ହାଇଦ୍ରାବାଦ:ବଲିଉଡ ଷ୍ଟାର ଫରହାନ ଅଖତର ନିଜ ପରିବାର ସହ ଆଜି (ମଙ୍ଗଳବାର) ତାଙ୍କ ୫୦ତମ ଜନ୍ମଦିନ ଖୁବ ଧାମଧାମରେ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସାଙ୍ଗସାଥୀ, ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ ପତ୍ନୀ ଶିବାନୀ ଅଖତର ମଧ୍ୟ ନିଜ ସ୍ବାମୀ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।
ଶିବାନୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି ଦମ୍ପତିଙ୍କ ପୁରା ଯାତ୍ରାର ଭିଡିଓ ଦେଖିବାକୁ ମିଳିଛି । ଉଭୟଙ୍କ ବିବାହଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନ ବୁଲିବା ମୁହୁର୍ତ୍ତର ଗୋଟି ଗୋଟି ଝଲକ ଏଥିରେ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, "ମୋର ହୃଦୟରୁ କହୁଛି ସବୁ ଋତୁ ମୋ ଜୀବନ ପାଇଁ ଆପଣ ମୋର ସବୁକିଛି । ମୋର ଫ୍ରାନାଲୋ ୫୦ତମ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆପଣଙ୍କ ଭାବନାଠୁ ବି ଅଧିକ ମୁଁ ଆପଣଙ୍କୁ ଭଲ ପାଉଛି ।" ଏଥିସହ ସେ ଏକ ଲାଲ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି ।
ଗତକାଲି ବିଳମ୍ବିତ ରାତ୍ରିରେ ଫରହାନ ଅଖତର ପୁରା ପରିବାର ସହ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ ଫରହାନ ଅଖତର, ମାଆ ହନି ଇରାନୀ ଏବଂ ସାବତ ମାଆ ଶବନା ଆଜମୀ, ବାପା ଜାଭେଦ ଅଖତର, ଭଉଣୀ ଜୋୟା ଅଖତର ଏବଂ ତାଙ୍କ ପତ୍ନୀ ଶିବାନୀ ସାମିଲ ହୋଇଥିଲେ । ସମସ୍ତେ ମିଶି ଫ୍ୟାମିଲି ଫଟୋସୁଟ ମଧ୍ୟ କରିଥିଲେ । ଯାହାର ଫଟୋକୁ ମା' ଶବନା ଆଜମୀ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଫରହାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।