ଓଡିଶା

odisha

ETV Bharat / entertainment

ପରିବାର ସହ ବର୍ଥ ଡେ ସେଲିବ୍ରେଟ କଲେ ଟ୍ବିଙ୍କଲ, ମଜାଳିଆ ଢଙ୍ଗରେ ପତ୍ନୀଙ୍କୁ ୱିସ୍ କଲେ ଅକ୍ଷୟ - ଟ୍ବିଙ୍କଲ ଖନ୍ନା

Twinkle Khanna Birthday: ଆଜି ବଲିଉଡ ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ନିଜ ୫୦ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀ ପରିବାର ସହ ବର୍ଥ ଡେ ସେଲିବ୍ରେଟ କରିଛନ୍ତି । ସେପଟେ ମଜାଳିଆ ଭିଡିଓ ପୋଷ୍ଟ କରି ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅକ୍ଷୟ ।

ପରିବାର ସହ ବର୍ଥ ଡେ ସେଲିବ୍ରେଟ କଲେ ଟ୍ବିଙ୍କଲ, ମଜାଳିଆ ଢଙ୍ଗରେ ପତ୍ନୀଙ୍କୁ  ୱିସ୍ କଲେ ଅକ୍ଷୟ
ପରିବାର ସହ ବର୍ଥ ଡେ ସେଲିବ୍ରେଟ କଲେ ଟ୍ବିଙ୍କଲ, ମଜାଳିଆ ଢଙ୍ଗରେ ପତ୍ନୀଙ୍କୁ ୱିସ୍ କଲେ ଅକ୍ଷୟ

By ETV Bharat Odisha Team

Published : Dec 29, 2023, 5:55 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନାଙ୍କ ୫୦ତମ ଜନ୍ମଦିନ । ଏହି ଅବସରରେ ପରିବାର ସହ ବର୍ଥ ଡ୍ ସେଲିବ୍ରେଟ କରିଛନ୍ତି ଅଭିନେତ୍ରୀ । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଛନ୍ତି । ଅଭିନେତ୍ରୀ ଜନ୍ମଦିନରେ ଅଣ୍ଡର ୱାର୍ଟର ସୁଇମିଂ କରୁଥିବା ନଜର ଆସିଛନ୍ତି । ସେପଟେ ଅଭିନେତ୍ରୀଙ୍କ ଏକ ମଜାଳିଆ ଭିଡିଓ ପୋଷ୍ଟ କରି ସ୍ବାମୀ ଅକ୍ଷୟ କୁମାର ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ବିଙ୍କଲ ଖନ୍ନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେ ନିଜ ସ୍ବାମୀ ଏବଂ ପୁଅ ଆରବ ଏବଂ ଝିଅ ନିତାରାଙ୍କ ସହ ଅଣ୍ଡର ୱାର୍ଟର ସୁଇମିଂ କରୁଥିବା ନଜର ଆସିଛନ୍ତି । ଏହା ସହ ସେ ସାମୁଦ୍ରିକ ଜୀବଙ୍କ ମଧ୍ୟ ଝଲକ ଦେଖାଇଛନ୍ତି । ଏଥିସହ ସେ ଅକ୍ଷୟ କୁମାରଙ୍କୁ କିସ କରୁଥିବା ମଧ୍ୟ ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, 'ମୋର ୫୦ତମ ଜନ୍ମଦିନରେ ଯେବେ ମୁଁ ମୋର ଆଖପାଖ ଦୁନିଆ ଦେଖୁଛି, ସେତେବେଳେ କେବଳ ମୋତେ ମୋ ପରିବାର ଦେଖାଇଦିଅନ୍ତି । ଲୋକେ ଦାର୍ଶନିକମାନଙ୍କୁ ଫଲୋ କରନ୍ତିଷ ଏବଂ ମୁଁ ଫାଇଡିଂ ନିମୋଙ୍କ ଡୋରିକୁ ଫଲୋ କରେ । ଜୀବନ କେତେବେଳେ ବି କୁଆଡେ ଯାଏ । ବାସ୍ ପହଁରୁଥାଅ । ଦୁଃସାହସିକ କାର୍ଯ୍ୟ କେବେ ସରେନାହିଁ ।'

ସେପଟେ ଅକ୍ଷୟ କୁମାର ପତ୍ନୀଙ୍କ ଏକ ମଜାଳିଆ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓରେ ଲେଖାଅଛି, ମୁଁ ବେଳେବେଳେ ଭାବେ ମୁଁ ଟ୍ବିଙ୍କଲଙ୍କୁ ବିବାହ କରିଛି । ହେଲେ ଅସଲରେ ମୁଁ ଏହାଙ୍କୁ ବିବାହ କରିଛି । ପରେ ପରେ ଭିଡିଓରେ ଟ୍ବିଙ୍କଲଙ୍କ ମଜାଳିଆ ଅନ୍ଦାଜ ଦେଖିବାକୁ ମିଳେ । ଏହା ସେୟାର କରି ଅକ୍ଷୟ ଲେଖିଛନ୍ତି, ଦୀର୍ଘ ବର୍ଷ ବଞ୍ଚ । ମୋ ଜୀବନରେ ତୁମର ଅନେକ ଖୁସି ଭରିଥିବାରୁ ଅନେକ ଧନ୍ୟବାଦ । ଭଗବାନ ତୁମକୁ ଦୀର୍ଘାୟୁ କରନ୍ତୁ । ହାପି ବର୍ଥ ଡେ ଟିନା ।

ଏହା ମଧ୍ୟ ପଢନ୍ତୁ:ଅକ୍ଷୟଙ୍କୁ ଅପନା ମାଲ୍ କହିଲେ ଟ୍ୱିଙ୍କଲ, ପୋଷ୍ଟ ଭାଇରାଲ

ଏହି ଭିଡିଓ ସେୟାର ହେବା ପରେ ଅନେକ ସେଲିବ୍ରିଟି ସମେତ ଅନେକ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଟ୍ବିଙ୍କଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଥାଉ କି, ଅକ୍ଷୟ ଏବଂ ଟ୍ବିକଲ ବିବାହକୁ ୨୩ ବର୍ଷ ବିତିଛି । ଉଭୟଙ୍କର ୨୧ ବର୍ଷର ପୁଅ ଆରବ ଏବଂ ୧୧ ବର୍ଷର ଝିଅ ନିତାରାଙ୍କ ରହିଛନ୍ତି । ଅକ୍ଷୟ ଏବଂ ଟ୍ବିକଲ ସର୍ବଦା ନିଜ ପରିବାର ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥାନ୍ତି ।

ABOUT THE AUTHOR

...view details