ହାଇଦ୍ରାବାଦ:କରଣ ଜୋହରଙ୍କ ସେଲିବ୍ରିଟି ଚାଟ୍ ଶୋ' କଫି ୱିଥ କରଣ ସିଜନ ୮ର ଲାଟେଷ୍ଟ ଏପିସୋଡରେ ସୈଫ ଅଲି ଖାନ ଏବଂ ଶର୍ମିଲା ଟାଗୋର ମା-ପୁଅ ଯୋଡି ସାମିଲ ହୋଇଛନ୍ତି । ଏହି ଶୋ'ରେ ଉଭୟ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ କରୀନା କପୁର ଖାନ ଶାଶୁ ଶର୍ମିଲା ଟାଗୋର ଏବଂ ସ୍ବାମୀ ସୈଫଙ୍କ ବିଷୟରେ ଏକ ସୁନ୍ଦର ବାର୍ତ୍ତା ପଠାଇଛନ୍ତି । ସୈଫଙ୍କ ବିଷୟରେ କଥାବାର୍ତ୍ତା କରି ଭାବବିହ୍ବଳ ହୋଇଛନ୍ତି କରୀନା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
କରୀନା ଶାଶୁଙ୍କ ପାଇଁ କହିଛନ୍ତି ଯେ, ସେ ଯେବେଠାରୁ ସୈଫଙ୍କୁ ମିଶିଥିଲେ । ସେବେ ଠାରୁ ସେ ଶର୍ମିଲା ଟାଗୋରଙ୍କୁ ଅମ୍ମା ବୋଲି ଡାକନ୍ତି । ସେ କହିଛନ୍ତି, ଶର୍ମିଲା ବହୁତ ଯତ୍ନବାନ ଏବଂ ବହୁତ ଭଲପାଆନ୍ତି । ସେ ମୋତେ ସବା ଏବଂ ସାହୋଙ୍କ ପରି କେୟାର କରନ୍ତି । ସେ ମୋତେ ସର୍ବଦା ବହୁତ ସମର୍ତନ କରିଛନ୍ତି । ସେହିପରି ସ୍ବାମୀ ସୈଫଙ୍କ ବିଷୟରେ କରୀନା କହିଛନ୍ତି, ସାଫ ମୋ ପାଇଁ କାହିଁକି ମୁଖ୍ୟ ଅଟନ୍ତି ? ସୈଫ ମୋ ଦୁନିଆ ଅଟନ୍ତି । ସେ ମୋର ୟୁନିଭର୍ସ । ସେ ମୋ ଜବୀନ । ଯେବେ ବି ମୁଁ ତାଙ୍କ ବିଷୟରେ କଥାବାର୍ତ୍ତା କରେ ମୋ ଆଖିରେ ଲୁହ ଆସିଯାଏ । ଏହା କହି କହି କରୀନା କାନ୍ଦିଥିବା ଦେଖିବାକୁ ମିଳିଛି ।