ଓଡିଶା

odisha

ETV Bharat / entertainment

Black Buck Case: ସଲମାନଙ୍କୁ ପୁଣି ଖୋଲା ଚେତାବନୀ ଦେଲା ଲରେନ୍ସ ବିଷ୍ଣୋଇ - କୃଷ୍ଣସାର ମୃଗ ଶିକାର ମାମଲା

ସଲମାନ ଖାନଙ୍କୁ ଧମକ ଦେଇଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତାଙ୍କୁ କେବେବି କ୍ଷମା ନକରିବାକୁ ଚେତାବନୀ ଦେଇଛନ୍ତି। ଏଥର ସେମାନେ ସଲମାନଙ୍କ 24 ବର୍ଷର ପୁରୁଣା ଅପରାଧକୁ ପୁଣି ଦୋହରାଇଛନ୍ତି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଏହି ଖୁଲାସା କରିଛି । ଅଧିକ ପଢନ୍ତୁ

ସଲମାନ ଖାନଙ୍କୁ ପୁଣି ଚେତାବନୀ ଦେଲା ଲରେନ୍ସ ବିଷ୍ଣୋଇ
ସଲମାନ ଖାନଙ୍କୁ ପୁଣି ଚେତାବନୀ ଦେଲା ଲରେନ୍ସ ବିଷ୍ଣୋଇ

By

Published : Jul 13, 2022, 7:51 AM IST

ହାଇଦ୍ରାବାଦ: ଗତ ମାସରେ ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ଖୁଲାସା ହୋଇଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ଚେତାବନୀ ଦିଆଯାଇଛି ଯେ, ତାଙ୍କ ସମାଜ ଏବଂ ରାଜସ୍ଥାନରେ ତାଙ୍କ ଦ୍ୱାରା କରାଯାଇଥିବା କୃଷ୍ଣସାର ମୃଗ ଶିକାର ମାମଲାରେ ତାଙ୍କୁ କେବେବି କ୍ଷମା କରିବେ ନାହିଁ । ସଲମାନଙ୍କୁ ମିଳିଥିବା ଧମକକୁ ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ସମ୍ମୁଖରେ ବିଷ୍ଣୋଇ ଏହି ବୟାନ ଦେଇଛି ।

ପୋଲିସ ସୂଚନାନୁସାରେ, ଲରେନ୍ସ ବିଷ୍ଣୋଇ କହିଛନ୍ତି ଯେ, କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ଭାଗ୍ୟର ନିଷ୍ପତ୍ତି କୌଣସି କୋର୍ଟ ସ୍ଥିର କରିବେ ନାହିଁ, ବରଂ ସେ ନିଜେ କରିବେ । ପୋଲିସ ସମ୍ମୁଖରେ ଦେଇଥିବା ବୟାନରେ ଲରେନ୍ସ ବିଷ୍ଣୋଇ ଏହା ମଧ୍ୟ କହିଛନ୍ତି ଯେ, ଯଦି ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନ ଏହି ପ୍ରସଙ୍ଗରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତି, ହୁଏତ ସେମାନଙ୍କ ମନ ବଦଳିପାରେ। ବିଷ୍ଣୋଇ କହିଛନ୍ତି ଯେ, ତାଙ୍କ ସମାଜରେ କଳା ହରିଣକୁ ତାଙ୍କର ଧାର୍ମିକ ଗୁରୁ ଭଗବାନ ଜୁମ୍ବେଶ୍ୱର (ଜମ୍ବାଜୀ) ର ପୁନର୍ଜନ୍ମ ବୋଲି ବିବେଚନା କରାଯାଏ। ତେଣୁ ସଲମାନଙ୍କ ଦ୍ବାରା ଶିକାର ଘଟଣାରେ ସେମାନେ ଗଭୀର ଆଘାତ ପାଇଛନ୍ତି ।

ଜୁନ୍ 5ରେ ମିଳିଥିଲା ହତ୍ୟା ଧମକ

ଗତ ମାସର 5ତାରିଖ ଦିନ ଯେତେବେଳେ ସଲମାନ ଖାନଙ୍କ ପିତା ସଲିମ ଖାନ ମର୍ଣ୍ଣଂ ଓ୍ବାକ୍‌ କରିବା ପରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡର ଏକ ବେଞ୍ଚରେ ବସିଥିଲେ, ସେହି ସମୟରେ ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଚିଠିରେ ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କ ହତ୍ୟା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ହେବ ବୋଲି କୁହାଯାଇଥିଲା । ପରେ ଖବର ଆସିଥିଲା ​​ଯେ ସଲମାନଙ୍କୁ ହତ୍ୟା କରିବା ପାଇଁ ଦୁଇ ଜଣ ସାର୍ପ ସୁଟର ତାଙ୍କ ଘର ବାହାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ମୁମ୍ବାଇ ପୋଲିସର ସିକ୍ୟୁରିଟି ବ୍ୟବସ୍ଥା ଦେଖି ସେମାନେ ପଳାଇ ଯାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details