ଓଡିଶା

odisha

ETV Bharat / entertainment

Memoriam section: କୋକିଳ କଣ୍ଠୀଙ୍କୁ ଉପେକ୍ଷା, ଓସ୍କାର ସମେତ ମିଳିଲାନି Grammy ଆୱାର୍ଡ - ଲତା ମଙ୍ଗେଶରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲାନି ଗ୍ରାମି ୨୦୨୨

ଆମେରିକାର ଲସ ଭେଗାସରେ ଆୟୋଜିତ ହୋଇଛି ଗ୍ରାମି ଆୱାର୍ଡ । ଏହାର ଶ୍ରଦ୍ଧାଞ୍ଜଳି ଆୱାର୍ଡରେ ଲତାଙ୍କୁ ସାମିଲ କରାଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

Memoriam section: କୋକିଳ କଣ୍ଠୀଙ୍କୁ ଉପେକ୍ଷା, ଓସ୍କାର ସମେତ ମିଳିଲାନି Grammy ଆୱାର୍ଡ
Memoriam section: କୋକିଳ କଣ୍ଠୀଙ୍କୁ ଉପେକ୍ଷା, ଓସ୍କାର ସମେତ ମିଳିଲାନି Grammy ଆୱାର୍ଡ

By

Published : Apr 4, 2022, 8:12 PM IST

ମୁମ୍ବାଇ: ଅନେକ ପିଢିକୁ ନିଜ ସୁମଧୁର ସଂଗୀତରେ ସଙ୍ଗୀତପ୍ରେମୀଙ୍କୁ ମତୁଆଲା କରୁଥିଲେ ଭାରତର ନାଇଟଆଙ୍ଗେଲ, ସ୍ବର ସାମ୍ରାଜ୍ଞୀ, କୋକିଳ କଣ୍ଠୀ ତଥା ଦିବଙ୍ଗତ ଗାୟିକା ଲତା ମଙ୍ଗେଶକର । ତଥାପି ତାଙ୍କୁ କରାଯାଇଛି ଉପେକ୍ଷା । ଓସ୍କାର କି ଗ୍ରାମି ଆୱାର୍ଡର 'ଇନ ମେମୋରିଅମ' କାଟେଗୋରୀରେ ତାଙ୍କୁ କରାଯାଇନି ସାମିଲ । ଏହି କାଟେଗୋରୀରେ ମୃତ୍ୟୁ ପରେ ଲୋକପ୍ରିୟ ଗାୟକ ଗାୟିକାଙ୍କୁ ସମ୍ମାନିତ କରାଯାଏ । ହେଲେ ଏହି ଆୱାର୍ଡ ଶୋ'ରେ ଲତା ଦିଦିଙ୍କୁ ସମ୍ମାନିତ କରାଯାଇନଥିବାରୁ ନାରାଜ ହୋଇଛନ୍ତି ଫ୍ୟାନ୍ସ ।

ଆମେରିକାର ଲସ୍‌ ଭେଗାସରେ ଆଜି(ସୋମବାର) ୨୦୨୨ ଗ୍ରାମି ଆୱାର୍ଡ ଶୋ' ଅନୁଷ୍ଠିତ ହୋଇଛି । ଯେଉଁଥିରେ ' In Memoriam' କାଟେଗୋରୀରେ ତାଙ୍କୁ ସାମିଲ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇନାହିଁ । ଏହା ପୂର୍ବରୁ ମଧ୍ୟ ଲତାଙ୍କୁ ଓସ୍କାର ଆୱାର୍ଡରେ ସମ୍ମାନିତ କରାଯାଇନଥିଲା । ଲତାଙ୍କ ୯୨ ବର୍ଷ ବୟସରେ ଜାନୁଆରୀ ୬ ତାରିଖରେ ମୃତ୍ୟୁ ଘଟିଥିଲା । ଏହି ଦୁଇଟି ଆୱାର୍ଡ ଶୋ' ଓ ରେକର୍ଡିଂ ଏକାଡେମୀକୁ ଲତାଙ୍କୁ ସାମିଲ କରିନଥିବାରୁ ପ୍ରଶଂସକମାନେ ଖୁବ ସମାଲୋଚନା କରିଛନ୍ତି ।

ରେକର୍ଡିଂ ଏକାଡେମୀ ହଲିଉଡ଼ର ଏହି ବଡ଼ ସଂଗୀତ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରିଥାଏ । ଜଣେ ସୋସିଆଲ ମିଡି଼ଆ ୟୁଜର୍ସ ଲେଖିଛନ୍ତି ଯେ କେବଳ ଆମେରିକା ସଂଗୀତକୁ ସମ୍ମାନିତ କରୁଥିବା ଏହି କାର୍ଯ୍ୟକ୍ରମ 'ବେକାର ଓ ମହତ୍ତ୍ବହୀନ' ବୋଲି ସେ କହିଛନ୍ତି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ' ତେବେ ଓସ୍କାର ଓ ଗ୍ରାମି ଉଭୟ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଆୱାର୍ଡରେ ସାମିଲ କରିନାହାନ୍ତି । ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବିଷୟ । '

ABOUT THE AUTHOR

...view details