ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତା ନିଜର ଦମଦାର ଷ୍ଟାଇଲ, ଆକ୍ଟିଂ ଏବଂ ଡାଇଲଗରେ ସବୁବେଳେ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି । ସେ କେବଳ ଟଲିଉଡରେ ନୁହଁ ବରଂ ବଲିଉଡରେ ମଧ୍ୟ ନିଜ ଯାଦୁ ଦେଖାଇ ବେଶ ଲୋକପ୍ରିୟତା ସାଉଁଟିପାରିଛନ୍ତି । ଏହାରି ମଧ୍ୟରେ ସୁପରଷ୍ଟାର ରଜନୀକାନ୍ତ ବିଷୟରେ ଲାଇକା ପ୍ରଡକ୍ସନ ଏକ ବଡ଼ ଘୋଷଣା କରିଛି। ରଜନୀକାନ୍ତ ତାଙ୍କର 170ତମ ଫିଲ୍ମ କରିବାକୁ ଯାଉଛନ୍ତି ।
'ଜୟ ଭୀମ୍'ର ନିର୍ଦ୍ଦେଶକ ଟିଜେ ଜ୍ଞାନବେଲଙ୍କ ସହ ସେ 170ତମ ଫିଲ୍ମ କରିବେ । ଯାହାର ଟାଇଟଲଥଲାଇବା 170' ରଖାଯାଇଥିବା ସୂଚନା ରହିଛି । ତେବେ ଏହି ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ରଜନୀକାନ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜେଲର' ପାଇଁ ସୁଟିଂ କରୁଛନ୍ତି । 'ଜେଲର' ହେଉଛି ତାଙ୍କର 169 ତମ ଚଳଚ୍ଚିତ୍ର ।
ନିର୍ମାତାମାନେ ସେମାନଙ୍କର ଚେୟାରମ୍ୟାନ୍ ସୁବାଷ କରଣଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏକ ନୋଟ ସହ ଏହି ବଡ ଘୋଷଣା କରିଛନ୍ତି । ଏଥିରେ ଲେଖାହୋଇଛି ଯେ, 'ଲାଇକା ପ୍ରଡକ୍ସନ ସୁପରଷ୍ଟାର ରଜନୀକାନ୍ତଙ୍କ ଥଲାଇବା 170' ଘୋଷଣା କରି ଆମେ ଖୁସି ଏବଂ ସମ୍ମାନ ଅନୁଭବ କରୁଛୁ । ଏହି ଚଳଚ୍ଚିତ୍ରଟି ଟିଜେ ଜ୍ଞାନବେଲ ଦ୍ବାରା ନିର୍ଦ୍ଦେଶିତ ହେବ । ଏହାର ରକଷ୍ଟାର ଅନିରୁଦ୍ଧଙ୍କ ଏକ ସଂଗୀତ ରହିବ । ଏହି ଚଳଚ୍ଚିତ୍ରଟି ଖୁବ୍ ଶୀଘ୍ର GKM ତାମିଲ୍ କୁମାରନର ନେତୃତ୍ବରେ ଆରମ୍ଭ ହୋଇ 2024ରେ ରିଲିଜ ହେବ।