ଓଡିଶା

odisha

ପରଦାକୁ ଆସିଲା ବିଜୟ ଦେବରକୋଣ୍ଡାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ LIGER

By

Published : Aug 25, 2022, 10:30 AM IST

Updated : Aug 25, 2022, 11:10 AM IST

LIGER in Cinema Now, ଆଜି (25 ଅଗଷ୍ଟ)ରେ ବିଜୟ ଦେବରକୋଣ୍ଡାଙ୍କ ହିନ୍ଦୀ ଡେବ୍ୟୁ ଚଳଚ୍ଚିତ୍ର ଲାଇଗର ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ତାଙ୍କ ସହ ନଜର ଆସିଛନ୍ତି । ଅଧିକ ପଢନ୍ତୁ

LIGER in cinema now, ବିଜୟ ଦେବରାକୋଣ୍ଡାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ଲାଇଗର ରିଲିଜ୍‌
LIGER in cinema now, ବିଜୟ ଦେବରାକୋଣ୍ଡାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ଲାଇଗର ରିଲିଜ୍‌

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଥମଥର ବିଜୟ ଦେବରାକୋଣ୍ଡା ବଲିଉଡରେ ଡେବ୍ୟୁ କରିଛନ୍ତି । ବିଜୟଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର 'ଲାଇଗର' ଆଜି (ଅଗଷ୍ଟ 25) ପ୍ରେକ୍ଷାଳୟକୁ (vijay Deverakonda-Ananya Panday starrer is out in cinemas) ଆସି ସାରିଛି । ଯଦିଓ ଫିଲ୍ମର ହିନ୍ଦୀ ସଂସ୍କରଣ ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ । ଲାଇଗରର ହିନ୍ଦୀ ସଂସ୍କରଣ ଆଜି (ଗୁରୁବାର) ରାତିରେ ମୁକ୍ତିଲାଭ କରିବ ।

ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ (Ananya Panday)ଙ୍କ ଅଭିନୀତ ଚଳଚ୍ଚିତ୍ର ଲାଇଗରକୁ ଦକ୍ଷିଣ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ପ୍ରସ୍ତୁତ କରିଛନ୍ତି । ଏଭଳି ପରିସ୍ଥିତିରେ ଫିଲ୍ମର ପୁରା ଟିମ୍ ଏହାକୁ ନେଇ ଉତ୍ସାହିତ ଅଛନ୍ତି । କୁହାଯାଉଛି ଯେ ହିନ୍ଦୀ କ୍ଷେତ୍ରରେ ଲାଇଗର ଫିଲ୍ମର ଆଡଭାନ୍ସ ବୁକିଂକୁ କମ୍ ମୂଲ୍ୟ ଦିଆଯାଇଛି । ଏଥି ସହିତ ଫିଲ୍ମ ତେଲୁଗୁ ଭାଷାରେ ଭଲ ଟିକେଟ ବିକ୍ରି କରିଛି ।

ଲାଇଗରର ବୟକଟ୍‌

ନିକଟରେ ରିଲିଜ ହୋଇଥିବା ଅମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଲାଲ ସିଂ ଚଢାଙ୍କୁ ବଡ଼ ବିରୋଧର ସାମ୍ନା କରିବାକୁ ପଡିଥିଲା । ପରେ ପରେ ବିଜୟ ଦେବରକୋଣ୍ଡା ମଧ୍ୟ ସୋଶାଲ ମିଡିଆ ୟୁଜର୍ସଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଥିଲେ । ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେଉଥିଲା #BoycottLigerMovie। ନିକଟରେ ବିଜୟ ଦେବରକୋଣ୍ଡା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏଥିରେ ସେ ସୋାସିଆଲ ମିଡିଆରେ ଚାଲିଥିବା ‘ବୟକଟ୍ ଟ୍ରେଣ୍ଡ୍’ ଉପରେ ମଧ୍ୟ ନିଜ ମତାମତ ରଖିଥିଲେ । ଆଲୋଚନା ବେଳେ ସେ ଅମିର ଖାନଙ୍କୁ ସମର୍ଥନ କରିଥିଲେ। ‘ଲାଲ୍ ସିଂହ ଚଡ୍ଡା’କୁ ବୟକଟ୍ କରିବା ଦ୍ୱାରା ଏହାର ପ୍ରଭାବ କେବଳ ଅମିରଙ୍କ ଉପରେ ନୁହେଁ ବରଂ ଅନେକ ପରିବାରର ରୋଜଗାର ଉପରେ ପଡ଼ିଛି ବୋଲି ସେ କହିଥିଲେ।

ବିଜୟ ଦେବରକୋଣ୍ଡାଙ୍କ ଏହି ପ୍ରତିକ୍ରିୟା ଉପରେ ଅନେକ ଲୋକ ଅସନ୍ତୋଷ ଜାହିର କରିିଥିଲେ। ଏମିତିକି ଏହାକୁ ନେଇ ସୋାସିଆଲ୍ ମିଡିଆରେ ୟୁଜର୍ସ ବିଜୟ ଦେବରକୋଣ୍ଡାଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଏହାସହ ସେମାନେ ଦେବରକୋଣ୍ଡାଙ୍କ ଅପ୍‌କମିଂ ଫିଲ୍ମ ‘ଲାଇଗର’କୁ ବୟକଟ୍ କରିବାକୁ ଆହ୍ୱାନ ଦେଇଥିଲେ । ଫଳରେ ଟ୍ୱିଟରରେ #BoycottLigerMovie ଟ୍ରେଣ୍ଡିଂ କରୁଥିଲା ।

ବିଜୟ ଏବଂ ଅନନ୍ୟା 34 ଦିନରେ 17 ଟି ସହରରେ ଚଳଚ୍ଚିତ୍ର ଲାଇଗରର ପ୍ରଚାର କରଛନ୍ତି । ଏହି ସମୟରେ ବିଜୟ ଅଭିନେତ୍ରୀ ଅନନ୍ୟାଙ୍କୁ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରକୁ ମଧ୍ୟ ନେଇଥିଲେ । ଏବେ ଫିଲ୍ମ ବକ୍ସ ଅଫିସରେ କ’ଣ କମାଲ ଦେଖାଇବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

Last Updated : Aug 25, 2022, 11:10 AM IST

ABOUT THE AUTHOR

...view details