ଓଡିଶା

odisha

ETV Bharat / entertainment

Kuttey Trailer: ତବୁଙ୍କ ଜବରଦସ୍ତ ଡାଇଲଗ୍‌ ଏବଂ ଦମଦାର କାହାଣୀକୁ ନେଇ ଆସୁଛି ମଜାଳିଆ ଫିଲ୍ମ - ଫିଲ୍ମ କୁତେରେ ଅର୍ଜୁନ କପୁର

ଅର୍ଜୁନ କପୁର ଏବଂ ତବୁଙ୍କ ଆଗାମୀ ଚଳଚ୍ଚିତ୍ର କୁତେ (Kuttey)ର ଦମଦାର ଟ୍ରେଲର ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

ଫିଲ୍ମ କୁତେ ଟ୍ରେଲର
ଫିଲ୍ମ କୁତେ ଟ୍ରେଲର

By

Published : Dec 20, 2022, 10:10 PM IST

ହାଇଦ୍ରାବାଦ:ଅର୍ଜୁନ କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'କୁତେ' (Kuttey)ର ଦମଦାର ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର 20 ଡିସେମ୍ବର ମଙ୍ଗଳବାର ଦିନ ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ବହୁତ ଜବରଦସ୍ତ ହୋଇଛି, ଯାହାକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ପୁଅ ଆସମାନ ଭରଦ୍ୱାଜ 'କୁତେ' ମାଧ୍ୟମରେ ନିର୍ଦ୍ଦେଶକ ଭାବରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଅର୍ଜୁନ କପୁରଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ସମୟ ଧରି ନିଜ ଟାଇଟେଲକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଚଳଚ୍ଚିତ୍ରର ଟାଇଟଲ୍ ଯେତିକି ଭିନ୍ନ, ଏହାର ଟ୍ରେଲର ସେତିକି ହିଁ ଦମଦାର ଏବଂ ମଜାଳିଆ ରହିଛି । ଟ୍ରେଲରର ଆରମ୍ଭ ଏବଂ ଶେଷ ନିଶ୍ଚିତ ଭାବରେ ଆପଣଙ୍କୁ ହସାଇବ।

ଅର୍ଜୁନ କପୁରଙ୍କ ଫିଲ୍ମ 'କୁତେ'ର ଟ୍ରେଲର ଆସିଯାଇଛି। ଫିଲ୍ମର 2.42 ମିନିଟର ଟ୍ରେଲରରେ ଏହା ଦର୍ଶାଯାଇଛି ଯେ, ସାତ ଜଣଙ୍କର ଏକ କାହାଣୀ ଅଛି ଯାହାର କେବଳ ଗୋଟିଏ ଲକ୍ଷ୍ୟ ଅଛି, ସର୍ଟକଟରୁ କିପରି ଅଧିକ ଟଙ୍କା ରୋଜଗାର କରିବେ । ତେବେ କହିବା ଯେ ଅର୍ଜୁନ କପୁର ତାଙ୍କ ଫିଲ୍ମ 'କୁତେ'ର ଟ୍ରେଲରକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, 'ହଟୋ କମିନେ କୁତେ ଆ ଗଏ'।

ଅର୍ଜୁନ କପୁରଙ୍କ ବ୍ୟତୀତ ତବୁ, ନାସିରୁଦ୍ଦିନ ଶାହା, କୋଙ୍କଣା ସେନ୍ ଶର୍ମା, ରାଧିକା ମଦାନ, କୁମୁଦ ମିଶ୍ର ଏବଂ ଶାର୍ଦ୍ଦୁଲ ଭରଦ୍ୱାଜ ଫିଲ୍ମ 'କୁତେ'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ପ୍ରସିଦ୍ଧ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ ଏବଂ ଲୋକପ୍ରିୟ ଗାୟକ ରେଖା ଭରଦ୍ୱାଜଙ୍କ ପୁଅ ଆସମାନ ଭରଦ୍ୱାଜ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଲଭ ଫିଲ୍ମ ଏବଂ ବିଶାଲ ଭରଦ୍ୱାଜ ଫିଲ୍ମର ବ୍ୟାନରରେ ଲଭ ରଂଜନ, ବିଶାଲ ଭରଦ୍ୱାଜ, ଅଙ୍କୁର ଗର୍ଗ ଏବଂ ରେଖା ଭରଦ୍ୱାଜଙ୍କ ଦ୍ୱାରା ନିର୍ମିତ କୁତେକୁ ଗୁଲଶନ କୁମାର ଏବଂ ଭୂଷଣ କୁମାରଙ୍କ ଟି-ସିରିଜ୍ ଦ୍ବାରା ଉପସ୍ଥାପନ କରାଯାଇଛି। ଅର୍ଜୁନ କପୁରଙ୍କ ଫିଲ୍ମ 'କୁତେ'ର ମୁକ୍ତିଲାଭ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ନୂଆ ବର୍ଷରେ 13 ଜାନୁୟାରୀ 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ABOUT THE AUTHOR

...view details