ଓଡିଶା

odisha

ETV Bharat / entertainment

ଆଲିଆଙ୍କ ପାଇଁ ସୁନ୍ଦର ଉପହାର ପଠାଇଲେ ମାଧୁରୀ, ଭାବୁକ ହେଲେ ନୀତୁ କପୁର - ମାଧୁରୀ ଦୀକ୍ଷିତ ଝଲକ ଦିଖଲା ଜା

ମାଧୁରୀ ଦୀକ୍ଷିତ ଆଲିଆଙ୍କ ପାଇଁ ନୀତୁ କପୁରଙ୍କ ହାତରେ ଏକ ବିଶେଷ ଉପହାର ପଠାଇଛନ୍ତି । ଆଲିଆ ଭଟ୍ଟ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଆଲିଆଙ୍କ ପାଇଁ ସୁନ୍ଦର ଉପହାର ପଠାଇଲେ ମାଧୁରୀ, ଭାବୁକ ହୋଇଗଲେ ନୀତୁ କପୁର
ଆଲିଆଙ୍କ ପାଇଁ ସୁନ୍ଦର ଉପହାର ପଠାଇଲେ ମାଧୁରୀ, ଭାବୁକ ହୋଇଗଲେ ନୀତୁ କପୁର

By

Published : Oct 8, 2022, 1:01 PM IST

ମୁମ୍ବାଇ: ଖୁବଶୀଘ୍ର କପୁର ପରିବାରରେ ଆସିବାକୁ ଯାଉଛି କୁନି ଅତିଥି । ଖୁବଶ୍ରୀଘ୍ର ମାଆ ହେବାକୁ ଯାଉଛନ୍ତିବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ନିକଟରେ ଅଭିନେତ୍ରୀଙ୍କ ବେବି ସାୱାର ହୋଇଥିଲା । ଏହାପରେ, ବର୍ତ୍ତମାନ ଆଲିଆଙ୍କୁ ଏକ ଖାସ୍‌ ଉପହାର ମିଳିଛି । ଏହି ଉପହାରକୁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଦେଇଛନ୍ତି । ମାଧୁରୀ ଦୀକ୍ଷିତ କଲର୍ସ ଟିଭିର ପପୁଲାର ରିଆଲିଟି ସୋ 'ଝଲକ ଦିଖଲା ଜା'ର ହୋଷ୍ଟ କରୁଛନ୍ତି ଏବଂ ନୀତୁ କପୁର ଏହି ସୋ’ରେ ଅତିଥି ଭାବରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ ମାଧୁରୀ ନୀତୁ କପୁରଙ୍କ ହାତରେ ଆଲିଆଙ୍କ ପାଇଁ ଏହି ଖାସ୍‌ ଉପହାର ପଠାଇଛନ୍ତି ।

ସୋ’ରେ ନୀତୁଙ୍କ ଏଣ୍ଟ୍ରି ସହିତ କପୁର ସ୍ପେଶାଲ୍‌ ଏପିସୋଡ୍ ପାଳନ କରାଯାଇଥିଲା । ଏହି ସୋ’ର ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆପଣ ଦେଖିପାରିବେ ନୀତୁ ଟେଲର, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଲୁକକୁ ରିକ୍ରିଏଟ୍‌ କରିଛନ୍ତି । ନିତୁ ତାଙ୍କୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି ଏବଂ ସେ ନୀତିଙ୍କୁ ଆଲିଙ୍ଗନ କରି ତାଙ୍କୁ ଭଲପାଇବା ଏବଂ ଆଶୀର୍ବାଦ ଦେଇଛନ୍ତି । ସେ ନୀତିଙ୍କ ଡ୍ୟାନ୍ସ ପରଫମାନ୍ସକୁ ବହୁତ ସୁନ୍ଦର ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଏହି ଡ୍ୟାନ୍ସ ମୋ ହୃଦୟକୁ ସ୍ପର୍ଶ କରିଛି ।

ଉପହାରରେ ବାଲ ଗୋପାଳ

କେବଳ ଏତିକି ନୁହେଁ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ, ନୀତୁ ଜୀ ବର୍ତ୍ତମାନ ସେମାନେ ଦୁହେଁ ବିବାହ କରିଛନ୍ତି ଏବଂ ସେ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ମୁଁ ଆଲିଆ ପାଇଁ କିଛି ଆଣିଛି । ଏହା ହେଉଛି ବାଲ ଗୋପାଳ । ବାଲ ଗୋପାଳଙ୍କୁ ଦେଖି ନୀତୁ କପୁର ବହୁତ ଖୁସି ହୋଇ ମାଧୁରୀଙ୍କୁ ଆଲିଙ୍ଗନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରଣବୀର ଆଲିଆ ବିବାହ

ଆଲିଆ ଏବଂ ରଣବୀର ଚଳିତ ବର୍ଷ ଏପ୍ରିଲରେ ବିବାହ କରିଥିଲେ । ଆଲିଆ ଜୁନ୍ ମାସରେ ଗର୍ଭବତୀ ଘୋଷଣା କରିଥିଲେ। ବୁଧବାର ଦିନ, ଆଲିଆ ବେବି ସାୱାର କରିଥିଲେ ଯେଉଁଥିରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ଆଲିଆ ବେବି ସାୱାରର ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ଏବଂ ରଣବୀର ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଏକ ଫଟୋରେ ଆଲିଆ ରଣବୀରଙ୍କ କୋଳରେ ବସିଛନ୍ତି ଏବଂ ଅଭିନେତା ତାଙ୍କୁ ଚୁମ୍ବନ ଦେଇଛନ୍ତି । ଉଭୟଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ABOUT THE AUTHOR

...view details