ହାଇଦ୍ରାବାଦ:ବଲିଉଡ ଅଭିନେତା କମାଲ ଆର୍ ଖାନ୍ ଓରଫ୍ କେଆର୍କେଙ୍କୁ ମଙ୍ଗଳବାର ଦିନ ମୁମ୍ବାଇ କୋର୍ଟ ଦ୍ୱାରା ଜାମିନ ପ୍ରଦାନ କରାଯାଇଛି । ନିକଟରେ କେଆର୍କେଙ୍କୁ ଭର୍ସୋଭା ପୋଲିସ ଯୌନ ନିର୍ଯାତନା ମାମଲାରେ ଗିରଫ କରିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଜାମିନ୍ ପାଇବା ପରେ ବି କମଲ (Kamal R Khan) ଜେଲରେ ରହିବେ । କାରଣ ଅକ୍ଷୟ କୁମାର, ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିରୋଧରେ କରିଥିବା ବିବାଦୀୟ ଟ୍ୱିଟ୍ ସହ ବୋରିଭାଲି ମାଜିଷ୍ଟ୍ରେଟ୍ କୋର୍ଟରେ ବିଚାରାଧୀନ ଅଛି ।
କୋର୍ଟରେ KRK କ’ଣ କହିଲେ ?
ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଭର୍ସୋଭା ପୋଲିସ ରବିବାର ଦିନ KRKଙ୍କୁ ନିର୍ଯାତନା ମାମଲାରେ ଗିରଫ କରିଥିଲା ଏବଂ ତାଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା । ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ତାଙ୍କ ଓକିଲଙ୍କ ଜରିଆରେ ଦାଖଲ ହୋଇଥିବା ଜାମିନ ଆବେଦନ ଉପରେ କମଲ କହିଛନ୍ତି ଯେ, ପ୍ରଥମ ସୂଚନା ରିପୋର୍ଟ (ଏଫ୍ଆଇଆର୍)ର ବିଷୟବସ୍ତୁ ପ୍ରାୟତଃ ଅଭିଯୋଗ ହୋଇଥିବା ଯୌନ ନିର୍ଯାତନା ଘଟଣା ସହିତ ମେଳ ଖାଉନାହିଁ ।