ଓଡିଶା

odisha

By ETV Bharat Odisha Team

Published : Oct 9, 2023, 3:26 PM IST

ETV Bharat / entertainment

ଏୟାରପୋର୍ଟରେ ଜମ୍ପ ସୁଟରେ ନଜର ଆସିଲେ କ୍ରିତି ସାନନ, ଫ୍ୟାନ୍ସ ଦେଲେ ଏମିତି କମେଣ୍ଟ

ଫିଲ୍ମ ଗଣପଥକୁ ନେଇ ଲାଇମଲାଇଟରେ ରହିଛନ୍ତି କ୍ରିତି ସାନନ । ଏହାରି ମଧ୍ୟରେ ଅଭିନେତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ଷ୍ଟାଇଲିସ୍ ଲୁକରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଏୟାରପୋର୍ଟରେ ଜମ୍ପ ସୁଟ୍ ରେ ନଜର ଆସିଲେ କ୍ରିତି ସାନନ, ଫ୍ୟାନ୍ସ ଦେଲେ ଏମିତି କମେଣ୍ଟ
ଏୟାରପୋର୍ଟରେ ଜମ୍ପ ସୁଟ୍ ରେ ନଜର ଆସିଲେ କ୍ରିତି ସାନନ, ଫ୍ୟାନ୍ସ ଦେଲେ ଏମିତି କମେଣ୍ଟ

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ 'ଗଣପଥ: ଏ ହିରୋ ଅଇଜ ବନ୍' ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ଅଭିନେତ୍ରୀ ନିଜ ଷ୍ଟାଇଲିସ୍ ଲୁକ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ ପାପାରାଜିଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓରେ କ୍ରିତି ବିମାନବନ୍ଦରରେ ସ୍ପଟ ହୋଇଛନ୍ତି । ଏହି ସମୟରେ ସେ ଏଣ୍ଟ୍ରି ପୂର୍ବରୁ ପ୍ୟାପଙ୍କ ପାଇଁ ପୋଜ୍ ଦେଉଥିବା ଏବଂ ସେମାନଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । କ୍ରିତି ଏକ ଡେନିମ୍ ଜମ୍ପ ସୁଟ ସହ ବ୍ଲାକ ଜ୍ୟାକେଟ ଏବେ ଗଗଲ୍ସରେ ନଜର ଆସିଛନ୍ତି । ଭିଡିଓ ସେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।

ଅନେକ ଫ୍ୟାନ୍ସ କ୍ରିତିଙ୍କ ଏହି ଲୁକକୁ ପସନ୍ଦ କରିଥିବା ବେଳେ ଆଉ କେତେକ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି, ସୁନ୍ଦର । ଅନ୍ୟ ଜଣେ ଲେଖିଛନ୍ତି, "ୱା ! ଏହି ପୋଷାକରେ ଖୁବ୍ ଚମତ୍କାର ଦେଖାଯାଉଛ।" ଆଉ ଜଣେ ଲେଖିଛନ୍ତି, ପ୍ରକୃତ ସୌନ୍ଦର୍ଯ୍ୟ ରାଣୀ । ଆଉ ଜଣେ କ୍ରିତିଙ୍କ ବେଲ୍ଟକୁ ନେଇ ମଜାଳିଆ ଭାବେ ଏକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "କେହି ମୋତେ ଏହି ବେଲ୍ଟ ବିଷୟରେ କହିପାରିବେ କି? ସେ କେଉଁ ବ୍ରାଣ୍ଡର ପିନ୍ଧିଛନ୍ତି?"

ଏହା ମଧ୍ୟ ପଢନ୍ତୁ:‘ଟାଇଗର 3’ ଆଗରେ ହାର୍ ମାନିଲା ‘ଗଣପଥ’ ! ଏହି ଦିନ ରିଲିଜ ହେବ ଫିଲ୍ମର ଟିଜର

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଏହି ବର୍ଷ(୨୦୨୩) କ୍ରିତି ତାଙ୍କ ଚଳଚ୍ଚିତ୍ର ଶେହଜାଦା ସହ ନଜର ଆସିଥିଲେ । ଏବଂ ପରେ ୨ୟ ଫିଲ୍ମ ଆଦିପୁରୁଷ ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଉଭୟ ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ଅସଫଳ ହେବା ସହ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ତେବେ ବର୍ତ୍ତମାନ କ୍ରିତି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପଥ: ଏ ହିରୋ ଅଇଜ ବନ୍' ସହ ପୁଣି ବଡ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମରେ ସେ ପୁଣି ଅଭିନେତା ଟାଇଗର ଶ୍ରଫଙ୍କ ସହ ସ୍କ୍ରିନ ସେୟାର କରିବେ । ବିକାଶ ବାହଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଗଣପଥ ଅକ୍ଟୋବର 20 ରେ ରିଲିଜ ହେବ । ଏଥିସହ ସେ କ୍ରୁ ଏବଂ ଦୋ ପତିରେ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ରିଲିଜ ହେବ ବୋଲି ଜଣାପଡିଛି ।

ABOUT THE AUTHOR

...view details