ଓଡିଶା

odisha

ETV Bharat / entertainment

ଦିଲ୍ଲୀ ପୋଲିସର ଖୁଲାସା, ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଲରେନ୍ସ ବିଷ୍ଣୋଇ - ଲରେନ୍ସ ବିଷ୍ଣୋଇ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହିଁ ହେଉଛନ୍ତି ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ । ଦିଲ୍ଲୀ ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଥିବା ବେ‌ଳେ ଏବେ ଏହି ଖୁଲାସା କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହିଁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହିଁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ

By

Published : Jun 9, 2022, 1:24 PM IST

ହାଇଦ୍ରାବାଦ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଏକ ବଡ ଖୁଲାସା କରିଛି ଦିଲ୍ଲୀ ପୋଲିସ । ବୁଧବାର ପୋଲିସ କହିଛି ଯେ, ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ପୋଲିସ କମିସନର ଏଚ୍.ଏସ୍ ଧାଲିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହିଁ ହେଉଛନ୍ତି ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ । ଦିଲ୍ଲୀ ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଥିବା ବେ‌ଳେ ଏବେ ଏହି ଖୁଲାସା କରିଛି ଦିଲ୍ଲୀ ପୋଲିସ।

ଧାଲିୱାଲ୍ ଗଣମାଧ୍ୟମକୁ ଆହୁରି କହିଛନ୍ତି ଯେ,‘ଗାୟକ ଏବଂ କଂଗ୍ରେସ ନେତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ସୁଟରଙ୍କ ନିକଟତମ ସହଯୋଗୀ ସିଦ୍ଧେଶ ହିରାମଲ କମଲେ ଓରଫ୍‌ ମହାକାଳଙ୍କୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ପୋଲିସ ସହ ମିଳିତ ଅପରେସନରେ MCOCA ମାମଲାରେ ପୁଣେରୁ ମହକାଳଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ 14 ଦିନ ପାଇଁ ମହାରାଷ୍ଟ୍ର ପୋଲିସର ହେପାଜତରେ ଅଛି ।

ଧାଲିୱାଲ୍ ଆହୁରି କହିଛନ୍ତି, 'ସିଦ୍ଧୁ ମୁସେୱାଲାଙ୍କୁ ମଇ 29ରେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ସ୍ପେଶାଲ୍ ସେଲ୍ ଗ୍ୟାଙ୍ଗ ଉପରେ ନଜର ରଖିବା ଆରମ୍ଭ କରିଥିଲା। ଏହି ମାମଲାର ଯାଞ୍ଚ ବେଳେ ସେଲ୍‌ ବିକି ମଧୁଭେଲା ଲଠ ଏବଂ ଭୋଲୁଙ୍କୁ ଗିରଫ କରିଛି । ଏହା ପରେ ସନ୍ଦୀପ ନଙ୍ଗଲ ସେଲ୍‌ ହାତକୁ ଆସିଥିଲେ । ଏହା ହତ୍ୟାକାଣ୍ଡର ଏକ ମାମଲା ଏବଂ ଏଥିରେ ଆମର ଇନପୁଟ୍ ଥିଲା । ହତ୍ୟା ଦିନଠାରୁ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହା ମଧ୍ୟ କହିଛି ଯେ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଥିଲା ଏବଂ ପୂର୍ବ ରଣନୀତି ଅନୁଯାୟୀ ଏହି ହତ୍ୟାକାଣ୍ଡ କରାଯାଇଥିଲା ।

ଏହା ବି ପଢନ୍ତୁ: ହତ୍ୟା ଷଡଯନ୍ତ୍ର ପଛରେ ହାତ କାହାର ? ସାମ୍ନାକୁ ଆସିଲା ସଲମାନ ଖାନଙ୍କ ବଡ ବୟାନ

ମିଳିଥିବା ସୂଚନାନୁସାରେ, ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପଞ୍ଜାବ ପୁଲିସ ଆଠ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହରିୟାଣାର ସିର୍ସାର ସନ୍ଦୀପ ସିଂ ଓରଫ କେକଡା, ଭାଟିଣ୍ଡାର ତଲୱାଣ୍ଡି ସାବୋର ମନପ୍ରୀତ ସିଂ ଓରଫ ମାନ୍ନା, ଫରିଦକୋଟ ଧାଇପାଇର ମନପ୍ରୀତ ଭାଉ, ଅମୃତସରର ଡୋଡେ କାଲସିଆର ସରୋଜ ମିଣ୍ଟୁ, ହରିୟାଣାର ତାଖତ-ମଲ୍‌ର ପ୍ରଭଦୀପ ସିଦ୍ଧୁ ଓରଫ ପବି, ହରିୟାଣା ସୋନିପତର ରେୱଲି ଗାଁର ମୋନୁ ଡଗର, ହରିୟାଣାର ଫତେହାବାଦ ବାସିନ୍ଦା ପୱନ ବିଷ୍ଣୋଇ ଏବଂ ନସିବ । ଏଥିସହ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ୪ ସୁଟରଙ୍କୁ ମଧ୍ୟ ପଞ୍ଜାବ ପୋଲିସ ଚିହ୍ନଟ କରିଛି ।

ABOUT THE AUTHOR

...view details