ଓଡିଶା

odisha

ETV Bharat / entertainment

Singer KK Last Video: ଗାଉଥିଲେ ଗୀତ, ହଠାତ୍‌ ମଞ୍ଚ ଛାଡି ଦୌଡ଼ିଲେ - କୃଷ୍ଣକୁମାର କୁନ୍ନଥ ଦେହାନ୍ତ

କେ.କେଙ୍କ ମୃତ୍ୟୁ ପୂର୍ବରୁ ସେହି ଭିଡିଓ ଦେଖନ୍ତୁ । ଯେଉଁଥିରେ ଗାୟକଙ୍କ ଅସୁସ୍ଥ ଥିବା ସ୍ପଷ୍ଟ ବାରି ହୋଇ ପଡିଥିଲା । ଅଧିକ ପଢନ୍ତୁ

ଗାଉଥିଲେ ଗୀତ, ହଠାତ୍‌ ମଞ୍ଚ ଛାଡି ଏମିତି ଦୌଡ଼ିଲେ
ଗାଉଥିଲେ ଗୀତ, ହଠାତ୍‌ ମଞ୍ଚ ଛାଡି ଏମିତି ଦୌଡ଼ିଲେ

By

Published : Jun 1, 2022, 12:47 PM IST

ହାଇଦ୍ରାବାଦ:ଭାରତୀୟ ସିନେମାର ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥ (କେ.କେ) ମଙ୍ଗଳବାର ରାତିରେ କୋଲକାତାର ଏକ କନସର୍ଟରେ ଅସୁସ୍ଥ ହୋଇ ପ୍ରାଣ ହରାଇଛନ୍ତି । ସେ କେ.କେ ନାମରେ ଲୋକପ୍ରିୟ ଥିଲେ । 53 ବର୍ଷ ବୟସରେ ମଧ୍ୟ ସେ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହର ସହିତ ଏକ ଗୀତ ଗାଉଥିଲେ । ହଠାତ୍ ଅସୁସ୍ଥ ଅନୁଭବ କରି ସେ ମଞ୍ଚରୁ ଦୌଡ଼ି ପଳାଇଥିଲେ । କେ.କେଙ୍କ ମୃତ୍ୟୁ ପୂର୍ବରୁ ସେହି ଭିଡିଓ ଦେଖିବା ଯେଉଁଥିରେ ଗାୟକଙ୍କ ଅବସ୍ଥା ସ୍ପଷ୍ଟ ଭାବେ ବାରି ହେଉଛି ।

ଭାଇରାଲ୍ ଭିଡିଓରେ ଦେଖିପାରିବେ ଗାୟକ କେ.କେ କନସର୍ଟରେ ଅସୁସ୍ଥ ଅନୁଭବ କରିଥିଲେ । କୋଲ୍‌କାତାର ‘ନଜ୍‌ରୁଲ୍‌ ମଞ୍ଚ ଅଡିଟରିୟମ୍‌’ରେ କନ୍‌ସର୍ଟ ଶେଷ ହେବା ପରେ ରାତ୍ରୀଯାପନ କରୁଥିବା ହୋଟେଲ୍‌ରେ ହିଁ ୫୩ ବର୍ଷିୟ କୃଷ୍ଣକୁମାର କୁନ୍ନଥ ଓରଫ କେକେ ପଡ଼ିଯାଇ ଚେତା ହରାଇଥିଲେ । ମୃତାବସ୍ଥାରେ ଗାୟକ କେକେଙ୍କୁ ଡାକ୍ତରଖାନା ଅଣାଯାଇଥିବା କଥା ସିଏମ୍‌ଆରଆଇ ହସ୍ପିଟାଲ୍‌ର ଡାକ୍ତର କହିଛନ୍ତି । ମୃତ୍ୟୁର ପ୍ରାୟ ୧୦ ଘଣ୍ଟା ପୂର୍ବରୁ କୋଲ୍‌କାତାରେ ଆୟୋଜିତ ‘ମ୍ୟୁଜିକାଲ୍‌ କନ୍‌ସର୍ଟ’ର ଭିଜୁଆଲ୍‌ ତାଙ୍କ ଅଫିସିଆଲ୍‌ ‘ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌’ରେ ପୋଷ୍ଟ୍‌ କରାଯାଇଛି।

ଏହା ବି ପଢନ୍ତୁ: Singer KK Passes Away: ମୃତ୍ୟୁ ପୂର୍ବରୁ ଶେଷ କନସର୍ଟର କିଛି ଝଲକ

ଏହି ସମୟରେ, ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି... ଯେଉଁଥିରେ ଗାୟକ ପ୍ରଶଂସକଙ୍କ ମାଧ୍ୟମରେ ଗୀତ ଗାଇବା ସମୟରେ ଚିଲ୍‌ କରୁଥିବା ଦେଖାଯାଇଛି ଏବଂ ହଠାତ୍ ଷ୍ଟେଜ୍‌ ଛାଡି ବ୍ୟାକ୍‌ ଷ୍ଟେଜ ଦୌଡି ପଳାଇଥିଲେ ଏବଂ ନିଜ ମାଇକ କାଢି ଦେଇଥିଲେ । ଏହି ସମୟରେ କର୍ମଚାରୀମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଛାତିରେ ଯନ୍ତ୍ରଣା ଏବଂ ଷ୍ଟ୍ରୋକ୍ ଗାୟକଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ: Singer KK Passes Away: ଶୋକରେ ବୁଡିଲା ବଲିଉଡ୍‌

ପୋଲିସସୂତ୍ରରୁ ପ୍ରକାଶ, କେ.କେଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଆଜି କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ମୃତଦେହ ବ୍ୟବଚ୍ଛେଦ କରାଯିବ । ପୋଲିସ ହୋଟେଲ୍‌ କର୍ମଚାରୀ ଏବଂ କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ମଧ୍ୟ ପଚରାଉଚରା କରିବ ।

ABOUT THE AUTHOR

...view details