ଓଡିଶା

odisha

Leke Prabhu Ka Naam: ଟାଇଗର ୩ର ପ୍ରଥମ ଗୀତ ରିଲିଜ, ଦେଖିବାକୁ ମିଳିଲା କ୍ୟାଟ୍ରିନା-ସଲମାନଙ୍କ କେମେଷ୍ଟ୍ରି

By ETV Bharat Odisha Team

Published : Oct 23, 2023, 3:19 PM IST

ପ୍ରଶଂସକମାନେ ଉତ୍ସାହର ସହ 'ଟାଇଗର ୩' 'ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ର ଏହି ଦିପାବଳୀ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ପ୍ରଥମ ଗୀତ 'ଲେକେ ପ୍ରଭୁ କା ନାମ' ରିଲିଜ୍ କରିଛନ୍ତି। ଅଧିକ ପଢନ୍ତୁ,

ଟାଇଗର ୩ର ପ୍ରଥମ ଗୀତ ରିଲିଜ, ଦେଖିବାକୁ ମିଳିଲା କ୍ୟାଟ୍ରିନା ଏବଂ ସଲମାନଙ୍କ କେମେଷ୍ଟ୍ରି
ଟାଇଗର ୩ର ପ୍ରଥମ ଗୀତ ରିଲିଜ, ଦେଖିବାକୁ ମିଳିଲା କ୍ୟାଟ୍ରିନା ଏବଂ ସଲମାନଙ୍କ କେମେଷ୍ଟ୍ରି

ହାଇଦ୍ରାବାଦ:ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର ୩' ଦିପାବଳୀରେ ରିଲିଜ ହୋବାକୁ ଯାଉଛି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ମାତା ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ 'ଲେକେ ପ୍ରଭୁ କା ନାମ' ରିଲିଜ୍ କରିଛନ୍ତି । ତେବେ ଗୀତଟି ରିଲିଜ ହେବାର ୩ ଘଣ୍ଟା ମଧ୍ୟରେ ୩ ମିଲିୟନ ଭିୟୁ ମିଳିସାରିଲେଣି ।

ୟଶରାଜ ଫିଲ୍ମସ ସୋସିଆଲ ମିଡିଆରେ ଆଗାମୀ ଫିଲ୍ମ ଟାଇଗର ୩ର ପ୍ରଥମ ଗୀତ 'ଲେକେ ପ୍ରଭୁ କା ନାମ' ରିଲିଜ ହୋଇଛି । ଗୀତରେ କ୍ୟାଟ୍ରିନା ଏବଂ ସଲମାନଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ସୂଚନା ଥାଉ କି, ଏହି ଗୀତକୁ ଲୋକପ୍ରିୟ ଗାୟକ ଅରିଜିତ ସିଂ ଗାଇଥିବା ବେଳେ ସେ ପ୍ରଥମ ଥର ଭାଇଜାନଙ୍କ ପାଇଁ ଟାଇଗର ୩ ସହ ଗୀତ ଗାଇଛନ୍ତି । ୯ ବର୍ଷର ମତଭେଦକୁ ଭୁଲି ଅରିଜିତ ଏବଂ ସଲମାନ ଏହି ଗୀତ ମାଧ୍ୟମରେ ଏକାଠି କାମ କରିଛନ୍ତି ।

ସେପଟେ ଏହି ଗୀତ ରିଲିଜ ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ୩ ଘଣ୍ଟା ମଧ୍ୟରେ ୩ ମିଲିୟନରୁ ଅଧିକ ଭିୟୁ ମିଳିସାରିଲାଣି । ଅରିଜିତଙ୍କ ସ୍ୱର ସହ ଲୋକମାନେ ସଲମାନ-କ୍ୟାଟ୍ରିନାଙ୍କ ଡ୍ୟାନ୍ସକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, 'ମାଷ୍ଟରପିସ୍' । ଆଉ ଜଣେ ଲେଖିଛନ୍ତି, 'ପରଫେକ୍ଟ ପାର୍ଟି ଗୀତ, ସଲମାନ ଭାଇ ଆମେ ତୁମକୁ ଭଲପାଉ।'

ଏହା ମଧ୍ୟ ପଢନ୍ତୁ:ସଲମାନ-ଅରଜିତଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ, ଭାଇଜାନଙ୍କ ପାଇଁ ଗାଇଲେ ଗୀତ

'ଟାଇଗର ୩' ବିଷୟରେ କହିବାକୁ ଗଲେ ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଏବଂ ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ଭାଗ । ଫିଲ୍ମ ଟାଇଗର ୩ ହେଉଛି ୟଶ ରାଜ ସ୍ପାଏ ୟୁନିଭର୍ସର ଆକ୍ସନ୍ ଫିଲ୍ମ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଏହି ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏଥିସହ ପଠାନ ଭାବେ ଶାହାରୁଖ ଏତିରେ କ୍ୟାମିଓ ରୋଲରେ ନଜର ଆସିବେ । ଫିଲ୍ମଟି ଦିପାବଳୀ ଅବସରରେ ନଭେମ୍ବର ୧୨ରେ ରିଲିଜ ହେବ ।

ABOUT THE AUTHOR

...view details