ମୁମ୍ବାଇ:ତୁମ ବିନା ଜୀବନଟା ଅନ୍ଧକାରମୟ ପାପା, ତୁମେ ସବୁଠୁ ଭଲ ପାପା ଥିଲ, ଯିଏ ଘରକୁ ଆସିବା ପରେ ଆମକୁ ବହୁତ ଭଲପାଇବା ଦେଉଥିଲେ, ମୁଁ ବହୁତ ତୁମକୁ ମିସ୍ କରୁଛି, ତୁମ ସହ ଖାଇବାକୁ ବି ମିସ୍ କରୁଛି ପାପା....ଏହି ଭାବପ୍ରବଣ ନୋଟ୍ ପଢିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ । ଲୋକପ୍ରିୟ କଣ୍ଠଶିଳ୍ପୀ କିଷ୍ଣକୁମାର କୁନ୍ନଥ ଓରଫ କେକେ ହରାଇ କେବଳ ପରିବାର ଲୋକ ନୁହେଁ, ଏବେ ବି ସାରା ଦେଶ କାନ୍ଦୁଛି।
ଗତକାଲି ବିଶ୍ବ ପିତୃ ଦିବସ ଅବସରରେ ବାପାଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ୍ ଲେଖିଛନ୍ତି କେକେଙ୍କ ଝିଅ ତମାରା । ତମାରା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ କରିଥିବା ପୋଷ୍ଟ୍ରେ ଲେଖିଛନ୍ତି, 'ମୁଁ ତୁମକୁ ମିସ୍ କରିଛି ପାପା । ତୁମ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତକୁ ମୁଁ ମନେ ପକାଇ କାନ୍ଦୁଛି, ଯେତେବେଳେ ଆମେ ଏକାଠି ହସୁଥିଲୁ । ମୁଁ ଆମର ରୋଷେଇ ଘରେ ଥିବା ସିକ୍ରେଟ ସ୍ନାକିଂକୁ ମନେ ପକାଉଛି, କେବଳ ଏତିକି ନୁହେଁ ମୁଁ ମୋର ଫାର୍ଟିଂ ପ୍ରତିଯୋଗିତାକୁ ବି ମିସ୍ କରୁଛି, ମୁଁ ସେହି ମୁହୂର୍ତ୍ତକୁ ମିସ୍ କରୁଛି, ଯେତେବେଳେ ମୁଁ ମୋର ମ୍ୟୁଜିକ ଆଇଡିଆ ଦେଖାଉଥିଲି, ତୁମ ପ୍ରତିକ୍ରିୟା ଏବଂ ତୁମର ହାତ ଧରିବା ସବୁ କିଛି ମିସ୍ କରୁଛି ।'