ଗୁଫି ପୈନ୍ତାଲଙ୍କ ପୁଅ ହାରି ପୈଣ୍ଟାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅନେକ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଗୋଫି ପେଣ୍ଟାଲ ଆଜି ସକାଳ ପ୍ରାୟ 9 ଟା ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ତେବେ ମୃତ୍ୟୁ ବେଳକୁ ଗୁଫିଙ୍କୁ 78 ବର୍ଷ ହୋଇଥିଲା । ଅଭିନେତାଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ଣ 4ଟାରେ କରାଯିବ ।

ଗୁଫି ପୈନ୍ତାଲ ଗତ 10 ଦିନ ଧରି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଏବଂ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଥିଲେ । ତେବେ ଦୁଇ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟରେ ଅନେକ ଉନ୍ନତି ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ତାଙ୍କ ପରିବାର ସଦସ୍ୟ ଆଶା କରିଥିଲେ ଯେ ସେ ସୁସ୍ଥ ହୋଇ ଘରକୁ ଫେରିଯିବେ । କିନ୍ତୁ ଆଜି ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆଜି ଅପରାହ୍ଣ 4ଟାରେ ଓଶିୱାରା ଶଶ୍ମାନରେ ହେବ ।

ସୂଚନା ଥାଉ କି, ଏହି ଅଭିନେତା 1975 ମସିହାରେ ରଫୁ ଚକ୍କର ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ । ଏଥି ସହିତ, 80 ଦଶକରେ ଗୁଫି ଅନେକ ଟିଭି ଶୋ' ଏବଂ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ । ଏଥିସହ 1988 ମସିହାରେ ବି.ଆର ଚୋପ୍ରା ଅଭିନେତାଙ୍କୁ ମହାଭାରତରେ ଶକୁନି ମାମା ଭୂମିକାରେ ଅଭିନୟ କରିବାକୁ ଅଫର୍‌ ଦେଇଥିଲେ । ଏଥିରେ ତାଙ୍କ ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ଗୁଫିଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବା ସହ ଆଜି ବି ତାଙ୍କୁ ଘରେ ଘରେ ପରିଚିତ କରାଇଛି । ଗୁଫି ପୈନ୍ତାଲଙ୍କ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ 'ସତେ ପେ ସତ୍ତା', 'ହିର୍‌ ​​ରାଞ୍ଜା', 'ନିକା', 'ଦେଶ-ପରଦେଶ', 'ସୁହାଗ', 'ଦ ବର୍ଣ୍ଣିଂ ଟ୍ରେନ୍', 'ଦିଲଲଗି', 'ଘୁଟନ', କ୍ରାନ୍ତି 'ଏବଂ' ପ୍ରେମ ରୋଗ 'ଭଳି ହିଟ୍ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ ।

ତେବେ ଆଜି ସେ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଅଭିନୟ ଆମ ମନରେ ସର୍ବଦା ସ୍ମୃତି ହୋଇ ରହିବ। ତାଙ୍କ ବିୟୋଗରେ ଅନେକ ତାରକା ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ABOUT THE AUTHOR

...view details