ଓଡିଶା

odisha

ETV Bharat / entertainment

Box Office Day 1, ରକ୍ଷାବନ୍ଧନକୁ ପଛରେ ପକାଇଲା ଲାଲ୍‌ ସିଂ ଚଢା - ଲାଲ ସିଂ ଚଢା ରକ୍ଷାବନ୍ଧନ କଲେକ୍ସନ

ଗୁରୁବାର ଦିନ ପ୍ରେକ୍ଷାଳୟରେ ଅମୀର ଖାନଙ୍କ ଲାଲ ସିଂ ଚଢା ଏବଂ ଅକ୍ଷୟ କୁମାରଙ୍କ ରକ୍ଷାବନ୍ଧନ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଉଭୟଙ୍କ ପ୍ରଥମ ଦିନର କଲେକ୍ସନ ସାମ୍ନାକୁ ଆସିଯାଇଛି । ଚଳିତ ବର୍ଷ ବଲିଉଡ ଚଳଚ୍ଚିତ୍ର ଅନୁଯାୟୀ ସେମାନଙ୍କର ରୋଜଗାର ଠିକ୍‌ଠାକ୍‌ ଅଛି, କିନ୍ତୁ ଆଶା କରାଯାଉଥିବା ଠାରୁ କମ୍‌ । ଅଧିକ ପଢନ୍ତୁ

ରକ୍ଷାବନ୍ଧନକୁ ପଛରେ ପକାଇଲା ଲାଲ ସିଂ ଚଢା
ରକ୍ଷାବନ୍ଧନକୁ ପଛରେ ପକାଇଲା ଲାଲ ସିଂ ଚଢା

By

Published : Aug 12, 2022, 12:51 PM IST

ହାଇଦ୍ରାବାଦ: 2022ର ସବୁଠୁ ବଡ ବକ୍ସ ଅଫିସ୍ କ୍ଲାସ୍‌ ଥିଏଟର୍‌ ପାଇଁ କ'ଣ କମାଲ କରୁଛି ତାହାର ଆକଳନ ସାମ୍ନାକୁ ଆସିବା ଆରମ୍ଭ ହୋଇଯାଇଛି । ଗୁରୁବାର (ଅଗଷ୍ଟ 11) ପ୍ରେକ୍ଷାଳୟରେ ଅମୀର ଖାନଙ୍କ ଅଭିନୀତ 'ଲାଲ ସିଂ ଚଢା' ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ 'ରକ୍ଷା ବନ୍ଧନ' ମୁକ୍ତିଲାଭ କରିଥିଲା । ତେବେ ଦୁଇଟି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ବଏକଟ୍‌ ଟ୍ରେଣ୍ଡ ଚାଲିଥିବେବେଳେ, ଉଭୟଙ୍କୁ ଦର୍ଶକ ସମର୍ଥନ ମଧ୍ୟ ଜଣାଇଛନ୍ତି । ଏପରି ପରିସ୍ଥିତିରେ ସମସ୍ତଙ୍କ ଫୋକସ ଫାଷ୍ଟ ଡେ କଲେକ୍ସନ ଉପରେ ରହିଥିଲା । ବକ୍ସ ଅଫିସ୍‌ରେ 'ଲାଲ ସିଂ ଚଢା' ପ୍ରଥମ ଦିନରେ ପ୍ରାୟ 10.75 କୋଟି କଲେକ୍ସନ କରିଛି । ବଲିଉଡ୍‌ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ଏହା ୧୩ ବର୍ଷ ମଧ୍ୟରେ ଅମୀର ଖାନ୍‌ଙ୍କ ସର୍ବନିମ୍ନ ଫାଷ୍ଟ ଡେ କଲେକ୍ସନ ।

ବର୍ତ୍ତମାନ 'ଲାଲ ସିଂ ଚଢା' ଏବଂ 'ରକ୍ଷା ବନ୍ଧନ'ର ଓପନିଂ କଲେକ୍ସର ପ୍ରାରମ୍ଭିକ ଆକଳନ ସାମ୍ନାକୁ ଆସିଛି । ଉଭୟ ଚଳଚ୍ଚିତ୍ରକୁ ବକ୍ସ ଅଫିସରେ ଠିକ୍‌ଠାକ୍‌ ତ ମିଳିଛି, କିନ୍ତୁ ସାମଗ୍ରିକ ଭାବେ ଉଭୟଙ୍କ ରୋଜଗାର ପ୍ରଥମ ଦିନରେ ଆଶା କରାଯାଉଥିବା ଠାରୁ କମ୍ ଅଟେ । ସମାଲୋଚକମାନଙ୍କ ଠାରୁ ଅମିର ଖାନଙ୍କ 'ଲାଲ ସିଂ ଚଢା'କୁ ମିଶ୍ରିତ ଭାବେ ରିଭ୍ୟୁ ମିଳିଛି । ଫିଲ୍ମ ଦେଖିବା ପରେ ପ୍ରେକ୍ଷାଳୟରୁ ଆସୁଥିବା ଜନସାଧାରଣଙ୍କ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆରେ ରଖିଛନ୍ତି । ଯାହା ଫିଲ୍ମର ରୋଜଗାରକୁ ପ୍ରଭାବିତ କରିଛି ​​। ବକ୍ସ ଅଫିସ୍‌ରେ 'ଲାଲ ସିଂ ଚଢା' ପ୍ରଥମ ଦିନରେ ପ୍ରାୟ 10.75 କୋଟି କଲେକ୍ସନ କରିଛି । ସଂପୂର୍ଣ୍ଣ କଲେକ୍ସନକୁ ଏବେ ଅପେକ୍ଷା ରହିଛି ।

ରକ୍ଷାବନ୍ଧନ କଲେକ୍ସନ

ଅକ୍ଷୟ କୁମାରଙ୍କ ପାଇଁ ଗୋଟିଏ ଖାସ୍‌ କଥା ହେଉଛି କି- ଏହି ଚଳଚ୍ଚିତ୍ରର କାହାଣୀ ରକ୍ଷାବନ୍ଧନ ଉପରେ ଆଧାରିତ ଥିଲା, ଯାହା ରକ୍ଷାବନ୍ଧନରେ ରିଲିଜ୍‌ ହୋଇଥିଲା। ଏହି କାହାଣୀରେ ଭାବନା ଅଛି, ପରିବାର ଅଛି ଏବଂ ଅକ୍ଷୟ କୁମାର ଅଛନ୍ତି । ତେବେ ପ୍ରାରମ୍ଭିକ ଗଣିତ କହୁଛି ଯେ 'ରକ୍ଷାବନ୍ଧନ'ର ଓପନିଂ କଲେକ୍ସନ ବକ୍ସ ଅଫିସରେ ପ୍ରାୟ 8- 8.50 କୋଟି ରହିଛି । ଯଦିଓ ଏହି ଆକଳନ 2022 ମସିହାରେ ଅକ୍ଷୟଙ୍କର ଦୁଇଟି ବଡ ଫ୍ଲପ୍ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ' ଏବଂ 'ସମ୍ରାଟ ପୃଥ୍ବୀରାଜ'ର ପ୍ରାରମ୍ଭିକ କଲେକ୍ସନଠାରୁ କମ୍ ଅଟେ । ଦେଖିବାକୁ ଗଲେ, 'ରକ୍ଷାବନ୍ଧନ'ର ବଜେଟ୍ ଏହି ଦୁଇଟି ଚଳଚ୍ଚିତ୍ରଠାରୁ କମ୍ ଅଟେ, ତେଣୁ ଏହାର ପ୍ରଥମ ଦିନର ରୋଜଗାର ଠିକ୍‌ଠାକ୍‌ ବୋଲି କୁହାଯିବ ।

ଉଭୟ ଚଳଚ୍ଚିତ୍ର ପାଇଁ ସବୁଠୁ ମୁଖ୍ୟ ହେଉଛି ଗୁରୁବାର ଦିନ ରିଲିଜ୍ ହେତୁ ସେମାନଙ୍କୁ ଏକ ଲମ୍ବା ସପ୍ତାହ ମିଳିଛି । କହିବାକୁ ଗଲେ ଆଉ 3 ଦିନ ସେମାନଙ୍କ ହାତରେ ଅଛି । ଏବେ ପ୍ରଶଂସକଙ୍କ ନଜର 'ଲାଲ ସିଂ ଚଢା' ଏବଂ 'ରକ୍ଷାବନ୍ଧନ' ଓପନିଂ କଲେକ୍ସନ ଉପରେ ହିଁ ରହିବ ।

ABOUT THE AUTHOR

...view details