ଓଡିଶା

odisha

ETV Bharat / entertainment

Lata Mangeshkar Death Anniversary: କୋକିଳକଣ୍ଠୀଙ୍କୁ ଝୁରୁଛି ଦେଶ, ମାରିବାକୁ ହୋଇଥିଲା ଷଡଯନ୍ତ୍ର

ଇତିହାସରେ ଲତାଙ୍କ ସ୍ଥାନ ସର୍ବଦା ଅପୂରଣୀୟ । ଆଜି ଲତା ଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ମନେ ପକାଉଛି ସାରା ଦେଶ । ବାଲୁକା କଳାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଜାଣନ୍ତୁ ଲତା ଦିଦିଙ୍କ ବିଷୟରେ କିଛି ରୋଚକ କଥା

Lata Mangeshkar
Lata Mangeshkar

By

Published : Feb 6, 2023, 9:43 AM IST

ହାଇଦ୍ରାବାଦ:ଲତା ଦିଦି । ଦେଶରେ ଛୋଟରୁ ବଡ ସମସ୍ତେ ଏହି ନାମକୁ ଜାଣିଥିବେ । ତାଙ୍କ ଗୀତ ଶୁଣିଲେ କେହି ମଧ୍ୟ କହି ଦେବ ତାଙ୍କ ନାଁ । ବୋଧହୁଏ ଏମିତି କିଏ ନଥିବେ ଯିଏ ଲତା ମଙ୍ଗେସକରଙ୍କ ଗୀତ ଶୁଣି ନଥିବେ । ସେ ଆଜି ନାହାନ୍ତି ସତ ହେଲେ ନିଜର ସ୍ବର ଯାଦୁରେ ସେ ସମସ୍ତଙ୍କ ହୃଦୟରେ ଆଜି ମଧ୍ୟ ରାଜ କରୁଛନ୍ତି । ଆଜି ସେହି କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ।

ଆଜିର ଦିନରେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଲତା ଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁରୀ ବେଳାଭୂମିରେ ସ୍ବର ସାମ୍ରାଜ୍ଞୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଶିଷ୍ଟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । 'ମେରି ଆବାଜ ହି ମେରି ପେହଚାନ' ଉକ୍ତିଟି ବାଲୁକା ଚିତ୍ରକଳାରେ ଲେଖିଛନ୍ତି ଶିଳ୍ପୀ ସୁଦର୍ଶନ ।

ଏହା ମଧ୍ୟ ପଢନ୍ତୁ: Lata Mangeshkar Death Anniversary: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ ସୁଦର୍ଶନ

5 ବର୍ଷ ବୟସରୁ ଗୀତ ଗାଇଥିବା ଲତା କଳାଧଳା ଯୁଗର ଗୀତ ହେଉ କିମ୍ବା ରଙ୍ଗୀନ ଯୁଗର ଗୀତ, ସବୁଥିରେ ନିଜ କଣ୍ଠକୁ ବେଶ୍ ସୁନ୍ଦର ଭାବେ ଢାଳି ପାରିଛନ୍ତି । ନିଜର ୮ ଦଶନ୍ଧିର କ୍ୟାରିୟରରେ ସେ ୩୬ଟି ଭାଷାରେ ୫୦ ହଜାରରୁ ଅଧିକା ଗୀତ ଗାଇଛନ୍ତି । ଅନେକ ଅଭିନେତା, ଅଭିନେତ୍ରୀମାନଙ୍କ ପାଇଁ ଗୀତ ଗାଇ ସେ ଚର୍ଚ୍ଚା ସାଉଁଟିଛନ୍ତି । ତେବେ ଲତା ଦିଦିଙ୍କୁ ଯେତେବେଳେ ୩୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ କେହି ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲା ବୋଲି ସୁର ସାମ୍ରାଜ୍ଞୀ ଏକ ସାକ୍ଷାତକାରରେ କହିଥିଲେ ।

୩ମାସ ପର୍ଯ୍ୟନ୍ତ ବିଛଣାରୁ ଉଠିପାରି ନଥିଲେ ଲତା ଦିଦି: 1963 ମସିହାରେ ଲତାଙ୍କୁ କେହି ବିଷ ଦେଇଥିଲା । ଏ ନେଇ ଏକ ସାକ୍ଷାତକାରରେ ସେ କହିଥିଲେ, "ମୁଁ ବିଛଣାରୁ ଉଠିପାରି ନଥିଲି । ୩ ମାସ ପର୍ଯ୍ୟନ୍ତ ବେଡରେ ହିଁ ଶୋଇ ରହିଥିଲି । ୩ ମାସ ପର୍ଯ୍ୟନ୍ତ ମୋର ଚିକିତ୍ସା ଜାରି ରହିଥିଲା । ଆମ ପରିବାର ଏହି ବିଷୟରେ କିଛି କହିବାକୁ ପସନ୍ଦ କରୁନଥିଲେ । କାରଣ ଏହା ମୋ ଜୀବନର ସବୁଠାରୁ ଯନ୍ତ୍ରଣା ଦାୟକ ମୁହୂର୍ତ୍ତ ଥିଲା । ମୁଁ ଜାଣିପାରିଥିଲି ମୋତେ ମାରିବା ପାଇଁ କିଏ ଷଡଯନ୍ତ୍ର ରଚିଥିଲା । କିନ୍ତୁ ପ୍ରମାଣ ନଥିବା କାରଣରୁ ସତ୍ୟ ସାମ୍ନାକୁ ଆସିପାରି ନଥିଲା ।

ଅନେକ ସମ୍ମାନରେ ସମ୍ମାନିତ ଦିଦି: ସତ୍ୟମ ଶିବମ୍ ସୁନ୍ଦରମ୍, ଭୋର ଭୟେ ପନଘଟ ପେ, ଓ ଦିଲ ଏ ନାଦାନ, ରୈନା ବିତି ଯାଏ, ଦିଲ ତୋ ପାଗଲ ହେ ଆଦି ପ୍ରାୟ 150ରୁ ଊର୍ଦ୍ଧ୍ବ ଗୀତ ଗାଇଥିବା ଲତା 1969ରେ ପଦ୍ମ ଭୂଷଣ, 1999ରେ ପଦ୍ମ ବିଭୂଷଣ, 2001ରେ ଭାରତରତ୍ନ ଓ 1990ରେ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

1963 ମସିହାରେ ନୂଆ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ‘ଏ ମେରେ ବତନ୍ କେ ଲୋଗୋ’ ଗୀତ ଗାଇଥିଲେ ଲତା । ଏହି ଗୀତ ଶୁଣିବା ପରେ ଶ୍ରୋତାଙ୍କ ଆଖି ଲୁହରେ ଭିଜି ଯାଇଥିଲା । ରୋମାଣ୍ଟିକ ଗୀତଠୁ ଆରମ୍ଭ କରି ଭଜନ, ଗଜଲ, କବାଲି, ଶାସ୍ତ୍ରୀୟ, ଦେଶାତ୍ମକବୋଧକ ସବୁ ପ୍ରକାର ଗୀତରେ ନିଜ କଣ୍ଠଦାନ କରିଛନ୍ତି ଲତା । ଆଜି ମଧ୍ୟ ନିଜର ଗୀତକୁ ନେଇ ଅନେକ ହୃଦୟରେ ରାଜ କରନ୍ତି ଲତା ଦିଦି ।

ପ୍ରାୟ ୫୦ ହଜାର ଗୀତ ଗାଇଥିଲେ ଲତା: ଭାରତ ରତ୍ନ, କୋକିଳକଣ୍ଠୀ, ସୁର ସାମ୍ରୀଜ୍ଞୀ ତଥା କିମ୍ବଦନ୍ତୀ ଗାୟିକା ନିଜ ସଫଳ ଜୀବନକାଳ ମଧ୍ୟରେ ପ୍ରାୟ 50 ହଜାର ଗୀତ ଗାଇଥିଲେ । ଲତାଙ୍କ ପ୍ରତିଟି ସଂଗୀତ ଥିଲା ଚମତ୍କାର । ନିଜର ଅନେକ ଗୀତ ମଧ୍ୟରେ ସେ ୫ଟି ଗୀତକୁ ଅଧିକ ପସନ୍ଦ କରୁଥିଲେ । ଲତାଙ୍କ ଅନେକ ପ୍ରସିଦ୍ଧ ଗୀତ ମଧ୍ୟରେ 'ବିନ୍ଦିୟା ଚମକେଗି', 'ପିୟା ବିନା ପିୟା ବିନା', 'ତୁହ୍ନେ ୟାଦ କରତେ କରତେ' ଗୀତ ଗୁଡ଼ିକୁ ଅନ୍ୟତମ । ଏହି ଗୀତକୁ ମଧ୍ୟ ଲତା ଅଧିକ ପସନ୍ଦ କରୁଥିଲେ । ଏ ସମ୍ପର୍କରେ ସେ ନିଜର ୯୦ତମ ଜନ୍ମ ଦିବସରେ ଦେଶବାସୀଙ୍କ ସହିତ ସେୟାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details