ହାଇଦ୍ରାବାଦ: ଲୋକପ୍ରିୟ ଗାୟକ କେକେଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ହଠାତ ତାଙ୍କ ମୃତ୍ୟୁକୁ କେହି ମଧ୍ୟ ସହଜରେ ବିଶ୍ୱାସ କରିପାରିନଥିଲେ । କୋଲକାତାରେ ଏକ କନ୍ସର୍ଟ ସମୟରେ କେକେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ କିଛି କ୍ଷଣ ପରେ ସେ ହୃଦ୍ଘାତରେ ପୀଡିତ ହୋଇ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିଲେ । କେକେଙ୍କ ମୃତ୍ୟୁକୁ ଦେଢ ମାସ ବିତିଗଲାଣି, ତଥାପି କେହି ଭୁଲିପାରୁନାହାନ୍ତି ତାଙ୍କୁ । ବର୍ତ୍ତମାନ କେକେଙ୍କ ପତ୍ନୀ ଜ୍ୟୋତି କ୍ରିଷ୍ଣା ତାଙ୍କ ସ୍ୱାମୀଙ୍କ ସ୍ମୃତିରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ।
କେ.କେଙ୍କ ପତ୍ନୀ ଜ୍ୟୋତି ଲକ୍ଷ୍ମୀ କ୍ରିଷ୍ଣା ତାଙ୍କ ସ୍ୱାମୀଙ୍କ ସହ ଏକ ପେଣ୍ଟିଂ ଫଟୋ ସେୟାର କରି ଭାବପ୍ରବଣ ହୋଇଯାଇଛନ୍ତି । ଜ୍ୟୋତି ଲେଖିଛନ୍ତି, 'ଏଥିରୁ ବାହାରିବାକୁ ଚେଷ୍ଟା କରୁଛି, ମିସ୍ ୟୁ ସ୍ବିଟହାର୍ଟ' । ଏହା ଉପରେ ମନ୍ତବ୍ୟ ଦେଇ କେ.କେଙ୍କ ଝିଅ ତାମରା ଲେଖିଛନ୍ତି, 'ଲଭ୍ ଇଟ୍ ମମ୍'। ଏଥି ସହିତ, କେକେଙ୍କର ହଜାର ହଜାର ପ୍ରଶଂସକ ଏହି ପୋଷ୍ଟରେ କାନ୍ଦୁଥିବା ଇମୋଜି ସେୟାର କରି ତାଙ୍କୁ ମନେ ପକାଉଛନ୍ତି ।