ନୂଆଦିଲ୍ଲୀ: ପଞ୍ଜାବୀ ସଙ୍ଗୀତ ଜଗତରୁ (Punjabi Music Industry) ବୁଧବାର ସକାଳେ ଏକ ଦୁଃଖଦ ଖବର ଆସିଛି । ଭାଙ୍ଗଡା ଷ୍ଟାର ସିଙ୍ଗର ବଲୱିନ୍ଦର ସଫରିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବରକୁ ପରିବାର ସଦସ୍ୟ ନିଶ୍ଚିତ କରିଛନ୍ତି । ପଞ୍ଜାବରେ ଜନ୍ମିତ ଗାୟକ ବଲୱିନ୍ଦର ସଫ୍ରିଙ୍କୁ ଲୋକେ ଭାଙ୍ଗଡା ଷ୍ଟାର (Bhangra star Balwinder Safri dies) ନାମରେ ଜାଣନ୍ତି ।
ସୂଚନା ଅନୁଯାୟୀ, ବଲୱିନ୍ଦର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏପ୍ରିଲରେ ହୃଦଘାତ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାଞ୍ଚ ପରେ ତାଙ୍କୁ ବାଇପାସ୍ ସର୍ଜରୀ କରାଯାଇଥିଲା । ଅବଶ୍ୟ, ଅସ୍ତ୍ରୋପଚାର ପରେ, ସେ ଅନ୍ୟ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ଲାଗିଲେ, ତେଣୁ ତାଙ୍କ ପାଇଁ ଏକ ଅପରେସନ୍ କରାଯାଇଥିଲା, ଏହି ଅପରେସନ୍ ପରେ ସେ କୋମାକୁ ଚାଲିଯାଇଥିଲେ । 86 ଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ କୋମାରୁ ବାହାରିବା ପରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।