ଓଡିଶା

odisha

By ETV Bharat Odisha Team

Published : Dec 18, 2023, 4:47 PM IST

ETV Bharat / entertainment

କରଣ ଜୋହରଙ୍କ ଶୋ'ରେ ଅଜୟ-ରୋହିତ, କାଜୋଲ ଓ ରଣଭୀରଙ୍କ ଖୋଲିଲେ ପୋଲ

Koffee with Karan 8: କରଣ ଜୋହରଙ୍କ 'କଫି ୱିଥ୍ କରଣ ଶୋ' ସିଜନ ୮ରେ ଏଥର ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀ ନଜର ଆସିବେ । ଶୋ'ର ଲାଟେଷ୍ଟ ପ୍ରୋମୋ ସୋମବାର ମୁକ୍ତିଲାଭ କରିଛି । ଏହି ସମୟରେ ଅଜୟ ଏବଂ ରୋହିତ କାଜୋଲ ଏବଂ ରଣଭୀର ସିଂଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି । ଅଧିକ ପଢନ୍ତୁ,

କରଣ ଜୋହରଙ୍କ ଶୋ'ରେ ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀ, କାଜୋଲ ଏବଂ ରଣଭୀରଙ୍କୁ ନେଇ କହିଲେ ଏମିତି
କରଣ ଜୋହରଙ୍କ ଶୋ'ରେ ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀ, କାଜୋଲ ଏବଂ ରଣଭୀରଙ୍କୁ ନେଇ କହିଲେ ଏମିତି

ହାଇଦ୍ରାବାଦ: କରଣ ଜୋହରଙ୍କ ସେଲିବ୍ରିଟି ଚାଟ୍ ଶୋ' 'କଫି ୱିଥ୍ କରଣ ଶୋ' ସିଜନ ୮ର ଲାଟେଷ୍ଟ ପ୍ରୋମୋ ବର୍ତ୍ତମାନ ରିଲିଜ ହୋଇଛି । ଏହି ଏପିସୋଡରେ ଏବେ ସିଙ୍ଘମ ଟିମ ଅଜୟ ଦେବଗନ୍ ଏବଂ ରୋହିତ ଶେଟ୍ଟୀ ନଜର ଆସିବେ । ଉଭୟ ଏହି ସମୟରେ କାଜୋଲ, ସଲମାନ ଖାନ ଏବଂ ରଣଭୀର ସିଂଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି ।

କରଣ ଜୋହର ଇନଷ୍ଟାଗ୍ରାମରେ ସେୟାର କରିଥିବା ପ୍ରୋମୋରେ ଅଜୟ ଦେବଗନ ଏବଂ ରୋହିତ ଶେଟ୍ଟୀଙ୍କ ପରିଚୟ ସହ ଏହି ଶୋ' ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ହୋଷ୍ଟ ଅଭିନେତାଙ୍କୁ ପଚାରିଥିଲେ ଯେ ସେ ଫିଲ୍ମର ସଫଳତା ଉପରେ ଓଭର ରିଆକ୍ଟ କରୁଛନ୍ତି କି ? ଏହାର ଉତ୍ତରରେ ଅଜୟଙ୍କ ବଦଳରେ ରୋହିତ ଶେଟ୍ଟୀ ଦେଇଥିଲେ । ସେ କହିଛନ୍ତି ମୁଁ ଅଜୟ ଏବଂ ସଲମାନଙ୍କ ବିଷୟରେ କହିବାକୁ ଚାହେଁ ଯେ ଯଦି ଫିଲ୍ମ ହିଟ୍ ହୁଏ ତେବେ ସେମାନେ ଭ୍ୟାନିଟି ଭ୍ୟାନରେ ବସି ଚିଲ୍ କରନ୍ତି । ଏବଂ ଯଦି ଫିଲ୍ମ ଫ୍ଲପ୍ ହୁଏ ତେବେ ସେମାନେ ଦୁହେଁ ଭ୍ୟାନ ବାହାରେ ବସି ଚିଲ୍ କରନ୍ତି ।

ଏହା ପରେ କରଣ ଜୋହର ରଣଭୀର ସିଂଙ୍କ ବିଷୟରେ କହିଥିଲେ ଯେ ସେ ଅତ୍ୟନ୍ତ ଏର୍ନାଜେଟିକ, ଅଜୟଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଉଭୟ ଏହାକୁ କିପରି ପରିଚାଳନା କରନ୍ତି । ଏନେଇ ଅଜୟ କହିଛନ୍ତି, ସେ ମୁହଁ ବନ୍ଦ ରଖନ୍ତି କିମ୍ବା ମୁଁ କାନ ବନ୍ଦ କରିଦେଇଥାଏ । ଏହା ପରେ କରଣ ପଚାରିଥିଲେ ଯେ ଅଜୟ ଆପଣ ପାର୍ଟିକୁ ଯାଆନ୍ତି ନାହିଁ, ଅଭିନେତା କହିଛନ୍ତି ଯେ ତାଙ୍କୁ କେହି ନିମନ୍ତ୍ରଣ କରନ୍ତି ନାହିଁ । ତାପରେ କରଣ ପଚାରନ୍ତି, ବିମାନ ବନ୍ଦରରେ ପାପାରାଜି ଆପଣଙ୍କୁ ଘେରି ନାହାଁନ୍ତି କି ? ଅଜୟ ଉତ୍ତର ଦେଇ କହୁଛନ୍ତି, ମୁଁ ତାଙ୍କୁ ଆଦୌ ଡାକେ ନାହିଁ ।

ଏହା ମଧ୍ୟ ପଢନ୍ତୁ:ମହଙ୍ଗା ପଡିଲା ପାନ ମସଲା ବିଜ୍ଞାପନ, ଶାହାରୁଖ-ଅକ୍ଷୟ-ଅଜୟଙ୍କୁ ସରକାରୀ ନୋଟିସ

କରଣ ଜୋହର ମଧ୍ୟ ଅଜୟ ଦେବଗନଙ୍କୁ କାଜୋଲଙ୍କ ବିଷୟରେ ବି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି । କରଣ ଅଜୟଙ୍କୁ ପଚାରନ୍ତି ଦେବଗନ ଘରେ ସାଧାରଣ କାରଣ କଣ ଯେତେବେଳେ କାଜୋଲ ତୁମ ସହ କଥାବାର୍ତ୍ତା କରନ୍ତି ନାହିଁ । ଏହା ଉପରେ ଅଭିନେତା ହସି ଉତ୍ତର ଦେଇ କହିଛନ୍ତି, ମୁଁ ମଧ୍ୟ ସେହି ଦିନକୁ ଅପେକ୍ଷା କରିଛି ଯେବେ ମୋ ସହ ସେ କଥା ହେବେ ନାହିଁ । ପ୍ରୋମୋ ଶେଷରେ କରଣ ପଚାରଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କେହି ତୁମର ଶତ୍ରୁ ଅଛନ୍ତି କି ଯାହାକୁ ଆପଣ ଦେଖିବାକୁ ମଧ୍ୟ ପସନ୍ଦ କରୁନାହାଁନ୍ତି । ଯଦି ହଁ, ସେ କିଏ ? କରଣ ଆଡକୁ ଇଶାରା ଦେଇ ଅଜୟ କୁହନ୍ତି, 'ଏକ ସମୟ ଥିଲା ଶତ୍ରୁ ଆପଣ ଥିଲେ ।'

ABOUT THE AUTHOR

...view details